ସତ୍ୟନ୍ଦ୍ର ଜୈନ ଏବଂ ମନୀଷ ସିସୋଦିଆଙ୍କ ପରେ ଏବେ ସ୍କାନରରେ ଅରବିନ୍ଦ କେଜ୍ରିୱାଲ; ଜାଣନ୍ତୁ ପୁରା ଘଟଣା

ଅଭିଯୋଗ ହୋଇଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ନୀଙ୍କ ଜରିଆରେ ପ୍ଲଟକୁ ବଜାର ମୂଲ୍ୟରେ ବିକ୍ରି କରିଥିଲେ କିନ୍ତୁ କାରବାର ପେପରରେ କମ୍ ଦେଖାଯଇଥିଲେ । ଏହି ଅଭିଯୋଗ ଉପରାଜ୍ୟପାଳଙ୍କ ନିକଟକୁ ଲୋକାୟୁକ୍ତ ମାଧ୍ୟମରେ ପଠାଯାଇଛି ଏବଂ ତଦନ୍ତ ପାଇଁ ଦାବି କରାଯାଇଛି ।

ସତ୍ୟନ୍ଦ୍ର ଜୈନ ଏବଂ ମନୀଷ ସିସୋଦିଆଙ୍କ ପରେ ଏବେ ସ୍କାନରରେ ଅରବିନ୍ଦ କେଜ୍ରିୱାଲ; ଜାଣନ୍ତୁ ପୁରା ଘଟଣା

ସତ୍ୟନ୍ଦ୍ର ଜୈନ ଏବଂ ମନୀଷ ସିସୋଦିଆଙ୍କ ପରେ ଏବେ ସ୍କାନରରେ ଅରବିନ୍ଦ କେଜ୍ରିୱାଲ; ଜାଣନ୍ତୁ ପୁରା ଘଟଣା

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ;  ଅଭିଯୋଗ ହୋଇଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ନୀଙ୍କ ଜରିଆରେ ପ୍ଲଟକୁ ବଜାର ମୂଲ୍ୟରେ ବିକ୍ରି କରିଥିଲେ କିନ୍ତୁ କାରବାର ପେପରରେ କମ୍ ଦେଖାଯଇଥିଲେ । ଏହି ଅଭିଯୋଗ ଉପରାଜ୍ୟପାଳଙ୍କ ନିକଟକୁ ଲୋକାୟୁକ୍ତ ମାଧ୍ୟମରେ ପଠାଯାଇଛି ଏବଂ ତଦନ୍ତ ପାଇଁ ଦାବି କରାଯାଇଛି । ଅଭିଯୋଗରେ କୁହାଯାଇଛି ଯେ ୨୫.୯୩ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟିରେ ଟ୍ୟାମ୍ପରିଂ କରାଯାଇଛି ।

ଦିଲ୍ଲୀର ଆମ୍ ଆଦମୀ ପାର୍ଟିର ସମସ୍ୟା କମ୍ ହେବାର ନାଁ ନେଉନାହିଁ । ପ୍ରଥମେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା, ତାପରେ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦିଲ୍ଲୀର ଉପ ରାଜ୍ୟପାଳ ଭି.କେ ସକ୍ସେନା ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି । ଉପରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବା ଅଭିଯୋଗରେ ଜଣେ ବ୍ୟକ୍ତି ଆରୋପ ଲଗାଇଛନ୍ତି କି, ଦିଲ୍ଲୀ ସିଏମ୍ ତାଙ୍କ ପତ୍ନୀଙ୍କ ମାଧ୍ୟମରେ ଜମି ବଜାର ମୂଲ୍ୟରେ ବିକ୍ରି କରି କାଗଜରେ କମ୍ ମୂଲ୍ୟ ଦେଖାଇଛନ୍ତି ।

ଲୋକାୟୁକ୍ତଙ୍କ ମାଧ୍ୟମରେ ଉପରାଜ୍ୟପାଳଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଅଭିଯୋଗରେ କୁହାଯାଇଛି ଯେ, ଅରବିନ୍ଦ କେଜ୍ରିୱାଲ ୩ ଟି ପ୍ଲଟକୁ ୪.୫୪ କୋଟିରେ ବିକ୍ରି କରିଛନ୍ତି ଏବଂ ଏହାର ଲିଖିତ ମୂଲ୍ୟ ୭୨.୭୨ ଲକ୍ଷ ଟଙ୍କା ରହିଛି । ଅଭିଯୋଗ ହୋଇଛି ଯେ ଏହି ପ୍ଲଟ ପତ୍ନୀଙ୍କ ମାଧ୍ୟମରେ ବଜାର ମୂଲ୍ୟରେ ବିକ୍ରି ହୋଇଥିଲା କିନ୍ତୁ କାରବାର କାଗଜରେ କମ୍ ଦେଖାଯାଇଥିଲା । ଏହି ଅଭିଯୋଗ ଲୋକାୟୁକ୍ତ ମାଧ୍ୟମରେ ଉପରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି ଏବଂ ତଦନ୍ତ ପାଇଁ ଦାବି କରାଯାଇଛି । ଅଭିଯୋଗରେ କୁହାଯାଇଛି, ୨୫.୯୩ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟିରେ ଟ୍ୟାମ୍ପରିଂ କରାଯାଇଛି । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଉପରାଜ୍ୟପାଳ ଏହି ଅଭିଯୋଗ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଛନ୍ତି। ଏହି ମାମଲା ହରିୟାଣାର ଭବାନୀ ଜିଲ୍ଲାର ପୈତୃକ ସମ୍ପତ୍ତି ସହିତ ଜଡିତ।
Published by:Soubhagya Mishra
First published: