ଅଗ୍ନିପଥ ଯୋଜନାକୁ ନେଇ କାଶ୍ମୀରରେ ଯୁବକଙ୍କ ପାଇଁ ସେନାର ସ୍ବତନ୍ତ୍ର କ୍ୟାମ୍ପ
News18 Odia Digital
Agnipath Scheme Registration: ଦେଶରେ ଆଜିଠୁ ଅଗ୍ନିପଥ ଯୋଜନା ଅନ୍ତର୍ଗତ ଅଗ୍ନିବୀର ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଛି । ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ସେନା କାଶ୍ମୀର କିଶତୱାଡ଼ ଅଞ୍ଚଳର ଯୁବକମାନଙ୍କ ପାଇଁ ଏହି ଯୋଜନା ଓ ପଞ୍ଜୀକରଣ ସହ ଜଡିତ ଏକ 'ସଚେତନତା କ୍ୟାମ୍ପ' ଆୟୋଜତ କରିଥିଲା।
ବିଶେଷ କଥା ହେଉଛି ଏହି କ୍ୟାମ୍ପରେ ସ୍ଥାନୀୟ ଝିଅମାନେ ମଧ୍ୟ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କାରଣ ମହିଳାମାନେ ମଧ୍ୟ ଭାରତୀୟ ସେନାରେ ଯୋଗ ଦେଇ ପାରିବେ।
ଅଗ୍ନିପଥ ବିଷୟରେ ଯୁବକମାନଙ୍କୁ ଦିଆଯାଇଛି ସୂଚନା
ସୂଚନାନୁସାରେ, ଜାମ୍ମୁ କାଶ୍ମୀରରେ ଅବସ୍ଥିତ ଆରଆର ଅର୍ଥାତ୍ ରାଷ୍ଟ୍ରିୟ ରାଇଫଲ୍ସର ସ୍ଥାନୀୟ ୟୁନିଟ୍ କିଶତୱାଡ଼ର ଛତରୁ ଠାରେ ଗୁରୁବାର ଦିନ ଏହି ସଚେତନତା କ୍ୟାମ୍ପର ଆୟୋଜନ କରାଯାଇଥିଲା। ସେନା ଅଧିକାରୀମାନେ ଏହି କ୍ୟାମ୍ପ ମାଧ୍ୟମରେ ଯୁବକମାନଙ୍କୁ କହିଥିଲେ ଯେ ଶୁକ୍ରବାର ଠାରୁ ଅଗ୍ନିପଥ ଯୋଜନା ଅଧୀନରେ କିପରି ଅନଲାଇନ୍ ପଞ୍ଜୀକରଣ କରାଯାଇପାରିବ। ଏହା ସହିତ ସେନାରେ ସେନାବାହିନୀ ହୋଇ ଦେଶର ସେବା ତଥା ସୁରକ୍ଷା ପାଇଁ ଏକ ଆହ୍ବାନ ମଧ୍ୟ ଦେଇଥିଲେ।
ଦେଶର ଯୁବକମାନଙ୍କ ପାଇଁ ଜୁଲାଇ ୧ ଅର୍ଥାତ୍ ଆଜିଠୁ ସେନା ଓ ନୌସେନାରେ ଅଗ୍ନିବୀର ହେବା ପାଇଁ ଅଗ୍ନିପଥ ଯୋଜନା ଅଧୀନରେ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଛି | ବାୟୁସେନାରେ ଅଗ୍ନିବୀର ହେବାକୁ ଜୁନ ୨୪ ଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି, ଯାହା ୫ ଜୁଲାଇ ପର୍ଯ୍ୟନ୍ତ ଖୋଲା ରହିବ।
ତାଲିମ କେବେ ଶେଷ ହେବ?
ଜୁଲାଇ ୧ରେ, ସେନାର ବିଭିନ୍ନ ନିଯୁକ୍ତି କାର୍ଯ୍ୟାଳୟ ମଧ୍ୟ ଅଗ୍ନିବୀର ପାଇଁ ନିଯୁକ୍ତି ରାଲିର ତାରିଖ ଘୋଷଣା କରିବ। ଅଗଷ୍ଟ ମାସରୁ ଦେଶର ବିଭିନ୍ନ ସ୍ଥାନରେ ଏହି ନିଯୁକ୍ତି ରାଲିର ଆୟୋଜନ କରାଯିବ। ଡିସେମ୍ବର ମାସ ସୁଦ୍ଧା, ଆର୍ମି ଆଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ ତାଲିମ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ଓ ଆସନ୍ତା ବର୍ଷ ୨୦୨୩ ଜୁଲାଇ ୨୩ ସୁଦ୍ଧା ଏହି ବ୍ୟାଚ୍ ଗୁଡ଼ିକ ତାଲିମ ସମାପ୍ତ କରିବା ପରେ ନିଜ ନିଜ ୟୁନିଟରେ ରିପୋର୍ଟ ଆରମ୍ଭ କରିବାକୁ ସକ୍ଷମ ହେବେ।
ନୌସେନା ଦାବି କରିଛି ଯେ ନଭେମ୍ବର ୨୧ ସୁଦ୍ଧା ପ୍ରଥମ ବ୍ୟାଚ୍ ଅଗ୍ନିବୀର ପ୍ରଶିକ୍ଷଣ ପାଇଁ ଓଡ଼ିଶାର INS ଚିଲ୍କା ନାଭାଲ୍ ବେସରେ ରିପୋର୍ଟ କରିବେ। ଉଭୟ ସେନା ଓ ନୌସେନାରେ ମହିଳାମାନଙ୍କୁ ଅଗ୍ନିବୀରର ହେବାର ଏକ ସୁବର୍ଣ୍ଣ ସୁଯୋଗ ଦିଆଯାଉଛିଯ। ସେନାରେ ମହିଳା-ଆଗ୍ନିବୀର କର୍ପସ୍ ଅଫ୍ ମିଲିଟାରୀ ପୋଲିସ୍ (ସିଏମ୍ପି) ର ଅଂଶ ହୋଇପାରିବେ। ନୌସେନାରେ ମହିଳାମାନେ ଅଗ୍ନିବୀର ଯୁଦ୍ଧ ଜାହାଜରେ ନିୟୋଜିତ ହେବେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।