News 18 Odia Digital
ନୂଆଦିଲ୍ଲୀ; ପ୍ରତ୍ୟେକ ପିତାମାତା ନିଜ ପିଲାମାନଙ୍କର ସଫଳତା ପାଇଁ ଗର୍ବ ଅନୁଭବ କରନ୍ତି । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସବ୍-ଇନ୍ସପେକ୍ଟର ହେବା ପରେ ଜଣେ ଝିଅ ନିଜ ପିତାମାତାଙ୍କ ସହ ଦେଖା କରିବାକୁ ଘରକୁ ଆସିଥିଲେ। ପୋଲିସ୍ ୟୁନିଫର୍ମରେ ଝିଅକୁ ଦେଖି ପିତାମାତାଙ୍କ ଖୁସିର ସୀମା ରହି ନଥିଲା । ମା' ଝିଅକୁ କୋଳେଇ ନେଇଥିଲେ ତ ବାପା ତାଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ କରିଥିଲେ । ୟୁଜର୍ସ ଏହି ଭିଡିଓକୁ ଦେଖିବା ପରେ ବହୁତ ପସନ୍ଦ କରିଛନ୍ତି ।
ଏହି ଖବର ପଢ଼ନ୍ତୁ -
http://ରାମ ମନ୍ଦିରରେ ଗଣ ବିବାହ; ଏକାଠି ହେଲେ ୨୫ ଯୋଡା ବର କନ୍ୟାଏହି ଭିଡିଓକୁ ମୋନିକା ପୁନିଆ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରିଛନ୍ତି। ଏହା ଏପର୍ଯ୍ୟନ୍ତ ୨.୫ ଲକ୍ଷରୁ ଅଧିକ ଭ୍ୟୁ ପାଇଛି । ଭିଡିଓର ଡିଟେଲରେ ସେ ଲେଖିଛନ୍ତି- ମୁଁ ମୋ ପରିବାରର ପ୍ରତିକ୍ରିୟା ଆପଣଙ୍କ ସହ ସେୟାର କରୁଛି। ମୋର ପିତାମାତାଙ୍କୁ ଏହା ମୋର ପ୍ରଥମ ଉପହାର, ଦିଲ୍ଲୀ ପୋଲିସ ସବ୍ ଇନ୍ସପେକ୍ଟରଙ୍କ ୟୁନିଫର୍ମରେ ।
ମୋନିକା ଦିଲ୍ଲୀ ପୋଲିସରେ ସବ୍-ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ଭିଡିଓରେ ସେ ଦର୍ଶାଇଛନ୍ତି, ପ୍ରଥମ ଥର ସବ୍-ଇନ୍ସପେକ୍ଟର ୟୁନିଫର୍ମରେ ମତେ ଦେଖିବା ପରେ ପିତାମାତା କିପରି ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ମୋନିକା ତାଙ୍କ ମାଆଙ୍କ ସାମ୍ନାକୁ ଯିବା ମାତ୍ରେ ମାଆ ତାଙ୍କୁ ଆଲିଙ୍ଗନ କରଛନ୍ତି। ସେ କହିଛନ୍ତି, 'ଷ୍ଟାର୍ ଲଗ୍ ଗଏ ମେରେ ବେଟି କୋ' । ଏହା ପରେ ମୋନିକା ତାଙ୍କ ପିତାଙ୍କ ସାମ୍ନାରେ ପହଞ୍ଚିଛନ୍ତି । ବାପା କ୍ଷେତ କାମ ସାରି ବାହାରୁଥିଲେ । ସେହି ସମୟରେ ଝିଅକୁ ୟୁନିଫର୍ମରେ ଦେଖି ସେ ମଧ୍ୟ ଖୁସି ହୋଇ ଯାଇଛନ୍ତି ଓ କହିଛନ୍ତି - ମୋ ଝିଅକୁ ଦେଖି ମୁଁ ବହୁତ ଗର୍ବିତ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।