News18 Odia Digital
ଝାଡଖଣ୍ଡର ଚକ୍ରଧରପୁରରୁ ଏକ ଅଜବ ଖବର ସାମ୍ନାକୁ ଆସିଛି। ସ୍ୱାମୀ ସ୍ତ୍ରୀ ଝଗଡା ଲାଗିବା ପରେ କ୍ରୋଧରେ ଜଣେ ବ୍ୟକ୍ତି ବିଷାକ୍ତ ସାପ ରାନ୍ଧି ଖାଇଦେଇଛନ୍ତି। ସାପର ବିଷ ଯୋଗୁଁ ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା, ସେତେବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ, ଏହି ବ୍ୟକ୍ତି ଗାଁରେ ଜଣେ ତାନ୍ତ୍ରିକ ଭାବେ କାର୍ଯ୍ୟ କରୁଥିଲେ।
ସୂଚନାନୁସାରେ, ପଶ୍ଚିମ ସିଂହଭୂମର ଚକ୍ରଧରପୁରର ଜୁକୁମ୍ବେଡା ଗାଁର ବାସିନ୍ଦା ଦାଶର ବୋଦର (୫୫) ଗୁଣିଆ ଭାବରେ କାମ କରୁଥିଲେ। କୌଣସି ଅସୁବିଧା ହେଲେ ଦୂରଦୂରାନ୍ତରୁ ତାଙ୍କ ପାଖକୁ ଆସୁଥିଲେ। ଯଦିଓ ସାପ ଆଖପାଖ ଗାଁରେ କାହାକୁ କାମୁଡ଼େ, ଡାକ୍ତରଖାନା ଯିବା ପରିବର୍ତ୍ତେ ଲୋକମାନେ ତାଙ୍କ ପାଖକୁ ଆସୁଥିଲେ।
ରବିବାର ସନ୍ଧ୍ୟାରେ ତାଙ୍କ ପତ୍ନୀଙ୍କ ସହ ଝଗଡା ହୋଇଥିଲା। ଏହା ପରେ ରାଗରେ ଦାଶର ବୋଦର ସୋମବାର ସକାଳେ କୌଣସି ସ୍ଥାନରୁ ଏକ ମୃତ ସାପର ମୁଣ୍ଡ ଆଣିଥିଲେ। ସେ ଦିନସାରା ଖରାରେ ଏହାକୁ ଶୁଖାଇ ତା’ପରେ ସନ୍ଧ୍ୟାରେ ନିଜେ ରାନ୍ଧି ଖାଇଥିଲେ।
ଏହାକୁ ଖାଇବା ପରେ ଏହି ବିଷ ପ୍ରଭାବିତ ହେବାକୁ ଲାଗିଲା। ଏହା ତାଙ୍କୁ ଅସହଜ ଲାଗୁଥିଲା। ସେ ଭୟରେ କାନ୍ଦିବାକୁ ଲାଗିଲେ ଓ ଜୋରରେ ଚିତ୍କାର କରିବାକୁ ଲାଗିଲା। ଏହା ପରେ ପରିବାର ଲୋକେ ଏହା ଜାଣିବା ପରେ ତୁରନ୍ତ ଚକ୍ରଧରପୁର ଉପ-ବିଭାଗୀୟ ଡାକ୍ତରଖାନାକୁ ନେଇଥିଲେ। ସବୁ କଥା ଜାଣିବା ପରେ ଡାକ୍ତର ମଧ୍ଯ ଆଶ୍ଚର୍ଯ୍ଯ ହୋଇଯାଇଥିଲେ । ପରେ ଚିକିତ୍ସା କରିବାକୁ ବର୍ତ୍ତମାନ ଅବସ୍ଥା ସୁଧାର ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।