News 18 Odia Digital:
ଛତିଶଗଡ଼ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଭୁପେଶ ବାଘେଲ ସରକାର ଗୋ ମୂତ୍ର କିଣିବାକୁ ଯାଉଛନ୍ତି। ଗୋ ମୂତ୍ର କିଣିବା ପାଇଁ ସରକାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାକୁ ଭୁପେଶ କ୍ୟାବିନେଟ ଅନୁମୋଦନ କରିଛି। ଏହାକୁ କିଣିବାର ଯୋଜନା ଛତିଶଗଡର ସବୁଠାରୁ ଲୋକପ୍ରିୟ ଜନସାଧାରଣ ପର୍ବ ହରେଲି ଦିନ ୨୮ ଜୁଲାଇରୁ ଆରମ୍ଭ ହେବ। ବିଭାଗୀୟ ସୂତ୍ର ଅନୁଯାୟୀ ସରକାର ଏକ ଲିଟର ୪ ଟଙ୍କା ହାରରେ ଗୋ ମୂତ୍ର କିଣିବେ।
ସିଏମ୍ ଭୁପେଶ ବାଘେଲଙ୍କ ପରାମର୍ଶଦାତା ପ୍ରଦୀପ ଶର୍ମା କହିଛନ୍ତି ଯେ ଏହି ଯୋଜନା ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଏହା ପ୍ରତ୍ୟେକ ଜିଲ୍ଲାର ଦୁଇଟି ସ୍ଥାନରୁ ଆରମ୍ଭ ହେବ।
ଉଲ୍ଲେଖନୀୟ କଥା ହେଉଛି, ଫେବୃଆରୀରେ ସରକାର ଗୋ ମୂତ୍ର କିଣିବା ପାଇଁ ଏକ ନୀତିଗତ ନିଷ୍ପତ୍ତି ନେଇଥିଲେ। ଯେଉଁଥି ପାଇଁ ଏକ କମିଟି ଗଠନ କରାଯାଇଥିଲା। କମିଟି ଏକ ପ୍ରସ୍ତାବ ପ୍ରସ୍ତୁତ କରି ଏହାକୁ ସରକାରଙ୍କ ନିକଟରେ ଦାଖଲ କରିଛି।
ଛତିଶଗଡ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଚାଷୀଙ୍କୁ ସର୍ବାଧିକ ଲାଭ ମିଳିବା ଉଚିତ । ତେଣୁ ଏହି ଯୋଜନା 25 ଜୁନ୍ 2020 ରେ ଆରମ୍ଭ ହୋଇଥିଲା। ଯାହାଦ୍ୱାରା କୃଷକମାନେ ସେମାନଙ୍କର ପଶୁମାନଙ୍କୁ ଖୋଲା ଛାଡିବେ ନାହିଁ ଓ ଗୋ ପାଳକମାନେ ଉପକୃତ ହେବେ । ଗ୍ରାମାଞ୍ଚଳର କୃଷକ ଓ ଗୋ ଚାଷୀଙ୍କୁ ଉପକୃତ ହେବେ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।