News18 Odia Digital
DA Hike: ସରକାରୀ କର୍ମଚାରୀଙ୍କ (Government Employees) ମହଙ୍ଗା ଭତ୍ତା (DA Hike) ବୃଦ୍ଧି କରି ହିମାଚଳ ପ୍ରଦେଶ ସରକାର (Himachal Pradesh Govt.) ଏକ ବଡ଼ ଆରାମ ଦେଇଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ପୁରୁଣା ପେନସନ୍ ଯୋଜନା (Old Pension Scheme) ପୁନଃ ସ୍ଥାପିତ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା।
ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ କର୍ମଚାରୀଙ୍କ ପାଇଁ ଏପ୍ରିଲ ୧ରୁ ପୁରୁଣା ପେନସନ୍ (Old Pension Scheme) ଲାଗୁ କରାଯାଇଛି। ଏହା ପରେ ସରକାରଙ୍କ ଦ୍ୱାରା ମହଙ୍ଗା ଭତ୍ତା, ମହଙ୍ଗା ରିଲିଫ୍ (DA and DR Hike) ର ଉପହାର ଦିଆଯାଇଛି। ସମସ୍ତ କର୍ମଚାରୀ ଏବଂ ପେନସନଭୋଗୀ ୨୦୨୨ ଜାନୁଆରୀ ୧ରୁ ଏହାର ଲାଭ ପାଇବେ।
ଦେଢ଼ ବର୍ଷ ପୂର୍ବେ ଡିଏ ବଳବତ୍ତର ହୋଇଥିଲାହିମାଚଳ ସରକାରଙ୍କ (ତରଫରୁ ମହଙ୍ଗା ଭତ୍ତା ଘୋଷଣା କରିବାବେଳେ କୁହାଯାଇଥିଲା ଯେ ରାଜ୍ୟର ସରକାରୀ କର୍ମଚାରୀମାନେ ୩ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା (DA) ପାଇବେ।
ମୁଖ୍ୟ ସଚିବ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ୨୦୨୨ ଜାନୁୟାରୀ ୧ରୁ ମହଙ୍ଗା ଭତ୍ତା (DA Hike) କୁ ବର୍ତ୍ତମାନର ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଛି।
ଅଲ ଇଣ୍ଡିଆ ସର୍ଭିସେସ୍, ହିମାଚଳ ପ୍ରଦେଶ ଜୁଡିସିଆଲ୍ ସର୍ଭିସର ଅଧିକାରୀ ଏବଂ ୟୁଜିସି କ୍ୟାଡର ଅଧୀନରେ ଆସୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ସରକାରଙ୍କ ଆଦେଶ ପ୍ରଯୁଜ୍ୟ ହେବ।
ଏପ୍ରିଲ୍ ଠାରୁ ଡିଏ ପ୍ରଦାନ କରାଯିବବିଜ୍ଞପ୍ତିରେ କୁହାଯାଇଛି ଯେ ଏପ୍ରିଲରୁ ଅତିରିକ୍ତ ଡିଏ ପ୍ରଦାନ କରାଯିବ। ଯେଉଁଥିରେ ୨୦୨୨ ଜାନୁଆରୀ ୧ରୁ ୨୦୨୩ ମାର୍ଚ୍ଚ ୩୧ (୧୫ ମାସ) ବକେୟା ଜିପିଏଫ୍ ଆକାଉଣ୍ଟରେ ଜମା ହେବ। କର୍ମଚାରୀଙ୍କ ଜିପିଏଫ ଆକାଉଣ୍ଟରେ ସରକାର ଏକଲକ୍ଷ ଟଙ୍କା ଜମା କରିବେ।
ସୁଖବିନ୍ଦର ସୁଖୁଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହି ପଦକ୍ଷେପ ୨.୧୫ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ୯୦,୦୦୦ ପେନସନଭୋଗୀଙ୍କୁ ସିଧାସଳଖ ଉପକୃତ କରିବ।
ପଢ଼ନ୍ତୁ ପୂରା ଖବର: ନୂଆ ଲିଭ୍ ପଲିସିକୁ ନେଇ ସରକାରଙ୍କ ବଡ଼ ଘୋଷଣା; ଏହି କର୍ମଚାରୀଙ୍କୁ ମିଳିବ ୪୨ ଦିନର ଛୁଟିକେନ୍ଦ୍ରୀୟ କର୍ମଚାରୀଙ୍କ ୪୨% DAଏହାପୂର୍ବରୁ ରାଜ୍ୟ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍ସନ୍ର ପୁନରୁଦ୍ଧାର ପାଇଁ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ। ଏହା ସହିତ ସରକାର ମହିଳାମାନଙ୍କୁ ମାସକୁ ୧୫୦୦ ଟଙ୍କା ଦେବାକୁ ମଧ୍ୟ ଘୋଷଣା କରିଥିଲେ। କେନ୍ଦ୍ରୀୟ କର୍ମଚାରୀଙ୍କ DA ୨୦୨୩ ଜାନୁଆରୀ ୧ରୁ ସଂଶୋଧିତ ହୋଇଛି। ସରକାର ଏହାକୁ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରିଛନ୍ତି ଯାହା ୨୦୨୩ ଜାନୁୟାରୀ ୧ ଠାରୁ ଲାଗୁ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।