ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»‘‘ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାରିବୁ’’: କାବୁଲରେ ବିସ୍ଫୋରଣ ପରେ କହିଲେ ଜୋ ବାଇଡେନ୍

‘‘ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାରିବୁ’’: କାବୁଲରେ ବିସ୍ଫୋରଣ ପରେ କହିଲେ ଜୋ ବାଇଡେନ୍

Jo Biden says Afghan terrorists would be punished for Kabul blast | ଆତ୍ମଘାତୀ ବିସ୍ଫୋରଣ କରି ସୁପର୍‌-ପାୱାର୍‌ ଆମେରିକାକୁ ଚ୍ୟାଲେଞ୍ଜ ଦେଇଛି ଆତଙ୍କବାଦୀ ସଙ୍ଗଠନ ISIS-K । ଆତଙ୍କୀ ଆକ୍ରମଣରେ ୧୩ରୁ ଅଧିକ ଆମେରିକୀୟ ସୈନ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି ।

‘‘ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାରିବୁ’’: କାବୁଲରେ ବିସ୍ଫୋରଣ ପରେ କହିଲେ ଜୋ ବାଇଡେନ୍
କେତେକ ଆହତ ଲୋକ ଓ (ଡାହାଣ) ଜୋ ବାଇଡେନ୍
  • News18 Odia
  • Last Updated: August 27, 2021, 10:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କାବୁଲ ବିସ୍ଫୋରଣରେ (Kabul blasts) ମୃତ୍ୟୁ ସଂଖ୍ୟା ୧୦୦ ଟପିଛି । ୧୫୦ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୯୫ରୁ ଅଧିକ ମୃତ ଦେହ ମିଳିଛି । ତୃତୀୟ ବିସ୍ଫୋରଣ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ସହ ହକାନି ନେଟୱର୍କର ଜଣେ ସୁଇସାଇଡ ବମ୍ବରକୁ (suicide bomber) ଗିରଫ କରାଯାଇଛି । ISIS ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିବା ସହ ଆମେରିକା ଓ ୱେଷ୍ଟର୍ଣ୍ଣ ଆଲାଏନ୍ସ ଫୋର୍ସକୁ ଟାର୍ଗେଟ୍‌ କରିଥିବା ସ୍ବୀକାର କରିଛି ।

ଏହା ମଧ୍ୟରେ ବିସ୍ଫୋରଣର ବଦଲା ନିଆଯିବ ବୋଲି ଚରମବାଣୀ ଶୁଣାଇ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (Jo Biden) । ଆତଙ୍କବାଦୀ ହମଲା ସତ୍ତ୍ବେ, ଆମେରିକା ନାଗରିକଙ୍କୁ ଏୟାର ଲିଫ୍‌ଟିଂ ଜାରି ରହିବ ଓ ଅଗଷ୍ଟ ୩୧  ଡେଡଲାଇନ ସୁଦ୍ଧା ଇଭାକୁଏସନ୍ ସରିବ ବୋଲି ୟୁ.ଏସ. ଜେନେରାଲ ମ୍ୟାକେନଜି କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ସ୍ତ୍ରୀର ଜୁଇ ଜଳୁଥିଲା; ହଠାତ୍ ସେହି ଜୁଇକୁ ଡେଇଁପଡ଼ିଲେ ସ୍ୱାମୀ; ପ୍ରେମ ପାଇଁ ନିଜ ପ୍ରାଣ ଦେଲେ

ଗୁରୁବାର ସନ୍ଧ୍ୟାରେ କାବୁଲ ସହରରେ ଦୁଇ ଦୁଇଟି ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ପରେ ଶୁକ୍ରବାର (ଅଗଷ୍ଟ ୨୭) ସକାଳେ କାବୁଲ ବିମାନ ବନ୍ଦରର ସୁରକ୍ଷା ପାଚେରୀକୁ ଲାଗି ରହିଥିବା ଏକ ଟ୍ରେଞ୍ଚରେ ପଡ଼ିଥିଲେ ଶହ ଶହ ମୃତାହତ । କିଏ ଜୀବିତ, ଆଉ କିଏ ମୃତ, ତାହା ସେତେବେଳେ ଚିହ୍ନିବା କଷ୍ଟକର ଥିଲା । ଶୁକ୍ରବାର ସକାଳେ ମୃତ ଦେହ ସ୍ଥାନାନ୍ତର କରାଯାଇଥିଲା ଓ ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ କେବଳ ଦେଖିବାକୁ ମିଳୁଛି ଭୟାବହ ବିସ୍ଫୋରଣର ଚିହ୍ନ ।

କାବୁଲର ଏକ ହସପିଟାଲରେ ଆହତ ଲୋକମାନେ ଚିକିତ୍ସିତ ହେଉଛନ୍ତି । (ଏ.ପି. ଫଟୋ)


ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ହସପିଟାଲରେ ଜମାନବନ୍ଦୀ ବେଳେ DFO ଥିଲେ; ବିଦ୍ୟାଙ୍କୁ ଶୀଘ୍ର ଜେରା କରାଯିବ

ଏଣେତେଣେ ପଡ଼ିଥିଲା ଲୁଗାପଟା, ଜୋତା, ପାଣି ବୋତଲ ଓ ବ୍ୟାଗ୍‌ । ସିମେଣ୍ଟ କାନ୍ଥରେ ଲାଗିଥିଲା ରକ୍ତଛିଟା । ହସପିଟାଲ ଆଗରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ବିସ୍ପୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିଜନମାନେ ହିଁ ଭିଡ଼ ଲଗାଇଥିଲେ । ମୃତ ଦେହ ଚିହ୍ନଟ କରିବା ଓ ନେବା ପାଇଁ ଅପେକ୍ଷାରତ ଥିଲେ ସେମାନେ । ବିସ୍ଫୋରଣ ପରେ ବି ବିମାନ ବନ୍ଦର ବାହାରେ ଭିଡ଼ କମି ନ ଥିଲା । ଏବେ ବି ଦେଶ ଛାଡ଼ି ଅନ୍ୟତ୍ର ଚାଲିଯିବା ପାଇଁ ଲୋକେ ସୁଯୋଗ ଅପେକ୍ଷାରେ ଅଛନ୍ତି । ବାରମ୍ବର ତାଗିଦ ସତ୍ତ୍ବେ ହଜାର ହଜାର ଆଫଗାନ ନାଗରିକ ଏୟାରପୋର୍ଟ ଗେଟ୍‌ ଛାଡ଼ିବାକୁ ନାରାଜ। ତେଣୁ ଆଗକୁ ମଧ୍ୟ ବଡ଼ ବିପଦର ଆଶଙ୍କା ପ୍ରକାଶ ପାଇଛି। ଲୋକେ ଭୟଭୀତ ହୋଇ ରହିଛନ୍ତି ।

ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପାସ୍କଲେ ଗଞ୍ଜାମ MLA ପୂର୍ଣ୍ଣଚନ୍ଦ୍ର ସ୍ବାଇଁ; B2 ଗ୍ରେଡ୍ପାଇଲେ; ଇଂରାଜୀରେ ୪୪ ମାର୍କ ରଖିଲେ

ଆତ୍ମଘାତୀ ବିସ୍ଫୋରଣ କରି ସୁପର ପାୱାର ଆମେରିକାକୁ ଚ୍ୟାଲେଞ୍ଜ ଦେଇଛି ଆତଙ୍କବାଦୀ ସଙ୍ଗଠନ ISIS-K । ଆତଙ୍କୀ ଆକ୍ରମଣରେ ୧୩ରୁ ଅଧିକ ଆମେରିକା ସୈନ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି । ତୃତୀୟ ବିସ୍ଫୋରଣକୁ ପଣ୍ଡ କରିଦିଆ ଯାଇଥିବା ବେଳେ ହକାନି ନେଟୱର୍କର ଜଣେ ପାକିସ୍ଥାନୀ ଜିହାଦୀକୁ ଗିରଫ କରାଯାଇଛି । ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଛି । ଅନେକ ଆମେରିକା ସୈନ୍ୟ ଏବଂ ବିଦେଶୀ ନାଗରିକଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି ।

ଏହା ବି ପଢ଼ନ୍ତୁ | ମୟୂରଭଞ୍ଜରେ ମାସକର ଶିଶୁ ପୁତ୍ରକୁ ମାକୋଳରୁ ଛଡ଼ାଇ ନେଲା, ₹,୧୦୦ ଦେଲା, ତାପରେ ବିକିଦେଲା

ଆତଙ୍କବାଦୀଙ୍କ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ କହିଛନ୍ତି ଯେ ଆମେରିକା ସୈନ୍ୟଙ୍କ ବଳିଦାନର ପ୍ରତିଶୋଧ ନିଆଯିବ ଓ ଆତଙ୍କୀମାନଙ୍କୁ ନିପାତ କରାଯିବ । ଆକଙ୍କବାଦୀଙ୍କ ବିସ୍ଫୋରଣ ସତ୍ତ୍ବେ କାବୁଲ ଏୟାରପୋର୍ଟରୁ ଆମେରିକା ନାଗରିକଙ୍କ ଇଭାକୁଏସନ ବନ୍ଦ ହେବ ନାହିଁ କିମ୍ବା ଅଗଷ୍ଟ ୩୧ ଡେଡଲାଇନକୁ ବଢ଼ାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ୟୁ.ଏସ୍‌. ଜେନେରାଲ ମ୍ୟାକେନଜି ।



କାବୁଲ ଆତଙ୍କବାଦୀ ହମଲାକୁ ଜାତିସଙ୍ଘ ସମେତ ସବୁ ରାଷ୍ଟ୍ର ନିନ୍ଦା କରିଛନ୍ତି । ଚୀନ କାବୁଲ ଆତଙ୍କୀ ବିସ୍ଫୋରଣକୁ ନିନ୍ଦା କରିଥିଲେ ମଧ୍ୟ ଦୂତାବାସ ଖୋଲା ରଖିଛି । କାବୁଲ ଏୟାରପୋର୍ଟକୁ ଚଳାଇବାରେ ସାହାଯ୍ୟ କରିବାକୁ ତୁର୍କୀକୁ ଅନୁରୋଧ କରିଛି ତାଲିବାନ । ତୁର୍କି ରାଷ୍ଟ୍ରପତି ଏରଡୋଜେନ କହିଛନ୍ତି ଯେ ଏ ନେଇ କାବୁଲରେ କଥାବାର୍ତ୍ତା କରାଯାଇଛି । ଆଫଗାନିସ୍ଥାନରେ କାମଚଳା ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି । ସବୁ ଜାତି ଓ ଆଦିବାସୀ ନେତାଙ୍କୁ ସରକାରରେ ସାମିଲ କରାଯିବ ବୋଲି ତାଲିବାନ ପକ୍ଷରୁ ସୂଚନା ଦିଆଯାଇଛି ।
Published by: Anand S.T. Das
First published: August 27, 2021, 10:53 PM IST