୬୩ ବର୍ଷର ବର ୨୪ ବର୍ଷର କନ୍ୟା; ୬ ଝିଅର ବାପା ବୃଦ୍ଧକାଳେ କଲେ ବିବାହ

ନିଜ ପତ୍ନୀଙ୍କ ଦେହାନ୍ତ ପରେ ୬ଟି ଝିଅର ବାପା ୬୩ ବର୍ଷ ବୟସରେ ତାଙ୍କ ଝିଅ ବୟସର ଝିଅ ନନ୍ଦିନୀଙ୍କ ମଥାରେ ଦେଲେ ସିନ୍ଦୁର । ବିବାହ ଉତ୍ସବରେ ନାଚିଲେ ଏବଂ କହିଲେ ନନ୍ଦିନୀ ଆଇ ଲଭ୍ ୟୁ ।

୬୩ ବର୍ଷର ବର ୨୪ ବର୍ଷର କନ୍ୟା; ୬ ଝିଅର ବାପା ବୃଦ୍ଧକାଳେ କଲେ ବିବାହ

୬୩ ବର୍ଷର ବର ୨୪ ବର୍ଷର କନ୍ୟା; ୬ ଝିଅର ବାପା ବୃଦ୍ଧକାଳେ କଲେ ବିବାହ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ବାରବାଙ୍କିରେ ରହୁଥିବା ଜଣେ ବୃଦ୍ଧ (Old man) ନିଜ ଝିଅ ବୟସର ଝିଅକୁ ବିବାହ (Marriage) କରିଛନ୍ତି । ଏହି ବ୍ୟକ୍ତି ୬ ଝିଅର ପିତା ହୋଇଥିବା ବେଳେ ତାଙ୍କର ପ୍ରଥମ ପତ୍ନୀଙ୍କର ମୃତ୍ୟୁ (Death) ହୋଇଯାଇଛି। ପତ୍ନୀଙ୍କ ମୃତ୍ୟୁ ପରେ ସେ ଏକା ହୋଇଯାଇଥିବାରୁ ଅତ୍ୟନ୍ତ ଚିନ୍ତିତ ଥିଲେ, ଯେଉଁଥିପାଇଁ ସେ ପୁନଃର୍ବିବାହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏହି ବିବାହ ସମଗ୍ର ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ବୃଦ୍ଧ ବ୍ୟକ୍ତି ଜଣକ ନିଜ ଝିଅ ବୟସର ଝିଅକୁ ବିବାହ କରିବା ଘଟଣା ସୋସିଆଲ ମିଡିଆରେ (Social media) ମଧ୍ୟ ଭାଇରାଲ ହେବାରେ ଲାଗିଛି।

ବାରବାଙ୍କି ଜିଲ୍ଲାର ସୁବେହା ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଜମିନ ହୁସେନାବାଦ ପୁର ଚୌଧୁରୀ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ନାକଛେଦ୍ ଯାଦବ ନାମକ ଜଣେ ୬୩ ବର୍ଷ ବୟସ୍କ ବ୍ୟକ୍ତି ନିଜ ବୟସର ଅଧାରୁ ବି କମ୍ ବୟସର ଝିଅ ନନ୍ଦିନୀକୁ ବିବାହ କରିଛନ୍ତି । ନନ୍ଦିନୀ ରାଞ୍ଚିର ବାସିନ୍ଦା ଓ ତାଙ୍କ ବୟସ ମାତ୍ର ୨୪ ବର୍ଷ । ଅର୍ଥାତ୍ ସେ ତାଙ୍କ ଝିଅ ବୟସର । ନାକଛେଦ୍ ଯାଦବ ମଧ୍ୟ ୬ଟି ଝିଅର ପିତା ଓ ତାଙ୍କର ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇଛି। ନାକଛେଦ୍ ଯାଦବଙ୍କ କହିବା ଅନୁଯାୟୀ, ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ବହୁତ ଏକୁଟିଆ ହୋଇଯାଇଥିଲେ। ତାଙ୍କର ସମସ୍ତ ଝିଅ ବିବାହ କରି ନିଜ ନିଜ ଶାଶୁ ଘରକୁ ଚାଲିଯାଇଛନ୍ତି । ସେଥିପାଇଁ ସେ ଏହି ଏକାକୀତାକୁ ଦୂର କରିବା ପାଇଁ ଦ୍ୱିତୀୟ ବିବାହ କରିଛନ୍ତି ।

ଏହି ଖବର ପଢ଼ନ୍ତୁ - http://ତେଲେଙ୍ଗାନା ମଡେଲ ଆପଣାଇ ଓଡ଼ିଶାରେ ନିର୍ବାଚନ ଲଢିବ ଭାରତ ରାଷ୍ଟ୍ରୀୟ ସମିତି

୬୩ ବର୍ଷ ବୟସରେ ଦ୍ୱିତୀୟ ବିବାହ

ଅଯୋଧ୍ୟା ଜିଲ୍ଲାର ରୁଦୌଲି ଅଞ୍ଚଳର କାମାକ୍ଷୀ ଦେବୀଙ୍କ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ନାକଛେଦ୍ ଦ୍ୱିତୀୟ ବିବାହ କରିଛନ୍ତି। ବିବାହରେ ପ୍ରଥମେ ଯଜ୍ଞ ଓ ପରେ ବରମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବିବାହରେ ସମୁଦାୟ ୫୦ରୁ ୬୦ ମଧ୍ୟରେ ବରଯାତ୍ରୀ ସାମିଲ ହୋଇଥିଲେ । ନିଜେ ବର ମଧ୍ୟ ଏହି ବିବାହ ଉତ୍ସବରେ ନାଚିଥିବା ଦେଖିବାକୁ ମିଳିଥିଲା । । ବର୍ତ୍ତମାନ ଏହି ବିବାହ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ନାକାଛେଦ୍ ଯାଦବଙ୍କ ଘରେ ମଧ୍ୟ ଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କିନ୍ତୁ ବର୍ତ୍ତମାନ ଏହି ବିବାହକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ବୃଦ୍ଧ ସମୟରେ ବିବାହ କରିନଥିଲେ କଣ ଚଳିନଥାନ୍ତା । ସେହିପରି ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି , ଆମ ଦେଶରେ ବିଭିନ୍ନ ଅସମ୍ଭବ ଜିନିଷ ସବୁ ଦେଖିବାକୁ ମିଳିଥାଏ । ତା ଭିତରେ ଏହା ଅନ୍ୟତମ । ଏଥିସହ ଅନେକ ବ୍ୟକ୍ତି ନବ ଦମ୍ପତୀଙ୍କୁ ବିବାହ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏଥିସହ ବିବାହର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ।
Published by:Soubhagya Mishra
First published: