ଅଗ୍ନିପଥ ସ୍କିମର ବିରୋଧ ପ୍ରଦର୍ଶନ ମଝିରେ ଫସି ଯାଇଥିଲେ କିଛି ଛୁଆ
News18 Odia Digital
Student crying viral video: ସମଗ୍ର ଦେଶରେ ସେନା ନିଯୁକ୍ତିର ନୂଆ ଯୋଜନାକୁ ବିରୋଧ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସମୟରେ, ବିହାରରେ 'ଅଗ୍ନିପଥ' ଯୋଜନା ବିରୋଧରେ ପ୍ରଦର୍ଶନ ଯୋଗୁଁ ଏକ ସ୍କୁଲ ବସରେ ଉପସ୍ଥିତ ଥିବା ଏକ ଛୋଟ ପିଲାର କାନ୍ଦିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଆପଣଙ୍କୁ ମଧ୍ୟ ଦେଖି ଭାବବିହ୍ବଳ ହୋଇଯିବେ।
ମତେ ଡର ଲାଗୁଛି...
ଏହି ଭାଇରାଲ୍ ଭିଡିଓ ଯେଉଁଥିରେ ଜଣେ ସ୍କୁଲ ପିଲା କାନ୍ଦୁଛନ୍ତି ଯେ ସେ ଭୟଭୀତ ଅନୁଭବ କରୁଛନ୍ତି। ଭାଇରାଲ ହୋଇଥିବା ଭିଡିଓରେ 'ଅଗ୍ନିପଥ' ଯୋଜନାକୁ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ଗୋଟିଏ ସ୍କୁଲ ବସ ଜାମରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଭିଡିଓ ଅନୁଯାୟୀ, ଆଉ ସେହି ବସରେ ଥିବା କୁନି ପୁଅ ଏହି ବିରୋଧ ପ୍ରଦର୍ଶନ ଦେଖି କାନ୍ଦିବା ଆରମ୍ଭ କରିଦେଇଛନ୍ତି।
ସାହସ ବଢ଼ାଇଲେ ଶିକ୍ଷକ
ଭିଡିଓରେ ଏହା ଦେଖାଯାଉଛି ଯେ ବସରେ ଆଉ କିଛି ପୁଅ ଓ ଝିଅ ଅଛନ୍ତି ଓ ସମସ୍ତେ ସ୍କୁଲ ଡ୍ରେସରେ ଅଛନ୍ତି। ବସରେ ଜଣେ ମହିଳା, ସମ୍ଭବତଃ ଶିକ୍ଷୟତ୍ରୀ କିମ୍ବା ଅନ୍ୟ କେହି, ପିଲାମାନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ ସେମାନଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ। ତେବେ ଏହି ଭିଡିଓର ସତ୍ୟତା ତୁରନ୍ତ ନିଶ୍ଚିତ ହୋଇପାରିଲା ନାହିଁ। କିନ୍ତୁ ଏହା ନିଶ୍ଚିତ ଯେ ଗତ ତିନି ଦିନ ଧରି ବିହାରରେ ହିଂସାତ୍ମକ ପ୍ରଦର୍ଶନ ଚାଲିଛି।
ପ୍ରଶାନ୍ତ କିଶୋରଙ୍କ ଆବେଦନ
ଏହି ସମୟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଜେହାନାବାଦରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିକ୍ଷୋଭକାରୀଙ୍କୁ ହିଂସା ଠାରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ। ହିଂସା ଦ୍ୱାରା ତାଙ୍କର ଆନ୍ଦୋଳନ ଦୁର୍ବଳ ହେବ ବୋଲି ସେ କହିଛନ୍ତି। ଯଦି ସେ ଶାନ୍ତ ରହନ୍ତି ତେବେ ସରକାର ତାଙ୍କ ସ୍ୱର ଶୁଣିବାକୁ ବାଧ୍ୟ ହେବେ ବୋଲି କହିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।