Twitter କିଣିବା ପରେ ଏବେ କୋକା-କୋଲା ଉପରେ ଏଲୋନ ମସ୍କଙ୍କ ନଜର; କହିଲେ ଏମିତି କିଛି

Elon Musk: ଏଲୋନ୍ ମସ୍କ ବର୍ତ୍ତମାନ ଏକ ନୂଆ ଟ୍ବିଟ କରି କୋକା-କୋଲା କିଣିବା ବିଷୟରେ ଆଲୋଚନା କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି।

Twitter କିଣିବା ପରେ ଏବେ କୋକା-କୋଲା ଉପରେ ଏଲୋନ ମସ୍କଙ୍କ ନଜର

Twitter କିଣିବା ପରେ ଏବେ କୋକା-କୋଲା ଉପରେ ଏଲୋନ ମସ୍କଙ୍କ ନଜର

  • Share this:
News18 Odia Digital

Elon Musk: ଆଜିକାଲି ଟେସଲା ସିଇଓ ଏଲୋନ୍ ମସ୍କ ବହୁତ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏଲୋନ୍ ମସ୍କ ଦୁନିଆର ସବୁଠୁ ବଡ଼ ସୋସିଆଲ୍ ମିଡ଼ିଆ କମ୍ପାନୀ ଟ୍ୱିଟର କିଣିଥିଲେ। ଏଥି ସହିତ, ଏଲୋନ୍ ମସ୍କ ଏକ ନୂଆ ଟ୍ୱିଟ୍ କରି କୋକା-କୋଲା କିଣିବା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି। ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଆଜି ସକାଳେ ଏଲୋନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି, ‘‘ବର୍ତ୍ତମାନ ମୁଁ କୋକା-କୋଲା କିଣିବି ଯାହା ଦ୍ବାରା ମୁଁ କୋକେନ୍ ରଖିବି।’’ ଏଲୋନ୍ ମସ୍କର ଏହି ଟ୍ୱିଟରେ ଅଧ ଘଣ୍ଟାରେ ୭ ଲକ୍ଷରୁ ଅଧିକ ଲାଇକ୍ ଆସିଥିବାବେଳେ ହଜାର ହଜାର ୟୁଜର୍ସ ଏହା ଉପରେ କମେଣ୍ଟ ଦେଇଛନ୍ତି।



ପ୍ରକାଶ ଥାଉକି ଏଲୋନ୍ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି। ସୂଚନାନୁସାରେ, ଏଲୋନ୍ ମସ୍କ କିଛି ସମୟ ପୂର୍ବରୁ ଟ୍ୱିଟରରେ ୯ ପ୍ରତିଶତ ଅଂଶଧନ କିଣିଥିଲେ, ଯାହା ପରେ ସେ ବର୍ତ୍ତମାନ ଟ୍ୱିଟରରେ ୧୦୦% ଅଂଶଧନ ହାସଲ କରିଛନ୍ତି।

ଟ୍ୱିଟର ପରିବର୍ତ୍ତନ ହେବ

ଟ୍ୱିଟର କିଣିବା ପରେ ଏଲେନ୍ କହିଛନ୍ତି ଯେ ଟ୍ୱିଟର ହେଉଛି ଏକ ଡିଜିଟାଲ୍ ଟାଉନ୍ ବର୍ଗ ଯେଉଁଠାରେ ମାନବିକତା ବିଷୟରେ ଆଲୋଚନା କରାଯାଇଥାଏ। ନୂଆ ଓ ଉନ୍ନତ ବୈଶିଷ୍ଟ୍ୟ ସହିତ ଆମେ ଟ୍ୱିଟରକୁ ଆଗକୁ ବଢ଼ାଇବାକୁ ଚାହୁଁଛୁ। ଏହାପୂର୍ବରୁ ସେ କହିଥିଲେ ଯେ ଟ୍ୱିଟରରେ ଏନକ୍ରିପସନ୍ ଶେଷ ହେବା ଉଚିତ୍ ଯାହା ଦ୍ବାରା ଆପଣଙ୍କର ବାର୍ତ୍ତା ଅନ୍ୟ କେହି ପଢ଼ି ପାରିବେ ନାହିଁ।
Published by:Lipina Das
First published: