'ଯାହା କହିବ ଦେବି', କିନ୍ତୁ ୮୫ କୋଟି ହାତକୁ ଆସିଲା ପରେ ଗର୍ଲଫ୍ରେଣ୍ଡକୁ ଛାଡି ଚାଲିଗଲେ ଯୁବକ !

ଜର୍ମାନୀରେ ରହୁଥିବା ଜଣେ ଗର୍ଲଫ୍ରେଣ୍ଡ କହିଛନ୍ତି ଯେ, ତାଙ୍କ ୪୨ ବର୍ଷିୟ ପ୍ରେମିକ କୁର୍ସାତ ୟିଲଡିରିମ ଲଟେରୀ ଜିତିବା ମାତ୍ରେ ମୋ ସହ ସମ୍ପର୍କ ଭାଙ୍ଗିଛନ୍ତି ।

'ଯାହା କହିବ ଦେବି', କିନ୍ତୁ ୮୫ କୋଟି ହାତକୁ ଆସିଲା ପରେ ଗର୍ଲଫ୍ରେଣ୍ଡକୁ ଛାଡି ଚାଲିଗଲେ ଯୁବକ !

'ଯାହା କହିବ ଦେବି', କିନ୍ତୁ ୮୫ କୋଟି ହାତକୁ ଆସିଲା ପରେ ଗର୍ଲଫ୍ରେଣ୍ଡକୁ ଛାଡି ଚାଲିଗଲେ ଯୁବକ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଜଣେ ବ୍ୟକ୍ତି ୮୫ କୋଟି ଟଙ୍କା ମୂଲ୍ୟର ଲଟେରୀ ଜିତିବା ପରେ ନିଜ ଗର୍ଲଫ୍ରେଣ୍ଡକୁ ଛାଡି ଚାଲିଗଲେ । ତା ପରେ ସେ ବିଳାସପୂର୍ଣ୍ଣ ଜୀବନଯାପନ କରିବା ଆରମ୍ଭ କଲେ । ବ୍ୟକ୍ତି ଜଣକ ପାର୍ଟି କଲେ, ଟଙ୍କା ମନଇଚ୍ଛା ଖର୍ଚ୍ଚ କଲେ ଓ ଏକ ମହଙ୍ଗା କାର ମଧ୍ୟ କିଣିଥିଲେ । ପ୍ରେମିକର ଏହି ଆଚରଣ ଦେଖି ଗର୍ଲଫ୍ରେଣ୍ଡ ତାଙ୍କୁ ବହୁତ କିଛି ଶୁଣାଇଲେ ।

ଜର୍ମାନୀରେ ରହୁଥିବା ଜଣେ ଗର୍ଲଫ୍ରେଣ୍ଡ କହିଛନ୍ତି ଯେ, ତାଙ୍କ ୪୨ ବର୍ଷିୟ ପ୍ରେମିକ କୁର୍ସାତ ୟିଲଡିରିମ ଲଟେରୀ ଜିତିବା ମାତ୍ରେ ମୋ ସହ ସମ୍ପର୍କ ଭାଙ୍ଗିଛନ୍ତି । ଏହା ପରେ କୁର୍ସାତ ପ୍ରାୟ ୩ କୋଟି ମୂଲ୍ୟର ଫରାରି କାର କିଣିଥିଲେ ।

ଡେଲି ଷ୍ଟାର ଅନୁଯାୟୀ କୁର୍ସାତଙ୍କ ୫୦ ବର୍ଷିୟା ଗର୍ଲଫ୍ରେଣ୍ଡ କହିଛନ୍ତି - ମୁଁ ବିଶ୍ୱାସ କରିପାରିଲି ନାହିଁ ଯେ ଟଙ୍କା ପାଇବା ମାତ୍ରେ ଏତେ ବଦଳିଯିବେ । ସେ ମୋତେ ଡାର୍ଲିଂ ବୋଲି କହୁଥିଲେ ଓ ସବୁଦିନ ପାଇଁ ମୋ ସହିତ ରହିବାକୁ ପ୍ରତିଜ୍ଞା କରିଥିଲେ । ଆମେ ଗମ୍ଭୀର ସଂପର୍କରେ ଥିଲୁ । ଲଟେରୀ ଜିତିବା ପରେ ସେ କହିଥିଲେ ମୁଁ ଧନୀ ହୋଇଗଲି । ବର୍ତ୍ତମାନ ମୁଁ ତୁମ ପାଇଁ କିଛି ବି କିଣି ପାରିବି । ତୁମେ ଯାହା ଚାହିଁବ ମୁଁ ଦେବି ।

କିନ୍ତୁ ୮୫ କୋଟି ୭୬ ଲକ୍ଷ ଟଙ୍କା ପାଇବା ପରେ ସେ ମୋତେ ଫୋନ କରି କହିଥିଲେ ଯେ ସେ ମୋତେ କେବେ ଭଲ ହିଁ ପାଇ ନାହାଁନ୍ତି । ସେ ତାଙ୍କ ଗର୍ଲଫ୍ରେଣ୍ଡ ହୋଇରହିବା ପାଇଁ ମୋତେ ଟଙ୍କା ଦେବାକୁ ଚାହୁଁଥିଲେ । ଏଥି ସହିତ, ଏହି ପ୍ରସଙ୍ଗରେ କୁର୍ସାତ କହିଛନ୍ତି, ତାଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ପାଇଁ ସ୍ୱତନ୍ତ୍ର । ସେ ତାଙ୍କୁ ନୁହେଁ, ତାଙ୍କର ମାନବିକତା ଓ ଭାବନାକୁ ଭଲ ପାଉଥିଲେ ।

ରିପୋର୍ଟ ଅନୁଯାୟୀ, କୁର୍ସାତ ପୂର୍ବରୁ ଜଣେ ନିଶାଡି ଥିଲେ । ସେ ଅନେକ ଚୋରି କାମ ମଧ୍ୟ କରିଥିଲେ । ତାଙ୍କୁ ମଧ୍ୟ ୨୭ ମାସ ଜେଲ ଦଣ୍ଡାଦେଶ ବି ହୋଇଥିଲା । ପରେ ସେ ଏକ କ୍ରେନ୍ ଅପରେଟର ହେଲେ । ଏହି ସମୟରେ ଲଟେରୀ ଆରମ୍ଭ ହେବା ମାତ୍ରେ ସେ ଚାକିରି ଛାଡି ପ୍ରାୟ ୩ କୋଟି ଟଙ୍କାରେ ଫରାରୀ କାର କିଣିଥିଲେ । ଏହି ସମୟରେ ସେ ନିଜ ପ୍ରେମିକାଙ୍କୁ ମଧ୍ୟ ଛାଡିଦେଲେ ।
Published by:Soubhagya Mishra
First published: