ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ସାମିଲ ଏନସିସି କ୍ୟାଡେଟମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ ‘‘ଜୋଶ ଇଜ୍ ହାଏ‘‘

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତ କେବଳ ଏହି ଦେଶରେ ରହୁଥିବା ୧୩୦ କୋଟି ଲୋକଙ୍କ ଘର ନୁହେଁ ବରଂ ଗୋଟିଏ ରାଷ୍ଟ୍ର ଏକ ଜୀବନ୍ତ ପରମ୍ପରା, ବିଚାର, ସଂସ୍କାରର ବିସ୍ତାର ଅଟେ ଓ ନୂଆ ଭାରତର ଆକାଂକ୍ଷା ଏବଂ ସ୍ବପ୍ନ ପୁରଣ କରିବାର ଅଛି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ନୂଆ ଦିଲ୍ଲୀର ରାଜପଥରେ ହେବାକୁ ଥିବା ପ୍ୟାରେଡରେ ପ୍ରକୃତରେ ଯଦି ଦେଖିବା ଭଳି କିଛି ଥାଏ ତାହା ହେଉଛି ମାର୍ଚ୍ଚପାଷ୍ଟ । ପ୍ୟାରେଡକୁ ଭବ୍ୟ କରିବା ପଛରେ ରହିଥାଏ ଏନସିସି କ୍ୟାଡେଟ ମାନଙ୍କର କଠୋର ପରିଶ୍ରମ । ଚଳିତଥର ଗଣତନ୍ତ୍ର ଦିବସ ପ୍ୟାରେଡରେ ରାଜପଥରେ ସେମାନଙ୍କ ପ୍ରଦର୍ଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଭେଟି ନୂଆ ଭାରତର କଣ ସ୍ବପ୍ନ ରହିଛି ସେ ସମ୍ପର୍କରେ କହିବା ସହ ‘‘ ଉତ୍ସାହ ବହୁତ ଉପରେ ରହିଛି‘‘ ‘‘ ଜୋଶ ଇଜ୍ ହାଏ‘‘ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ କହିଥିଲେ ଯେ ‘‘ ନୂଆ ଭାରତରେ କୌଣସି ବ୍ୟକ୍ତି ବା କ୍ଷେତ୍ର ଯେପରି ବାଦ ନ ପଡ଼େ ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ । ଏଥର ଗଣତନ୍ତ୍ର ଦିବସ ପ୍ୟାରେଡ ପଛରେ ଏହି ବିଚାର ରହିଛି‘‘ ।

ଯୁବା ଏନସିସି ଏବଂ ଏନଏସ୍ଏସ୍ କ୍ୟାଡେଟମାନଙ୍କ ସହ କଥା ହେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କି ଆଜି କ୍ୟାଡେଟମାନେ ‘‘ ମିନି ଇଣ୍ଡିଆ, ନ୍ୟୁ ଇଣ୍ଡିଆର ପ୍ରଦର୍ଶନ କଲେ ଏବଂ ବାସ୍ତବରେ ଭାରତର ପ୍ରତିନିଧିତ୍ବ କଲେ । ଏକ ଭାରତର ବିଚାର ଉପରେ କହିବା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଏକ ଜୀବନ୍ତ ପରମ୍ପରା ଏବଂ ଏକ ବିଚାର ଅଟେ । ଏକତ୍ରିତ କ୍ୟାଡେଟମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରି ଉଦାହରଣ ସୃଷ୍ଟି କରିବାକୁ କହିଥିଲେ । ଏହିଭଳି ପ୍ରୟାସ ଦ୍ବାରା ନୂଆ ଭାରତ ନିର୍ମାଣ ଦିଗରେ ଆଗେଇବ ବୋଲି କହିଥିଲେ’’ ।

ପରେ ପ୍ରଧାନମନ୍ତ୍ରୀ ନୂଆ ଭାରତର ଆକାଂକ୍ଷା ଏବଂ ସ୍ବପ୍ନକୁ ପୁରଣ କରିବାର ଆବଶ୍ୟକତା ସମ୍ପର୍କରେ କହିଥିଲେ ଯେ, ‘‘ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଭାରତରେ କୌଣସି ବ୍ୟକ୍ତି ପଛରେ ଯେପରି ପଡ଼ ନଯାନ୍ତି । ଗଣତନ୍ତ୍ର ଦିବସ ପ୍ୟାରେଡର ମଧ୍ୟ ଏହି ଉଦ୍ଦେଶ୍ୟ ରହିଛି‘‘ ।

ଏହି ଅବସରରେ ଏନସିସିର ବାୟୁସେନା ଉଇଂର ନେତୃତ୍ବ କରୁଥିବା ଜଣେ କ୍ୟାଡେଟ କହିଥିଲେ ଯେ, ‘‘ ରାଜପଥରେ ଅଭ୍ୟାସ ସମୟରେ ଅନ୍ୟମାନଙ୍କୁ ଦେଖି ଜୋଶ ଆସିଥାଏ ତା ତୁଳନାରେ ଅନ୍ୟକୌଣସି ଜିନିଷ ଗୌଣ ଅଟେ । ଏହା ଛଡ଼ା ସକାଳୁ ବୁଲିବାକୁ ଆସୁଥିବା ଲୋକମାନେ ଆମକୁ ଦେଖିବାକୁ ଅଟକି ଥାନ୍ତି ସେଠାରୁ ବହୁତ ଉର୍ଜା ମିଳିଥାଏ ।

୭୧ ତମ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରାଜିଲର ରାଷ୍ଟ୍ରପତି ଜେଇର ବଲସୋନାରୋ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Published by:Durgamadhab Rath
First published: