ପିଏମ ମୋଦୀଙ୍କ ବଡ ବୈଠକ; ଆଗାମୀ ୩ ମାସ ଯାଏଁ ଭେକ୍ସିନ, ଅକ୍ସିଜେନ ଆମଦାନୀ ଉପରେ କଷ୍ଟମ ଡ୍ୟୁଟି ହଟିଲା

Customs Duty To Be Waived Off On Vaccines Oxygen: ପ୍ରଧାନ ମନ୍ତ୍ରୀ ବୈଠକରେ କହିଛନ୍ତି ଯେ ହସ୍ପିଟାଲ ଗୁଡ଼ିକରେ ମେଡିକାଲ ଗ୍ରେଡ୍ ଅକ୍ସିଜେନ ଯୋଗାଣ ବୃଦ୍ଧି କରିବାର ଜରୁରୀ ଆବଶ୍ୟକତା ରହିଛି ।

ପିଏମ ମୋଦୀଙ୍କ ବଡ ବୈଠକ; ଆଗାମୀ ୩ ମାସ ଯାଏଁ ଭେକ୍ସିନ, ଅକ୍ସିଜେନ ଆମଦାନୀ ଉପରେ କଷ୍ଟମ ଡ୍ୟୁଟି ହଟିଲା
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ
  • News18 Odia
  • Last Updated: April 24, 2021, 5:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଦେଶରେ ଅକ୍ସିଜେନ ଉପଲବ୍ଧତା ଉପରେ ଏକ ଉଚ୍ଚ ସ୍ତରୀୟ ବୈଠକ କରି ତୁରନ୍ତ ତିନିମାସ ମଧ୍ୟରେ ଭେକ୍ସିନ, ଅକ୍ସିଜେନ ଓ ଅକ୍ସିଜେନ ସହ ଜଡିତ ଉପକରଣ ଆମଦାନୀ ଉପରେ ମୌଳିକ କଷ୍ଟମ ଡ୍ୟୁଟି ଓ ହେଲ୍ଥ ସେସ ବନ୍ଦ କରିବାକୁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ମନ୍ତ୍ରୀ ବୈଠକରେ କହିଛନ୍ତି ଯେ ହସ୍ପିଟାଲ ଗୁଡ଼ିକରେ ମେଡିକାଲ ଗ୍ରେଡ୍ ଅକ୍ସିଜେନ ଯୋଗାଣ ବୃଦ୍ଧି କରିବାର ଜରୁରୀ ଆବଶ୍ୟକତା ରହିଛି ଓ ଘର ଓ ହସ୍ପିଟାଲରେ ରୋଗୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଅକ୍ସିଜେନ ସମ୍ବନ୍ଧୀୟ ଯନ୍ତ୍ରପାତିର ମଧ୍ୟ ଆବଶ୍ୟକତା ରହିଛି ।

ଅକ୍ସିଜେନ ଓ ଚିକିତ୍ସା ସାମଗ୍ରୀର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନ ମନ୍ତ୍ରୀ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ସିଜେନ ଓ ଅକ୍ସିଜେନ ସମ୍ବନ୍ଧୀୟ ଉତ୍ପାଦ ପାଇଁ କ୍ଲିୟରାନ୍ସ ଦେବା ପାଇଁ ତୁରନ୍ତ ନିଷ୍ପତ୍ତି ନେବାକୁ ସେ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ -୧୯ ଟିକା ଆମଦାନୀ ଉପରେ ମୌଳିକ କଷ୍ଟମ ଶୁଳ୍କ ରଦ୍ଦ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଆସନ୍ତା ତିନିମାସ ପାଇଁ କାର୍ଯ୍ୟକାରୀ ହେବ ।

ଏଥିପାଇଁ କେନ୍ଦ୍ର ସରକାର ଜଣେ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି, ଯିଏ କଷ୍ଟମ ସହ ଜଡିତ କାର୍ଯ୍ୟ କରିବେ । କେନ୍ଦ୍ର ସରକାର କହିଛନ୍ତି ଯେ ଆଜିର ନିଷ୍ପତ୍ତି ଅକ୍ସିଜେନ ଓ ଭେକ୍ସିନ ଉପଲବ୍ଧତାକୁ ନିଶ୍ଚିତ କରିବାରେ ସାହାଯ୍ୟ କରିବ । ଏହା ଜିନିଷର ମୂଲ୍ୟ କମ୍ ରଖିବାରେ ମଧ୍ୟ ସାହାଯ୍ୟ କରିବ । ଏହି ଟିକା କାର୍ଯ୍ୟକ୍ରମ ଦେଶରେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଟିକା କୋଭିଶିଲ୍ଡ ସହିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍-ଆଇସିଏମ୍ଆରର କୋଭୋକ୍ସିନ୍ ଟିକା ସହିତ ଚାଲିଛି । ଏହି ଦୁଇଟି ବ୍ୟତୀତ ଋଷର ଟିକା ସ୍ପୁଟନିକ୍-ଭି ର ଜରୁରୀକାଳୀନ ବ୍ୟବହାରକୁ ମଧ୍ୟ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ କରୋନା ପ୍ରସଙ୍ଗରେ ଦେଶକୁ ସମ୍ବୋଧିତ କରିଛନ୍ତି ଓ ମାନିଛନ୍ତି ଯେ ହଠାତ୍ ଅକ୍ସିଜେନର ଚାହିଦା ବଢ଼ିଛି । ଯାହା ପୂରଣ କରିବା ପାଇଁ ସରକାର ସବୁକିଛି କରୁଛନ୍ତି ।
Published by: Jagdish Barik
First published: April 24, 2021, 5:09 PM IST