News18 Odia Digital
ଲକ୍ଷ୍ନୌ: ଯୌବନର କଅଁଳ ବୟସରେ ପାଦ ଦେଇ ନୂଆ କରି ପ୍ରେମ ଆରମ୍ଭ କରିଥିବା ସମୟରେ ହିଁ ଠକେଇର ଶିକାର ହୋଇଗଲା ଜଣେ ୧୭ ବର୍ଷୀୟା ଛାତ୍ରୀ । ଏକାଦଶ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ନିଜ ପ୍ରେମିକର ବ୍ଲାକମେଲ୍ ଦ୍ୱାରା ଏତେ ମାତ୍ରାରେ ଦୁଃଖରେ ଥିଲା ଯେ ସେ ଶେଷରେ ଏକ ପାଣି ଟାଙ୍କି ଉପରକୁ ଚଢ଼ି ସେଠାରୁ ତଳକୁ ଡେଇଁ ଆତ୍ମହତ୍ୟା କଲା ।
ଏହି ଦୁଃଖଦ ଘଟଣାର ଭିଡିଓ ଏବେ ଭାଇରାଲ୍ ହେଉଛି ଓ ସମସ୍ତଙ୍କୁ ଜଣେଇ ଦେଉଛି ଯେ ପ୍ରେମରେ ଧୋକା ବାସ୍ତବରେ କେତେ ସାଙ୍ଘାତିକ ରୂପ ନେଇପାରେ । ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁଜାଫରନଗରର ନଈ ମଣ୍ଡି ଅଞ୍ଚଳରେ ।
ଏହା ବି ପଢ଼ନ୍ତୁ | Budget 2021: ଶସ୍ତା ହେବ ସୁନା; ମହଙ୍ଗା ହେବ ପେଟ୍ରୋଲ୍ ଓ ଡିଜେଲ୍; ମଦ ବି ମହଙ୍ଗା ହେବ
ମଙ୍ଗଳବାର ଦିନ ପୋଲିସ ନାବାଳିକାର ମୃତ୍ୟୁ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଘଟଣା ସ୍ଥଳରୁ ମିଳିଥିବା ସୁଇସାଇଡ୍ ନୋଟରେ ଝିଅଟି ତା’ ପ୍ରେମିକ ତୁଷାରକୁ ନିଜ ମୃତ୍ୟୁ ପାଇଁ ଦାୟୀ କରିଛି । ତୁଷାର ବିରୋଧରେ ପୋଲିସ ଏକ ଆପରାଧିକ ମାମଲା ରୁଜୁ କରିଛି ।
ଏହା ବି ପଢ଼ନ୍ତୁ | BJP ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ମୁଁ ନିଜ ଗଳା କାଟିବାକୁ ପସନ୍ଦ କରିବି: ମମତା ବାନାର୍ଜୀ
ଗାନ୍ଧିନଗର ଅଞ୍ଚଳର ବାସିନ୍ଦା ଏହି କିଶୋରୀ ଝିଅଟି ମଙ୍ଗଳବାର ସନ୍ଧ୍ୟାରେ ଗାନ୍ଧିନଗରରେ ଏକ ପାଣି ଟାଙ୍କି ଉପରକୁ ଚଢ଼ି ସେଠାରେ କିଛି ସମୟ ସିଡ଼ି ଉପରେ ବସିବା ପରେ ତଳକୁ ଡିଆଁ ମାରିଦେଇଥିଲା । ତା’ ପରିବାର ଲୋକେ ତୁରନ୍ତ ତାକୁ ଚେତାଶୂନ୍ୟ ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତରମାନେ ଝିଅଟିକୁ ମୃତ ଘୋଷଣା କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
‘‘ଝିଅଟି ଠାରୁ ମିଲିଥିବା ସୁଇସାଇଡ୍ ନୋଟରେ ସେ ଲେଖିଛି ଯେ ତା’ ପ୍ରେମିକ ତା’ ମୃତ୍ୟୁ ପାଇଁ ଦାୟୀ । ସେ ଲେଖିଛି ଯେ ଅଭିଯୁକ୍ତ ପ୍ରେମିକ ଜଣକ ନିଜ ମୋବାଇଲ ଫୋନରେ ଝିଅଟିର କେତେକ ଆପତ୍ତିଜନକ ଫଟୋ ଉଠାଇଥିଲା ଓ ତା’ ପରେ ସେ ତାକୁ ବ୍ଲାକମେଲ୍ କରୁଥିଲା,’’ କହିଛନ୍ତି ନଈ ମଣ୍ଡି ଥାନାର ଜଣେ ବରିଷ୍ଠ ଅଧିକାରୀ ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ଝିଅଟି ନିଜ ଆତ୍ମହତ୍ୟା ନୋଟରେ ଲେଖିଛି ଯେ ତୁଷାର ତା’ ମୋବାଇଲ ଫୋନରେ ଥିବା ଆପତ୍ତିଜନକ ଫଟୋକୁ କେତେକ ବନ୍ଧୁଙ୍କୁ ଦେଖାଇଥିଲା ଓ ସେହି ଫଟୋଗୁଡ଼ିକୁ ଭାଇରାଲ କରିବାର ଧମକ ଦେଉଥିଲା ।
ପୋଲିସ ଅଭିଯୁକ୍ତ ପ୍ରେମିକ ତୁଷାରକୁ ଖୋଜିବା ଆରମ୍ଭ କରିଛି ।
ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍ ଦୁଃଖ ଅନୁଭବ କରୁଛନ୍ତି ଓ ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍ କରନ୍ତୁ: ଆସ୍ରା (
ମୁମ୍ବାଇ) 022-27546669, ସ୍ନେହା (
ଚେନ୍ନାଇ) 044-24640050, ସୁମୈତ୍ରୀ (
ଦିଲ୍ଲୀ) 011-23389090, କୁଜ (
ଗୋଆ) 0832- 2252525, ଜୀବନ (
ଜାମସେଦପୁର) 065-76453841, ପ୍ରତୀକ୍ଷା (
କୋଚି) 048-42448830, ମୈତ୍ରୀ (
କୋଚି) 0484-2540530, ରୋଶନି (
ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (
କୋଲକାତା) ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।