Facebook ପ୍ରେମ: ଗର୍ଲଫ୍ରେଣ୍ଡର ନାବାଳକ ପ୍ରେମିକକୁ ନୋଟିସ୍, ୧୫ ଦିନରେ ଯଦି ବିବାହ ନ କର…

ଯୁବତୀ ଜଣକ ଏହି ଲିଗାଲ୍ ନୋଟିସରେ ଲେଖିଛନ୍ତି ଯେ ଯଦି ତାଙ୍କୁ ସେହି ନାବାଳକ କିଶୋର ବିବାହ ନ କରନ୍ତି, ତେବେ ତାଙ୍କୁ ବଳାତ୍କାର କରିବା, ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ତିଆରି କରିବା ଓ ହତ୍ୟା ଧମକ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ ।

Facebook ପ୍ରେମ: ଗର୍ଲଫ୍ରେଣ୍ଡର ନାବାଳକ ପ୍ରେମିକକୁ ନୋଟିସ୍, ୧୫ ଦିନରେ ଯଦି ବିବାହ ନ କର…
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 18, 2020, 9:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରୋହତକ: ଫେସବୁକରେ (Facebook) ଜଣେ ଯୁବତୀଙ୍କ ସହ ପ୍ରେମ କରିବା ଏକ ନାବାଳକ କିଶୋରକୁ ମହଙ୍ଗା ପଡ଼ିଲା । ଯୁବତୀ ତାକୁ ବିବାହ କରିବାର ପ୍ରସ୍ତାବ ଦେଇଥିଲେ, କିନ୍ତୁ କିଶୋର ତାକୁ ପ୍ରତ୍ୟାଖ୍ୟାନ କରିଥିଲା । ଏବେ ଯୁବତୀ ତାକୁ ଏକ ଆଇନଗତ ନୋଟିସ୍‌ (legal notice) ପଠାଇ ୧୫ ଦିନ ମଧ୍ୟରେ ବିବାହ କରିବାକୁ ଏକ ଅଲ୍ଟିମେଟମ୍ (ସମୟ ସୀମା) ଦେଇଛନ୍ତି । ଯଦି ଏହି ଅବଧି ମଧ୍ୟରେ କିଶୋର ସେହି ଯୁବତୀଙ୍କୁ ବିବାହ ନ କରନ୍ତି ତାହେଲେ ସେ ଏହାର ପରିଣାମକୁ ସାମ୍ନା କରିବାକୁ ବି ପ୍ରସ୍ତୁତ ରହିବା ଉଚିତ ବୋଲି ଯୁବତୀ ଏହି ଆଇନଗତ ନୋଟିସରେ ଚେତାବନୀ ଦେଇଛନ୍ତି ।

ଏହି ଅଭାବନୀୟ ଘଟଣା ଘଟିଛି ହରିୟାଣାର ରୋହତକରେ (Rohtak, Haryana) । ସେଠାକାର ଜଣେ ଯୁବତୀ ଫେସବୁକ୍ ମାଧ୍ୟମରେ କୈଥଲ ଜିଲ୍ଲାର ଜଣେ କିଶୋରଙ୍କ ସହ ପରିଚିତ ହୋଇଥିଲେ । ଏହା ପରେ ଦୁହେଁ ସାକ୍ଷାତ କରିବା ଆରମ୍ଭ କରିଥିଲେ (Facebook love)। ଅଭିଯୋଗ ଅନୁସାରେ କିଶୋର ଜଣକ ନିଜ ପ୍ରେମିକାକୁ ପରବର୍ତ୍ତୀ ସମୟରେ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ପରିଚିତ କରାଇଥିଲା । ତା’ ପରେ କଥା ପହଞ୍ଚିଥିଲା ବିବାହରେ ।

ଏହା ବି ପଢ଼ନ୍ତୁ | କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍

ଏବେ ସେହି ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ନାବାଳକ କିଶୋର ଜଣକ ବିବାହର ମିଥ୍ୟା ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଓ ତା’ ପରେ ବିବାହ କରିବାକୁ ମନା କରି ବେଆଇନ୍‌ କାର୍ଯ୍ୟ କରୁଛନ୍ତି ।

ନାବାଳକ କିଶୋରର ଗର୍ଲଫ୍ରେଣ୍ଡ ଅଭିଯୋଗ କରିଛନ୍ତି ଯେ କିଶୋର ତାଙ୍କୁ ଧମକ ଦେଇ କହିଥିଲେ ଯେ ତାଙ୍କର କେତେକ ଅଶ୍ଳୀଳ ଫଟୋ ଓ ଭିଡିଓ ସେ ନିଜ ପାଖରେ ରଖିଛନ୍ତି ଏବଂ ଯଦି ସେ ତାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତି ତେବେ ସେ ସେସବୁକୁ ଇଣ୍ଟରନେଟରେ ଛାଡ଼ିଦେବେ ।

ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

ଦୀର୍ଘ ଦିନ ଧରି ଚାଲିଆସୁଥିବା ଏହି ବିବାଦ ପରେ ଯୁବତୀ ଜଣକ ନାବାଳକ କିଶୋରଙ୍କୁ ଜଣେ ଓକିଲଙ୍କ ମାଧ୍ୟମରେ ଆଇନଗତ ନୋଟିସ ପଠାଇଛନ୍ତି । ଏଥିରେ ଯୁବତୀ ଚେତାବନୀ ଦେଇଛନ୍ତି ଯେ କିଶୋର ତାଙ୍କୁ ୧୫ ଦିନ ମଧ୍ୟରେ ବିବାହ କରିବା ଉଚିତ୍ ନ ହେଲେ ସେ ଆଗାମୀ ଆଇନଗତ ପଦକ୍ଷେପ ନେବେ ।



ଯୁବତୀ ଜଣକ ଏହି ଲିଗାଲ୍‌ ନୋଟିସରେ ଲେଖିଛନ୍ତି ଯେ ଯଦି ସେ ବିବାହ ନ କରନ୍ତି, ତେବେ ତାଙ୍କୁ ବଳାତ୍କାର କରିବା, ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ତିଆରି କରିବା ଏବଂ ହତ୍ୟା କରିବାର ଧମକ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ । ଅଭିଯୁକ୍ତ କଶୋରଙ୍କ ପକ୍ଷରୁ ଏହି ଲିଗାଲ୍‌ ନୋଟିସ୍‌ ଉପରେ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନ ଥିବା ଜଣାପଡ଼ିଛି ।
Published by: Anand Shankar Thankur Das
First published: October 18, 2020, 9:47 PM IST
corona virus btn
corona virus btn
Loading