News18 Odia Digital
ମୁମ୍ବାଇ: ହାସ୍ୟ ଅଭିନେତା ଭାରତୀ ସିଂଙ୍କ (Bharti Singh) ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ତାଙ୍କ ସ୍ୱାମୀ ତଥା ଟିଭି ଆଙ୍କର୍ ହର୍ଷ ଲିମ୍ବାଚିୟାଙ୍କୁ (Haarsh Limbachiyaa) ଗିରଫ କରିନେଇଛି । ହର୍ଷଙ୍କୁ ତାଙ୍କ ଘରୁ ୮୬.୫ ଗ୍ରାମ ଗଞ୍ଜେଇ ଉଦ୍ଧାର ହେବା ପରେ ଗିରଫ କରାଯାଇଛି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଉଭୟ ହର୍ଷ ଓ ଭାରତୀ ସେମାନଙ୍କ କାର୍ଯ୍ୟାଳୟ ଓ ଘରେ ଏଜେନ୍ସି ଦ୍ୱାରା ଚଢ଼ାଉ କରିବା ପରେ ଡ୍ରଗ୍ସ ସେବନ କରିଥିବା କଥା ସ୍ୱୀକାର କରିଛନ୍ତି ।
ANI ଅନୁଯାୟୀ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଛି । ଏହାପୂର୍ବରୁ ଏଜେନ୍ସି ଗତକାଲି ଭାରତୀ ସିଂଙ୍କୁ ଗିରଫ କରିଥିଲା । ଯେଉଁମାନଙ୍କୁ ଆଜି NDPS କୋର୍ଟରେ ଉପସ୍ଥାପିତ କରାଯିବ । ହାସ୍ୟ ଅଭିନେତା ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ୧୮ ଘଣ୍ଟା ଧରି ପଚରାଉଚରା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଗିରଫ କରିଛି ।
ଶନିବାର ଦିନ ଏନସିବି ଭାରତୀ ସିଂଙ୍କୁ ଆନ୍ଧେରିସ୍ଥିତ ତାଙ୍କ ଘରୁ ଗଞ୍ଜେଇ ଜବତ କରିବା ପରେ ଗିରଫ କରିଛି । ବଲିଉଡରେ ଡ୍ରଗ୍ସ ବ୍ୟବହାର ଅଭିଯୋଗର ଏକ ଅଂଶ ଭାବରେ ଏନସିବି ସକାଳେ ଭାରତୀ ସିଂଙ୍କ ଘର ଓ ତାଙ୍କ କାର୍ଯ୍ୟାଳୟରେ ଖୋଜାଖୋଜି କରିଥିଲା ।
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେଙ୍କ ନେତୃତ୍ୱରେ ଏକ ଟିମ୍ ଲୋଖଣ୍ଡୱାଲା କମ୍ପ୍ଲେକ୍ସରେ ଭାରତୀ ସିଂଙ୍କ ଘର ତଥା ତାଙ୍କ ପ୍ରଡକ୍ସନ ହାଉସ ଉପରେ ଚଢ଼ାଉ କରିଥିଲା । ଯେଉଁଠାରେ ଏହି ଟିମ୍ ଏହି ରେଡ଼ ସମୟରେ ୮୬.୫ ଗ୍ରାମ ଗଞ୍ଜା ଜବତ କରିଥିଲା।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।