ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଜାଭେଦ ଅଖତରଙ୍କ ପରେ ତାଲିବାନ ସହ RSSକୁ ତୁଳନା କଲେ କଂଗ୍ରେସ ନେତା ଦିଗବିଜୟ ସିଂହ

ଜାଭେଦ ଅଖତରଙ୍କ ପରେ ତାଲିବାନ ସହ RSSକୁ ତୁଳନା କଲେ କଂଗ୍ରେସ ନେତା ଦିଗବିଜୟ ସିଂହ

Digvijay Singh on RSS: ଦିଗବିଜୟ ସିଂହ କହିଛନ୍ତି ଯେ କାର୍ଯ୍ୟରତ ମହିଳାଙ୍କ ବିଷୟରେ ତାଲିବାନ ଓ ଆରଏସଏସ ମଧ୍ୟରେ ସମାନତା ଅଛି କି ? ଏମିତି ହିଁ ଲାଗିବ, ଯେପର୍ଯ୍ୟନ୍ତ ମୋହନ ଭଗବତ ଓ ତାଲିବାନ ସେମାନଙ୍କ ମତ ପରିବର୍ତ୍ତନ ନକରନ୍ତି ।

ଜାଭେଦ ଅଖତରଙ୍କ ପରେ ତାଲିବାନ ସହ RSSକୁ ତୁଳନା କଲେ କଂଗ୍ରେସ ନେତା ଦିଗବିଜୟ ସିଂହ
ଜାଭେଦ ଅଖତରଙ୍କ ପରେ ତାଲିବାନ ସହ RSSକୁ ତୁଳନା କଲେ କଂଗ୍ରେସ ନେତା ଦିଗବିଜୟ ସିଂହ
  • News18 Odia
  • Last Updated: September 10, 2021, 3:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଦିଗବିଜୟ ସିଂହ ଆଫଗାନିସ୍ତାନରେ କ୍ଷମତା ଗ୍ରହଣ କରିଥିବା ତାଲିବାନ ସହିତ ରାଷ୍ଟ୍ରିୟ ସ୍ବୟଂ ସେବକ ସଙ୍ଗଠନକୁ (RSS) ତୁଳନା କରିଛନ୍ତି । ଏକ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଥର ହେଉଛି ତାଲିବାନ ସହିତ ଆର.ଏସ.ଏସକୁ ତୁଳନା କରାଯାଇଛି ।

ସେ ସଙ୍ଗଠନର ମୁଖ୍ୟ ଡ଼ଃ ମୋହନ ଭଗବତଙ୍କ ପୁରୁଣା ବିବୃତ୍ତି ଉପରେ ମନ୍ତବ୍ୟ ଦେଇ ଏମିତି କଥା କହିଛନ୍ତି । ଯେଉଁଥିରେ ଭଗବତ କହିଥିଲେ ଯେ ବିବାହ ଏକ ଆପୋଷ ବୁଝାମଣା । ଏହା ଅଧୀନରେ ମହିଳାମାନେ ଘରର ଯତ୍ନ ଓ ଅନ୍ୟାନ୍ୟ ଜିନିଷର ଯତ୍ନ ନିଅନ୍ତି । ଆଉ ପୁରୁଷ କାର୍ଯ୍ୟ ଓ ମହିଳାଙ୍କ ସୁରକ୍ଷା ପାଇଁ ଦାୟୀ ।

ଭଗବତଙ୍କ ଏହି କଥାକୁ ଆଧାର କରି ନିକଟରେ ଗୀତିକାର ଜାଭେଦ ଅଖତର ମଧ୍ୟ ଏକ ତୁଳନାତ୍ମକ ମନ୍ତବ୍ୟ ଦେଇଥିଲେ । ଆଉ ଏବେ ଦିଗବିଜୟ ତାଲିବାନ ସହ ଆର.ଏସ.ଏସ.କୁ ତୁଳନା କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ସିଂହ କହିଛନ୍ତି, ‘‘କାର୍ଯ୍ୟରତ ମହିଳାଙ୍କ ସମ୍ବନ୍ଧରେ ତାଲିବାନ ଓ ଆର.ଏସ.ଏସ. ମଧ୍ୟରେ ସମାନତା ଅଛି କି? ମୋହନ ଭଗବତ ଓ ତାଲିବାନ ସେମାନଙ୍କ ମତ ପରିବର୍ତ୍ତନ ନ କରିବା ପର୍ଯ୍ୟନ୍ତ ଏମିତି ଲାଗିବ ।’’

ଏହି ସପ୍ତାହରେ କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ସଙ୍ଗଠନ ମିଥ୍ୟା ଓ ଭୁଲ ବୁଝାମଣା ପ୍ରଚାର କରି ହିନ୍ଦୁ ଓ ମୁସଲମାନମାନଙ୍କୁ ଭାଗ ଭାଗ କରୁଛି । ଆର.ଏସ.ଏସ. ମୁଖ୍ୟ ଭଗବତଙ୍କ ବିବୃତ୍ତିରେ ହିନ୍ଦୁ-ମୁସଲମାନ ଡିଏନଏ ଏକ ବୋଲି ସେ ପଚାରିଥିଲେ, ଯଦି ଏପରି ହୁଏ, ତେବେ ଲଭ ଜିହାଦ ଭଳି ପ୍ରସଙ୍ଗ କାହିଁକି ବଢୁଛି?

ପୂର୍ବତନ ସିଏମ୍ ମଧ୍ୟ ଗୀତିକାର ଅଖତରଙ୍କୁ ସମର୍ଥନ କରିଥିଲେ । ସେ କହିଥିଲେ ଯେ ଭାରତୀୟ ସମ୍ବିଧାନ ବ୍ୟକ୍ତିବିଶେଷଙ୍କୁ ଅଭିବ୍ୟକ୍ତିର ସ୍ୱାଧୀନତା ଦେଇଥାଏ । ଗତ ମଙ୍ଗଳବାର ଦିନ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଥିଲେ, ‘‘ଜାଭେଦ ଏହି ପ୍ରସଙ୍ଗରେ କହିଛନ୍ତି କି ନାହିଁ ମୁଁ ଜାଣେ ନାହିଁ, କିନ୍ତୁ ଆମର ସମ୍ବିଧାନ ଆମକୁ ନିଜର ମତ ପ୍ରକାଶ କରିବାର ଅଧିକାର ଦେଇଛି ।’’

ସେପ୍ଟେମ୍ବର ୩ରେ ଏକ ଟିଭି କାର୍ଯ୍ୟକ୍ରମ ସମୟରେ ଗୀତିକାର ତାଲିବାନକୁ ଆର.ଏସ.ଏସ. ସହିତ ତୁଳନା କରିଥିଲେ ।

ସେ କହିଥିଲେ, 'ଯେପରି ତାଲିବାନ ଇସଲାମିକ୍ ଷ୍ଟେଟ୍ ଚାହୁଁଛି, ସେଠାରେ କିଛି ଲୋକ ଅଛନ୍ତି ଯେଉଁମାନେ ହିନ୍ଦୁ ରାଷ୍ଟ୍ର ଚାହୁଁଛନ୍ତି। ଏହି ଲୋକମାନଙ୍କର ମାନସିକତା ମଧ୍ୟ ସମାନ | ସେ ମୁସଲମାନ, ଖ୍ରୀଷ୍ଟିଆନ, ଯିହୁଦୀ କିମ୍ବା ହିନ୍ଦୁ ହୁଅନ୍ତୁ।

ସେ କହିଥିଲେ, 'ଅବଶ୍ୟ ତାଲିବାନ ବର୍ବର ଓ ସେମାନଙ୍କର କାର୍ଯ୍ୟକଳାପ ନିନ୍ଦନୀୟ, କିନ୍ତୁ ଯେଉଁମାନେ ଆର.ଏସ.ଏସ. ଭିଏଚପି ଓ ବଜରଙ୍ଗ ଦଳକୁ ସମର୍ଥନ କରନ୍ତି ସେମାନେ ମଧ୍ୟ ସେହିଭଳି ଚିନ୍ତାଧାର ରଖୁଛନ୍ତି ।’’

ଅଖତର ଏହା ମଧ୍ୟ କହିଥିଲେ ଯେ ସାଧାରଣ ଭାରତୀୟଙ୍କ ମୌଳିକ ସମ୍ବେଦନଶୀଳତା ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ସେ କହିଥିଲେ, ‘‘ଏହି ଦେଶରେ ଅଧିକାଂଶ ସଭ୍ୟ ଓ ସହନଶୀଳ ଲୋକେ ବସବସା କରନ୍ତି । ଏହାକୁ ସମ୍ମାନ ଦେବା ଉଚିତ୍ । ଭାରତ କଦାପି ତାଲିବାନ ଦେଶ ହେବ ନାହିଁ।’’
Published by: Lipina Das
First published: September 10, 2021, 3:25 PM IST