ହାଥରସ ପରେ UPରେ ପୁଣି ଏକ ରେପ୍ ପରେ ହତ୍ୟା ହେଲା; ନାବାଳିକାର ମଥାକୁ ପଥରରେ ଛେଚିଲେ

ଦୁଷ୍କର୍ମ ପରେ ୧୪ ବର୍ଷୀୟା ଝିଅଟିକୁ ହତ୍ୟା କରାଯାଇଛି ବୋଲି ତା’ ପରିବାର ସଦସ୍ୟ ଆଶଙ୍କା ପ୍ରକାଶ କରିଛନ୍ତି । ହତ୍ୟାକାରୀମାନେ ତା’ ମୁଣ୍ଡକୁ ଇଟାରେ ଛେଚି ଫଟେଇଦେଇଛନ୍ତି ଓ ମୁହଁକୁ ବିକୃତ କରିଦେଇଛନ୍ତି ।

ହାଥରସ ପରେ UPରେ ପୁଣି ଏକ ରେପ୍ ପରେ ହତ୍ୟା ହେଲା; ନାବାଳିକାର ମଥାକୁ ପଥରରେ ଛେଚିଲେ
ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
  • News18 Odia
  • Last Updated: October 1, 2020, 8:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭଦୋହି: ଆଜିକାଲି ଉତ୍ତର ପ୍ରଦେଶରେ (Uttar Pradesh) ମହିଳାଙ୍କ ବିରୋଧରେ ଅପରାଧର ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳୁଛି । ହାଥରାସ୍‌ (Hathras rape case) ମାମଲା ପରେ ବଳରାମପୁର, ଆଜମଗଡ଼ ଓ ବୁଲନ୍ଦଶହରରେ ଏମିତି ଘଟଣା ସାମ୍ନାକୁ ଆସିଥିଲା । ଏବେ ଭଦୋହିରେ ଜଣେ ୧୪ ବର୍ଷୀୟା ବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି (brutal murder)। ତା’ ପରିବାର କହିଛି ଯେ ଦୁଷ୍କର୍ମ ପରେ ତାକୁ କରାଯାଇଛି । ହତ୍ୟାକାରୀମାନେ ଝିଅଟିର ମୁଣ୍ଡକୁ ଇଟା ବା ପଥରରେ ଛେଚି ଫଟେଇଦେଇଛନ୍ତି ।

ନାବାଳିକା ଝିଅଟିର ମୃତ ଦେହ କ୍ଷେତରେ ପଡ଼ିଥିବାର ଦେଖିବାକୁ ମିଳିଥିଲା (Bhadohi rape murder)। ଏହି ଘଟଣାର ସୂଚନା ମିଳିବା ପରେ ପୋଲିସ ବଳାତ୍କାର ସମେତ ଅନ୍ୟାନ୍ୟ ଅଭିଯୋଗର ଉପରେ ତଦନ୍ତରେ ଆରମ୍ଭ କରିଛି । ହାଥରସରେ ଘଟିଥିବା ୧୯ ବର୍ଷୀୟା ଯୁବତୀର କଥିତ ଦୁଷ୍କର୍ମ ପରେ ମୃତ୍ୟୁ ହେବାର ଦୁଇ ଦିନ ପରେ ଆସିଥିବା ଏହି ଘଟଣା ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଠିଆ କରେଇଛି ।

ଭଦୋହି ଘଟଣାର ସୂଚନା ମିଳିବା ପରେ କ୍ରାଇମ ବ୍ରାଞ୍ଚ ଅଧିକାରୀ ଓ ଫରେନସିକ୍ ବିଶେଷଜ୍ଞମାନଙ୍କ ସହ ଏକ ପୋଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତରେ ଲାଗିଛି । ଏହି ଜଘନ୍ୟ ହତ୍ୟା ଘଟଣା ଗୋପୀଗଞ୍ଜ କୋଟୱାଲି ଅଞ୍ଚଳରେ ଘଟିଛି । ୧୪ ବର୍ଷୀୟା ଝିଅଟିର ଆଜି ଅପରାହ୍ଣରେ ପରିସ୍ରା କରିବା ପାଇଁ ଘରୁ ବାହାରକୁ ଯାଇଥିଲା । କିଛି ସମୟ ପରେ ଗ୍ରାମବାସୀମାନେ ତା’ର ରକ୍ତ ଜୁଡୁବୁଡୁ ମୃତ ଦେହକୁ କ୍ଷେତରେ ଦେଖିଥିଲେ । ଏହା ପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି ।

ରାହୁଳ ଗାନ୍ଧୀ ହାଥରସକୁ ପଦଯାତ୍ରାରେ ଯାଉଥିବା ବେଳେ ତାଙ୍କୁ ପୋଲିସ ରୋକୁଛି ।


ଦୁଷ୍କର୍ମ ପରେ ଝିଅଟିକୁ ହତ୍ୟା କରାଯାଇଛି ବୋଲି ତା’ ପରିବାର ସଦସ୍ୟ ଆଶଙ୍କା ପ୍ରକାଶ କରିଛନ୍ତି । ପୋଲିସ ଅଧୀକ୍ଷକ ରାମ ବାଦନ ସିଂ କହିଛନ୍ତି ଯେ ନାବାଳିକାର ମୁଣ୍ଡକୁ ଫଟେଇ ତାକୁ ହତ୍ୟା କରାଯାଇଛି । ବଳାତ୍କାର ସମେତ ଅନ୍ୟାନ୍ୟ ଅଭିଯୋଗ ଉପରେ ପୋଲିସ ତଦନ୍ତ ଜାରି ରଖିଛି ବୋଲି ସେ କହିଛନ୍ତି । ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ତାକୁ ବଳାତ୍କାର କରାଯାଇଛି କି ନାହିଁ ତାହା ଜଣାପଡିବ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ‘‘ଏତେ ଢିଲା ଜିନ୍ସ ପିନ୍ଧିଛ? କିଛି ଖାଉନାହଁ କି?’’ ଏ କଥା ଶୁଣି ସୋନାରିକା ଦେଲେ ଟାଇଟ୍ ଉତ୍ତର

ଏହା ବି ପଢ଼ନ୍ତୁ | Hathras Case: ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷର ସହାୟତା; ଜଣେ ସଦସ୍ୟ ଚାକିରି ଓ ସହରର ଘର ଦେବାକୁ ଘୋଷଣା

ଉତ୍ତର ପ୍ରଦେଶରେ (Uttar Pradesh) ମହିଳାଙ୍କ ସହିତ ହେଉଥିବା ଅପରାଧ ସବୁ ଦାବି ସତ୍ତ୍ୱେ କମିବାର ନାଁ  ନେଉନାହିଁ । ଅନେକ ଜିଲ୍ଲାରେ ନିକଟରେ ଘଟିଥିବା ବଳାତ୍କାର ଘଟଣାକୁ ନେଇ ଲୋକଙ୍କ କ୍ରୋଧ କମୁ ନ ଥିବା ବେଳେ ଭଦୋହିର ନାବାଳିକାକୁ ନିର୍ମମ ଭାବେ ହତ୍ୟା କରାଯାଇଛି ।



ହାଥରସରେ ଦୁଷ୍କର୍ମ ପରେ ହୋଇଥିବା ବର୍ବର ଆକ୍ରମଣର ଶିକାର ଦଳିତ ଯୁବତୀର ଶବକୁ ଜବରଦସ୍ତି ଜାଳିଦେବା କାରଣରୁ ଯୋଗୀ ଆଦିତ୍ୟନାଥ (Yogi Adityanath) ସରକାର ଓ ପୋଲିସର ଖୁବ୍‌ ସମାଲୋଚନା ହେଉଛି । ବିରୋଧୀ ଦଳମାନେ ୟୁପି ସରକାର ଉପରେ ଆକ୍ରମଣ ଜାରି ରଖିଛନ୍ତି ।
Published by: Anand Shankar Thankur Das
First published: October 1, 2020, 8:50 PM IST
corona virus btn
corona virus btn
Loading