ଜାମିଆ ପରେ ଶାହୀନବାଗରେ ଗୁଳିକାଣ୍ଡ; ‘‘ଆମ ଦେଶରେ କେବଳ ହିନ୍ଦୁମାନଙ୍କ କଥା ରହିବ’’: ଅଭିଯୁକ୍ତ

ଗିରଫ ହୋଇଥିବା କପିଳ ଗୁଜ୍ଜରଙ୍କ ବିରୁଦ୍ଧରେ IPCର ଧାରା ଦଫା ୩୩୬ (ଅନ୍ୟମାନଙ୍କ ଜୀବନକୁ ଅସୁରକ୍ଷାରେ ପକେଇବା) ଓ ମାରଣାସ୍ତ୍ର ଆଇନର କେତେକ ଦଫାରେ ମାମଲା ରୁଜୁ ହୋଇଛି । ସେ ଦେଶୀ ବନ୍ଧୁକଟି କେଉଁଠୁ ପାଇଲା ଜାଣିବା ପାଇଁ ତଦନ୍ତ ଚ଼ାଲିଛି ।

କପିଳ ଗୁଜ୍ଜରଙ୍କୁ ଧରି ନେଇଯାଉଛନ୍ତି ପୋଲିସ ।

କପିଳ ଗୁଜ୍ଜରଙ୍କୁ ଧରି ନେଇଯାଉଛନ୍ତି ପୋଲିସ ।

  • Share this:
News 18 Odia Digital

ନୂଆ ଦିଲ୍ଲୀ: ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ ନିକଟରେ ଧାରଣା ଚାଲିଥିବା ବେଳେ ଜଣେ ନାବାଳକ ଗୁଳିକରି ଜଣେ ଛାତ୍ରକୁ ଆହତ କରିବା ଘଟଣାର ଦୁଇ ଦିନ ପରେ ଶାହିନବାଗରେ CAA ବିରୋଧରେ ହେଉଥିବା ପ୍ରଦର୍ଶନ ସ୍ଥଳରେ ଜଣେ ୨୫ ବର୍ଷୀୟ ଯୁବକ ତିନି ରାଉଣ୍ଡ ଗୁଳି ଚ଼ଳାଇଛି । ଗୁଳିକାଣ୍ଡରେ କେହି ଆହତ ହୋଇନାହାନ୍ତି ।

କପିଲ ଗୁଜ୍ଜର ନାମକ ଏହି ଯୁବକ ଜଣକ ଶନିବାର ସଂଧ୍ୟାରେ ଧାରଣାକାରୀଙ୍କ ପଛରେ ହୋଇଥିବା ତିନୋଟି ବ୍ୟାରିକେଡ଼ରୁ ଗୋଟିଏ ବ୍ୟାରିକେଡ ଅତିକ୍ରମ କରି ଧାରଣା ସ୍ଥଳରେ ପଶିଥିଲା ଓ ଗୋଟେ ଦେଶୀ ବନ୍ଧୁକରୁ ଗୁଳି ଚାଳନା କରିଥିଲା । ପ୍ରାୟ ସାଢ଼େ ଚାରିଟା ସମୟରେ ସେ ଏକ ଚା‘ ଦୋକନରେ ପହଞ୍ଚି ଦେକାନର ମାଲିକ ସହ ଧାରଣା ବିଷୟରେ ଆଲୋଚନା କରିଥିଲା । ତା’ ପରେ ହଠାତ୍ ବନ୍ଧୁକ ବାହାରି କରି ଫାଙ୍କା ଗୁଳିଚାଳନା କରିଥିଲା ।

ଚା’ ଦୋକାନର ମାଲିକ ସୂଚନା ଦେଇ କହିଛନ୍ତି, ‘‘ସେ ପଚ଼ାରିଲା କେତେ ଦିନ ଧରି ଏ ଧାରଣା ଚାଲିବ, କିନ୍ତୁ ମୁଁ କିଛି ଉତ୍ତର ଦେବା ପୂର୍ବରୁ ସେ ଚାଲିଗଲା । ପୋଲିସ ତା‘ ପଛରେ ଦୈାଡିବାରୁ ହିଁ ସେ ଗୁଳି ଚାଳନା କରିଛି ବୋଲି ମୁଁ ଜାଣିଲି । ଧରା ନ ପଡ଼ିବା ଚ଼େଷ୍ଟାରେ ସେ ଅଙ୍କାବଙ୍କା ଦୈାଡ଼ୁଥିଲା ।’’

ପ୍ରଥମ ଗୁଳି ଶଦ୍ଦ ଶୁଣି ଧାରଣାସ୍ଥଳରେ ଥିବା ସ୍ୱେଚ୍ଛାସେବୀମାନେ ଦୌଡ଼ିଯାଇ ଗୁଜ୍ଜର ଆଗକୁ ଯାଇ ଆଉ କିଛି କରିବା ପୂର୍ବରୁ ତାକୁ ଅଟକାଇବା ପାଇଁ ଚ଼େଷ୍ଟା କରିଥିଲେ ଓ ପୋଲିସକୁ ଖବର କରିଥିଲେ । ତାକୁ ଧରିବା ପାଇଁ ଲୋକେ ତା’ ପିଛା କରୁଥିବା ବେଳେ ଗୁଜ୍ଜର ଆହୁରି ଦୁଇ ରାଉଣ୍ଡ ଗୁଳି ଚ଼ଳେଇଥିଲା । ତା’ ପରେ ସେଠାରେ ଥିବା ପୋଲିସ ତାକୁ ଧରିବାରେ ସଫଳ ହୋଇଥିଲା । ଜଣେ ସ୍ୱେଚ୍ଛାସେବୀ ତା’ ହାତରୁ ବନ୍ଧୁକ ଛଡ଼େଇନେଇଥିଲେ ।

କପିଲ ଗୁଜ୍ଜର ଚ଼ିତ୍କାର କରି ଧାର୍ମିକ ସ୍ଲୋଗାନ ଦେଇଥିଲେ । ତାଙ୍କୁ ପୋଲିସ ଗୋଟେ କାର୍‌ ଭିତରକୁ ପୂରେଇବା ବେଳେ ସେ ରିପୋର୍ଟରମାନଙ୍କୁ କିହଥିଲେ, ‘‘ଆମ ଦେଶରେ ଆଉ କାହାରି କଥା ରହିବ ନାହିଁ । କେବଳ ହିନ୍ଦୁମାନଙ୍କ କଥା ରହିବ’’ ।

ଗୁଜ୍ଜର ପରେ କହିଥିଲେ ଯେ ଶାହିନବାଗରେ ହେଉଥିବା ବିରୋଧ ପ୍ରଦର୍ଶନ ଯୋଗୁଁ କାଳିନ୍ଦି କୁଞ୍ଜ ରାସ୍ତା ବନ୍ଦ ହୋଇଯାଇଛି ଓ ସେଥି ପାଇଁ ରିଂ ରୋଡ଼ରେ ବହୁତ ଜାମ୍‌ ହେଉଛି, ଯେଉଁଥି ପାଇଁ ତାଙ୍କୁ ବହୁତ କ୍ରୋଧ ଆସିଥିଲା । ତାଙ୍କ ବାପା ସେ ଅଞ୍ଚଳରେ ଗୋଟେ ଡେରୀ (ଦୁଗ୍ଧ ଉତ୍ପାଦନ କେନ୍ଦ୍ର) ଚ଼ଳାନ୍ତି ଓ ତାଙ୍କ ଭାଇ ବାପାଙ୍କୁ ବ୍ୟବସାୟରେ ସାହାଯ୍ୟ କରିନ୍ତି ବୋଲି ସେ କହିଛନ୍ତି ।

‘‘ଗୁଜ୍ଜରଙ୍କ ବିରୁଦ୍ଧରେ IPCର ଧାରା ୩୩୬ (ଅନ୍ୟମାନଙ୍କ ସୁରକ୍ଷାକୁ ବିପଦରେ ପକେଇବା) ଓ ମାରଣାସ୍ତ୍ର ଆଇନର କେତେକ ଦଫାରେ ମାମଲା ରୁଜୁ ହୋଇଛି । ସେ ବନ୍ଧୁକ କେଉଁଠୁ ପାଇଲା ତା’ର ତଦନ୍ତ ଚ଼ାଲିଛି,’’ କହିଛନ୍ତି ଦିଲ୍ଲୀ ପୋଲିସର ଜନ ସମ୍ପର୍କ ଅଧିକାରୀ ମନ୍ଦୀପ ସିଂ ରଣଧାୱା ।
First published: