ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଧମକଭରା ଭିଡ଼ିଓ ଛାଡ଼ିଲା ଜୈଶ୍-ଏ-ମୋହମ୍ମଦ୍, ପ୍ରତିଶୋଧ ନେବ ବୋଲି କହିଲା

‘‘ତୁମେ ଯେମିତିଭାବେ ମୁସଲମାନଙ୍କୁ ହଇରାଣ କରିଛ ଓ ସେମାନଙ୍କ ବସ୍ତି ସବୁ ନଷ୍ଟ କରିଛ, ତା’ର ପ୍ରତିଶୋଧ ନିଆଯିବ… ଆମେ ଶାନ୍ତି ବିଷୟରେ ବହୁତ ଲୋରି ଶୁଣିସାରିଛୁ…ଏବେ ଆଉ କୌଣସି ବାହାନା ବାକି ନାହଁ… ଏବେ ସବୁ କଥାକୁ ଖୋଲାଖୋଲି ଦେଖିବାର ସମୟ ଆସିଛି,’’ ଭିଡ଼ିଓରେ ଥିବା ଜଣେ ବ୍ୟକ୍ତି କହିଛି ।

ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଧମକଭରା ଭିଡ଼ିଓ ଛାଡ଼ିଲା ଜୈଶ୍-ଏ-ମୋହମ୍ମଦ୍, ପ୍ରତିଶୋଧ ନେବ ବୋଲି କହିଲା
ଟ୍ରମ୍ପ ଓ ମୋଦି ଗତ ସେପଟେମ୍ବରରେ
  • News18 Odia
  • Last Updated: February 16, 2020, 5:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଶ୍ରୀନଗର: ଆତଙ୍କୀ ସଂଗଠନ ଜୈଶ-ଏ-ମୋହମ୍ମଦ (JeM) ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ବହୁ ପ୍ରତୀକ୍ଷିତ ଭାରତ ଗସ୍ତ ପୂର୍ବରୁ ‘‘ପ୍ରତିଶୋଧ’’ ନେବା ପାଇଁ କହି ଏକ ଭିଡ଼ିଓ ଜାରି କରିଛି । ଭିଡ଼ିଓରେ ଭାରତ ସରକାରଙ୍କୁ ଧମକ ଦିଆଯାଇଛି ଓ କୁହାଯାଇଛି ଯେ ‘‘ହତ୍ୟାକାରୀମାନଙ୍କୁ କ୍ଷମା କରାଯିବନାହିଁ’’ ।

‘‘ତୁମେ ଯେମିତିଭାବେ ମୁସଲମାନଙ୍କୁ ହଇରାଣ କରିଛ ଓ ସେମାନଙ୍କର ବସ୍ତିଙ୍କୁ ନଷ୍ଟ କରିଛ, ତା’ର ପ୍ରତିଶୋଧ ନିଆଯିବ… ଆମେ ଶାନ୍ତି ବିଷୟରେ ବହୁତ ଲୋରି ଶୁଣିସାରିଛୁ…ଏବେ ଆଉ କୌଣସି ବାହାନା ବାକି ନାହଁ… ଏବେ ସବୁ କଥାକୁ ଖୋଲାଖୋଲି ଦେଖିବାର ସମୟ ଆସିଛି,’’ ଭିଡ଼ିଓରେ ଥିବା ଜଣେ ବ୍ୟକ୍ତି କହିଛି ।

ସୁତ୍ରଙ୍କ କହିବା ଅନୁସାରେ ଏହି ଭିଡ଼ିଓ ଓ ସେଥିରେ ଥିବା ସାମଗ୍ରୀ ଧାରା ୩୭୦ ହଟାଇବା ପରେ କାଶ୍ମୀରୀମାନେ କ୍ରୋଧିତ ଓ ସେମାନେ ଆତଙ୍କବାଦୀ ଆକ୍ରମଣ କରୁଛନ୍ତି ବୋଲି ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଦେଖାଇବାକୁ ପାକିସ୍ତାନ ଚେଷ୍ଟା କରୁଛି । ଟ୍ରମ୍ପ ଓ ତାଙ୍କ ପତ୍ନୀ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଦୁହେଁ ଫେବୃଆରୀ ୨୪ ଓ ୨୫ ରେ ଭାରତ ଆସୁଛନ୍ତି ।

ଏଥି ମଧ୍ୟରେ ସୁରକ୍ଷା ଏଜେନ୍ସିଙ୍କୁ ଏହି ଭିଡ଼ିଓ ସହ ସମ୍ବନ୍ଧିତ ଏକ ଇନପୁଟ ମିଳିଛି ଯେ ଏହି ମାସର ଆରମ୍ଭରେ ପାକିସ୍ତାନ-ଅଧିକୃତ କଶ୍ମୀରରେ ଆତଙ୍କବାଦୀ ସଂଗଠନମାନଙ୍କର ଏକ ବୈଠକ ହୋଇଥିଲା ଯେଉଁଥିକରେ ISI ଓ ପାକିସ୍ତାନୀ ସେନାର ଅଧିକାରୀ ବି ଉପସ୍ଥିତ ଥିଲେ । ବୈଠକରେ ହିଜବୁଲ ମୁଜାହିଦିନକୁ ସକ୍ରିୟ କରିବା ପାଇଁ ସ୍ଥିର କରାଯାଇଥିଲା ।

ସୂତ୍ରାନୁସାରେ ଏହି ବୈଠକରେ ସ୍ଥିର ହୋଇଥିଲା ଯେ ପାକିସ୍ତାନୀ ଆତଙ୍କବାଦୀଙ୍କ ପରିବର୍ତ୍ତେ କଶ୍ମୀରରେ ସକ୍ରିୟ ଆତଙ୍କବାଦୀଙ୍କୁ ‘‘ଅଧିକ ଦାୟିତ୍ବ’’ ଦିଆଯିବା ଉଚିତ ।

ଏକ ଆଦେଶ ବି ଜାରି କରାଯାଇଛି ଯେ ହିବଜୁଲକୁ ଲସ୍କର-ଏ-ତଇବା ଓ ଜେ.ଇ.ଏମ୍‌. ଠାରୁ ଆତଙ୍କବାଦୀ ଘଟଣାର ସବୁ ଦାୟିତ୍ୱ ନେଇନେବା ଉଚ଼ିତ । ସୂତ୍ର କହିଛନ୍ତି ଯେ କଶ୍ମୀରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ କଶ୍ମୀରର ସହରୀ କ୍ଷେତ୍ରରେ, ପୋଲିସ ସୁରକ୍ଷା ବଳୟରେ ଓ ସାଧାରଣ ଲୋକଙ୍କ ଉପରେ ଆକ୍ରମଣର ଯୋଜନା ପ୍ରସ୍ତୁତ କରାଯାଉଛି ।

ଏହା ବ୍ୟତୀତ, ସୁରକ୍ଷା କର୍ମୀଙ୍କ ପ୍ରସେସନରେ ଓ ସେନାର ଶିବିର ଉପରେ ବଡ଼ ଆତ୍ମଘାତୀ ଆକ୍ରମଣ କରିବାକୁ ବି ଚ଼େଷ୍ଟା କରାଯାଉଛି ।
First published: February 16, 2020, 5:30 PM IST
corona virus btn
corona virus btn
Loading