ତାନାଜୀର ଜବରଦସ୍ତ ସଫଳତା ପରେ ଏହି ସାଉଥ ଅଭିନେତ୍ରୀଙ୍କ ସହ ‘ମୈଦାନ’ ଫିଲ୍ମରେ ଅଭିନୟ କରିବେ ଅଜୟ ଦେବଗନ୍

ଫିଲ୍ମ ମୈଦାନକୁ ବାଣୀ କପୁର, ଆକାଶ ଚାଓ୍ବଲା ଏବଂ ଅରୁଣାବ ଜୟ ସେନଗୁପ୍ତା ମିଳିତ ଭାବେ ପ୍ରଯୋଜନା କରୁଛନ୍ତି । ଅଜୟଙ୍କ ଏହି ଫିଲ୍ମ ୨୭ ନଭେମ୍ବରରେ ରିଲିଜ ହେବ ।

ତାନାଜୀର ଜବରଦସ୍ତ ସଫଳତା ପରେ ଏହି ସାଉଥ ଅଭିନେତ୍ରୀଙ୍କ ସହ ‘ମୈଦାନ’ ଫିଲ୍ମରେ ଅଭିନୟ କରିବେ ଅଜୟ ଦେବଗନ୍
ଅଜୟ ଦେବଗନ୍
  • News18 Odia
  • Last Updated: January 19, 2020, 3:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ମୁମ୍ବାଇ: ବଲିଉଡ଼  ଅଭିନେତା ଅଜୟଦେବଗନଙ୍କ ଫିଲ୍ମ ତାନାଜୀ ଦ ଅନସଙ୍ଗ ଓ୍ବାରିଅର ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରି ବର୍ତ୍ତମାନ ପର୍ଯ୍ୟନ୍ତ ୧୪୫କୋଟିରୁ ଅଧିକ ଆୟ କରିସାରିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ଦେଖିବାକୁ ଲୋକ ପ୍ରେକ୍ଷାଳୟକୁ ଯାଉଥିବା ଜଣାପଡ଼ିଛି । ତେବେ ୨୦୨୦ର ପ୍ରାରମ୍ଭିକ ସଫଳତା ପରେ ଅଜୟ ଖେଳ ବାୟୋପିକରେ ନଜର ଆସିବାକୁ ଯାଉଥିବାବେଳେ ଏହି ଫିଲ୍ମଟି ନଭେମ୍ବରରେ ରିଲିଜ ହେବ ବୋଲି ଜଣାପଡ଼ିଛି । ଏହି ଫିଲ୍ମର ନାମ ‘ମୈଦାନ’ ରହିଥିବାବେଳେ ଏଥିରେ ଦକ୍ଷିଣ ଭାରତୀୟ  ଅଭିନେତ୍ରୀ ପ୍ରିୟାମଣି ଅଭିନୟ କରିବେ ବୋଲି ଜଣାପଡ଼ିଛି ।

ଦକ୍ଷିଣଭାରତୀୟ ଅଭିନେତ୍ରୀ ପ୍ରିୟାମଣି


ପୂର୍ବତନ ଭାରତୀୟ ଫୁଟବଲ୍ କୋଚ ସୈୟଦ ଅବଦୁଲ ରହିମଙ୍କ ଜୀବନୀକୁ ନେଇ ନିର୍ମିତ ହେଉଥିବା ଏହି ଫିଲ୍ମରେ ଅଜୟ ଦେବଗନ୍ ଏବଂ ସାଉଥ ଅଭିନେତ୍ରୀ ପ୍ରିୟାମଣି ନଜର ଆସିବେ । ଅଜୟ ଏହି ଫିଲ୍ମରେ ସୈୟଦଙ୍କ ଭୂମିକାରେ ନଜର ଆସିବେ । ସେହିପରି ପ୍ରିୟାମଣିଙ୍କ କଥା କହିବା ତ ସେ ୫୦ରୁ ଊର୍ଦ୍ଧ୍ବ ସାଉଥ ଫିଲ୍ମରେ ଅଭିନୟ କରିସାରିଲେଣି । ନିଜର ଚମତ୍କାର ଅଭିନୟ ପାଇଁ ସେ ୩ଟି ଫିଲ୍ମଫେୟାର ସହ ଅନେକ ପୁରସ୍କାର ଜିତି ସାରିଛନ୍ତି । ଏହା ସହ  ପ୍ରିୟାମଣି ଓ୍ବେବ ସିରିଜ ‘ଦ ଫେମିଲି ମ୍ୟାନ’ରେ ମଧ୍ୟ କାମ କରି ଦର୍ଶକଙ୍କ ବାହାବା ସାଉଁଟିଛନ୍ତି । ପ୍ରିୟାମଣି ରାବଣ ଫିଲ୍ମ ଜରିଆରେ ବଲିଉଡ଼ରେ ପାଦ ଥାପିଥିଲେ ।

ତେବେ ଏହି ଫିଲ୍ମରେ ପ୍ରଥମେ ଅନ୍ୟ ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କୀର୍ତ୍ତି ସୁରେଶ ଅଭିନୟ କରିବାର ଥିଲା । ଏପିରିକି କୀର୍ତ୍ତି ଗୋଟିଏ ଦିନ ଲାଗି ଫିଲ୍ମରେ ଅଭିନୟ ମଧ୍ୟ କରିସାରିଥିଲେ । ତେବେ କୀର୍ତ୍ତି ଏବଂ ଏହି ଫିଲ୍ମର ନିର୍ମାତାଙ୍କୁ କହିଥିଲେ କି ଫିଲ୍ମରେ ତାଙ୍କର ଅଭିନୟ ବହୁତ ଛୋଟ ଥିବାରୁ ସେ ଏଥିରେ ଅଭିନୟ କରିପାରିବେ ନାହିଁ । କୀର୍ତ୍ତି ଏହି ଫିଲ୍ମରେ ମା’ ଭୂମିକାରେ ନଜର ଆସିଥାନ୍ତେ । ପରେ ଅଭିନେତ୍ରୀ ପ୍ରିୟାମଣି ତାଙ୍କର ସ୍ଥାନ ନେଇଥିଲେ ।
First published: January 19, 2020, 3:04 PM IST
corona virus btn
corona virus btn
Loading