NEWS 18 ODIA DIGITAL
ନୂଆଦିଲ୍ଲୀ: ଅଗ୍ନିବୀର ବାୟୁସେନାରେ ଭର୍ତ୍ତି ପାଇଁ ଅନଲାଇନ ଆବେଦନ ବାଧ୍ୟତାମୂଳକ । agnipathvayu.cdac.in ଓ୍ୱେବସାଇଟରେ ଆବେଦନ କରିପାରିବେ। ଆଶାୟୀମାନେ ଏହି ସାଇଟରେ ସମସ୍ତ ବିବରଣୀ ଦେଇ ଫର୍ମ ଭରିବେ।
ଭାରତୀୟ ବାୟୁସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ବାୟୁସେନା ୨୨ ଜୁନରେ ଆବେଦନ ନେଇ ବିସ୍ତୃତ ବିବରଣୀ ଜାରି କରିଥିଲା । ଆବେଦନ, ଚୟନ ଏବଂ ଭର୍ତ୍ତି ହେବା ନେଇ ସମସ୍ତ ତଥ୍ୟ ଆଶାୟୀ ଭାରତୀୟ ବାୟୁସେନା ଅଫିସିଆଲ ଓ୍ୱେବସାଇଟ୍ indianairforce.nic.in ରେ ପାଇପାରିବେ । ଅନଲାଇନ ରେଜିଷ୍ଟ୍ରେସନ ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଓ୍ୱେବ ପ୍ରୋର୍ଟାଲରେ ସକାଳ ୧୦ରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇସାରିଛି । ଅନଲାଇନ ଫର୍ମ ପୂରଣ ପାଇଁ ଆଶାୟୀଙ୍କୁ ୨୫୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ପଡିବ ।
ଆବେଦନ ପାଇଁ କଣ ରହିବ ଶିକ୍ଷାଗତ ଯୋଗ୍ୟତା ?
ଯୁକ୍ତ ୨ ପରିକ୍ଷାରେ ମ୍ୟାଥ, ଫିଜିକ୍ସ, ଏବଂ ଇଂରାଜୀରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖିଥିବା ଦରକାର କିମ୍ବା ୩ ବର୍ଷୀୟା ଇଂଜିନିୟରିଂ ଡିପ୍ଲୋମା ଅଥବା ୨ ବର୍ଷୀୟା ଭୋକେସନାଲ କୋର୍ସ କରିଥିବା ଆଶାୟୀ ଆବେଦନ କରିପାରିବେ । ଆଶାୟୀଙ୍କ ବୟସ ୧୭.୫ ବର୍ଷରୁ ଅଧିକ ଏବଂ ୨୩ ବର୍ଷରୁ କମ ହୋଇଥିବା ଆବଶ୍ୟକ ।
ଜାଣନ୍ତୁ କେତେ ପାଇବେ ବେତନ
ଅଗ୍ନିବୀରଙ୍କ ଭର୍ତ୍ତୀ ୪ ବର୍ଷ ପାଇଁ ।
ପ୍ରଥମ ବର୍ଷ ମାସକୁ ବେତନ ଏବଂ ଭତ୍ତା ୩୦ ହଜାର, ଦ୍ୱିତୀୟ ବର୍ଷ ୩୩ ହଜାର, ତୃତୀୟ ବର୍ଷ ୩୬ ହଜାର ୫୦୦ , ଚତୁର୍ଥ ବର୍ଷ ୪୦ ହଜାର ମିଳିବ। ବେତନର ୩୦ ପ୍ରତିଶତ କଟାଯାଇ ସେବା ନିଧିରେ ଜମା କରାଯିବ। ୪ ବର୍ଷରେ ମୋଟ ୧୦.୪ ଲକ୍ଷର ନିଧି ଜମା କରାଯିବ। ଯାହା ସୁଧ ସହ ମିଳିବ ୧୧.୭୧ ଲକ୍ଷ। ଏହି ସମସ୍ତ ଟଙ୍କା ୪ ବର୍ଷ ପରେ ମିଳିବ ଯେତେବେଳେ ଅଗ୍ନୀବୀର ଅବସର ନେବେ । ଏହା ସହିତ ପ୍ରତ୍ୟକ ବର୍ଷ ୩୦ଟି ଛୁଟି ମଧ୍ୟ ମିଳିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।