ବିଜେପି ସମ୍ପର୍କରେ ଅଛନ୍ତି ୩୦ ଜଣ TMC ନେତା; ଡିସେମ୍ବରରେ 'ଖେଲୋ' ହେବ: BJP

୩୦ରୁ ଅଧିକ ଟିଏମସି ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଡିସେମ୍ବରରେ ପଶ୍ଚିମବଙ୍ଗରେ ଏକ ବଡ଼ ଘଟିବାକୁ ଯାଉଛି ବୋଲି ବିଜେପି ବିଧାୟକ ଅଗ୍ନିମିତ୍ରା ପାଲ ଦାବି କରିଛନ୍ତି।

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କୋଲକତା: ଆସନ୍ତା ମାସରେ ଅର୍ଥାତ୍ ଡିସେମ୍ବରରେ ପଶ୍ଚିମବଙ୍ଗରେ ଏକ ବଡ଼ ଖେଳ (ଖେଲୋ) ହେବ ବୋଲି ବିଜେପି ବିଧାୟକ ଅଗ୍ନିମିତ୍ରା ପାଲ ଦାବି କରିଛନ୍ତି। ୩୦ ରୁ ଅଧିକ ଟିଏମସି ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଡିସେମ୍ବର ପରେ ତୃଣମୂଳ କଂଗ୍ରେସ ସରକାର ରାଜ୍ୟରେ ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି ବିଧାୟକ କହିଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ପରେ ବର୍ତ୍ତମାନ ବିଜେପି ବିଧାୟକ ଅଗ୍ନିମିତ୍ରା ପାଲ ଏହା ଦାବି କରିଛନ୍ତି।

ଆହୁରି ମଧ୍ୟ ଅଗ୍ନିମିତ୍ରା ପାଲ କହିଛନ୍ତି, "ମୁଁ ଜଣେ ସାଧାରଣ ନେତା। ଆମର ବରିଷ୍ଠ ନେତୃତ୍ୱ ତଥା ବିରୋଧୀଦଳ ନେତାମାନେ କହିଛନ୍ତି ଯେ ରାଜ୍ୟ ଯେଉଁଭଳି ଭାବରେ ପରିଚାଳିତ ହେଉଛି, ସରକାର ଡିଏ ଦେବାରେ ସକ୍ଷମ ନୁହଁନ୍ତି, ଦେୟ ଦେବାରେ ଅସମର୍ଥ, ଚାକିରୀ ମିଳୁନାହିଁ ।  ଆମର ଶୀର୍ଷ ନେତୃତ୍ୱ ଏବଂ ବିରୋଧୀ ଦଳର ନେତାମାନେ ସେମାନଙ୍କର ରାଜନୈତିକ ଅଭିଜ୍ଞତାରୁ କହୁଛନ୍ତି। ଆମେ ଯାହା ଶୁଣୁଛୁ, ଡିସେମ୍ବରରେ କିଛି ହୋଇପାରେ।

ଏହାପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଦାବି କରିଥିଲେ ଯେ ଡିସେମ୍ବର ପରେ ତୃଣମୂଳ କଂଗ୍ରେସ ସରକାର ରାଜ୍ୟରୁ ଲୋପ ପାଇଯିବ ଓ ୨୦୨୧ମସିହାରେ ଲୋକସଭା ନିର୍ବାଚନ ସହିତ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।  ସେ ଏହା ମଧ୍ୟ କହିଥିଲେ ଯେ,"କିଛି ମାସ ଅପେକ୍ଷା କର, ପଶ୍ଚିମବଙ୍ଗରେ ଏହି ସରକାର କ୍ଷମତାରେ ରହିବ ନାହିଁ। ମୋର କଥା ଗ୍ରହଣ କର, ତୃଣମୂଳ ସରକାର ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପଶ୍ଚିମବଙ୍ଗରେ କ୍ଷମତାରେ ରହିବେ ନାହିଁ।" ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ମାସ ମଧ୍ୟରେ ବିରୋଧୀ ଦଳ ଦ୍ୱାରା ଶାସିତ ଝାଡ଼ଖଣ୍ଡ, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ମହାରାଷ୍ଟ୍ର ଭଳି ପରିସ୍ଥିତି ଉପୁଜିବ ବୋଲି ଅଧିକାରୀ ବାରମ୍ବାର ଦାବି କରିଛନ୍ତି।
Published by:Soumya Das
First published: