ଅଗ୍ନିପଥ ଯୋଜନାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି
News18 Odia Digital
Rahul Gandhi On Agnipath Yojna: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ଦିଲ୍ଲୀ ଠାରୁ ହରିୟାଣା, ବଙ୍ଗଳା, ତେଲେଙ୍ଗାନା ସମେତ ଅନେକ ରାଜ୍ୟରେ ଏହି ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛିଛ। ଏଥି ସହିତ, ଏହି ଯୋଜନାକୁ ନେଇ ରାଜନୀତି ମହଲରେ ମଧ୍ୟ ଚହଳ ଦେଖିବାକୁ ମିଳୁଛି।
ଇତିମଧ୍ୟରେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ, ଯେପରି କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡ଼ିଥିଲା, ସେହିପରି ଅଗ୍ନିପଥ ଯୋଜନାକୁ ମଧ୍ୟ ପ୍ରତ୍ୟାହାର କରିବାକୁ ପଡ଼ିବ।
ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ ଟ୍ବିଟ କରି କହିଛନ୍ତି, "ଲଗାତାର ୮ ବର୍ଷ ଧରି ବିଜେପି ସରକାର 'ଜୟ ଯବାନ, ଜୟ କିସାନ'ର ମୂଲ୍ୟବୋଧକୁ ଅପମାନିତ କରିଛି। ମୁଁ ଏହା ମଧ୍ୟ କହିଥିଲି ଯେ ପ୍ରଧାନମନ୍ତ୍ରୀଙ୍କୁ କଳା କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡ଼ିବ। ସେହିଭଳି ତାଙ୍କୁ 'କ୍ଷମାବୀର' ହୋଇ ଦେଶର ଯୁବପିଢ଼ିଙ୍କୁ ମାନିବାକୁ ପଡ଼ିବ ଓ 'ଅଗ୍ନିପଥ'କୁ ଫେରାଇ ଆଣିବାକୁ ପଡ଼ିବ।"
ଜନ୍ତରମନ୍ତ୍ରରେ ଯୋଜନାକୁ ନେଇ କଂଗ୍ରେସ ଆସନ୍ତାକାଲି କରିବ ବିରୋଧ ପ୍ରଦର୍ଶନ
ଏହି ଟ୍ବିଟ ମାଧ୍ୟମରେ ରାହୁଲ ଅଭିଯୋଗ କରିଛନ୍ତି ଯେ ସରକାର ସୈନିକ ଓ ଚାଷୀଙ୍କୁ ଅପମାନିତ କରିଛନ୍ତି। ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ, ଆସନ୍ତାକାଲି ଦଳ ଅଗ୍ନିପଥ ଯୋଜନା ବିରୋଧରେ ଦିଲ୍ଲୀର ଜନ୍ତରମନ୍ତ୍ରରେ ବିରୋଧ କରିବ। ସର୍ବଶେଷ ସୂଚନା ଅନୁଯାୟୀ, କଂଗ୍ରେସର ଏହି ପ୍ରଦର୍ଶନ ଏକ ବୃହତ ସ୍ତରରେ ହେବ ଯେଉଁଥିରେ ବହୁ ବଡ଼ ନେତା ଓ ସାଂସଦ ଏଥିରେ ସାମିଲ ହୋଇପାରିବେ।
ଏଥି ସହ ପ୍ରିୟଙ୍କା ଗାନ୍ଧି ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ‘‘ମୁଁ ଯୁବ ମନ୍ତ୍ରୀଙ୍କ ଏହି ଦାବି ପ୍ରତି ଧ୍ୟାନ ଦେବା ଓ ତୁରନ୍ତ ସମାଧାନ ପାଇଁ ଅନୁରୋଧ କରି ମୁଁ ମାର୍ଚ୍ଚ ୨୯ରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲି। କିନ୍ତୁ ସରକାର ଏହା ମୋ କଥା ଶୁଣିନଥିଲେ। ଯୁବକମାନଙ୍କ ସ୍ୱରକୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ।"
ବିବାଦ ମଧ୍ୟରେ ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି
ଏଥିସହିତ ସମଗ୍ର ଦେଶରେ ଚାଲିଥିବା ଏହି ବିବାଦ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ବିଟ କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ CAPF ଓ ଆସାମ ରାଇଫଲ୍ସରେ ନିଯୁକ୍ତିରେ ୪ ବର୍ଷ ପୂରଣ କରିଥିବା ଅଗ୍ନିବୀରଙ୍କୁ କେତେ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ। ଗୃହ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ପାରାମିଲିଟାରୀ ଫୋର୍ସରେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନିଆଯାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।