କିଏ ହେବ ନୂଆ କଂଗ୍ରେସ ଅଧ୍ୟକ୍ଷ? ଥରୁରଙ୍କ ପ୍ରସ୍ତୁତି ଆରମ୍ଭ; ଗେହଲଟ-ଦିଗବିଜୟଙ୍କୁ ନେଇ ସସପେନ୍ସ

କିଏ ହେବ କଂଗ୍ରେସର ନୂଆ ଅଧ୍ଯକ୍ଷ? ଶଶୀ ଥରୁର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଗେହଲଟ ଓ ଦିଗବିଜୟଙ୍କୁ ନେଇ ସସପେନ୍ସ ଲାଗି ରହିଛି ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (ପ୍ରତୀକାତ୍ମକ ଛବି)

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଗୋଟିଏ ପଟେ ରାହୁଲ ଗାନ୍ଧି କଂଗ୍ରେସରେ 'ଭାରତ ଯୋଡ ଯାତ୍ରା'ରେ ଅଛନ୍ତି ଓ ଅନ୍ୟ ପଟେ ଦଳର ନୂଆ ଅଧ୍ୟକ୍ଷ ପଦକୁ ନେଇ ରାଜନୀତି ଜୋର ଧରିଛି। ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ ପ୍ରତିଦିନ ନୂଆ ନୂଆ ପ୍ରତିଦ୍ୱନ୍ଦୀ ସାମ୍ନାକୁ ଆସୁଛନ୍ତି। ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ଼ରେ ଦିଗବିଜୟବି ସିଂଙ୍କ ନାମ ମଧ୍ୟ ଯୋଡ଼ା ଯାଉଛି।

କଂଗ୍ରେସ ନେତା ଦିଗ ବିଜୟସିଂ ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ଦିଲ୍ଲୀ ଆସୁଛନ୍ତି। ସୂଚନାନୁସାରେ, ଦିଗ ବିଜୟ ଅଧ୍ୟକ୍ଷ ପଦ ପାଇଁ ତାଙ୍କ ନାମାଙ୍କନ ପୂରଣ କରିପାରିବେ। ଅଧ୍ୟକ୍ଷ ପଦ ଦୌଡ଼ରେ ତାଙ୍କ ନାମ ସାମିଲ ଥିବା ନେଇ ଏନଡିଟିଭିକୁ ସୂଚାଇଛନ୍ତି ଦିଗ ବିଜୟ।  ସେ ବାର୍ତ୍ତାଳାପରେ କହିଛନ୍ତି ଯେ ମୋତେ ଏହି ଦୌଡ଼ରୁ କାହିଁକି ଦୂରେଇ ରଖୁଛ?

ଅଧ୍ୟକ୍ଷ ପଦ ପାଇଁ ଶଶି ଥରୁର ପୂର୍ବରୁ ପ୍ରତିଦ୍ୱନ୍ଦ୍ୱୀ ହୋଇସାରିଛନ୍ତି। ତେବେ ଗେହଲଟ୍ ଉଭୟ ଅଧ୍ୟକ୍ଷ ପଦ ଓ ସିଏମ୍ ଚେୟାରକୁ ତାଙ୍କ ପାଖରେ ରଖିବାକୁ ଚାହୁଁଛନ୍ତି। ଏହା ପୂର୍ବରୁ ଗେହଲଟ୍ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। କୁହାଯାଉଛି ଯେ ଏହି ବୈଠକରେ ସୋନିଆ ଗାନ୍ଧି ସ୍ପଷ୍ଟ କରିଛନ୍ତି ଯେ ସେ ଅଧ୍ୟକ୍ଷ ପଦ ପାଇଁ କାହାକୁ ସମର୍ଥନ କରିବେ ନାହିଁ। ଗେହଲଟ୍ ଆଜି କୋଚିରେ ପହଞ୍ଚି ସେଠାରେ ରାହୁଲ ଗାନ୍ଧିଙ୍କୁ ଭେଟିବେ।

ଚଳିତ ବର୍ଷ ଉଦୟପୁରରେ ଅନୁଷ୍ଠିତ ବୈଠକରେ କଂଗ୍ରେସ “ଜଣେ ବ୍ୟକ୍ତି ଗୋଟିଏ ପୋଷ୍ଟ” ର ନିୟମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଅଶୋକ ଗେହଲଟ୍ ସ୍ପଷ୍ଟ କରିଛନ୍ତି ଯେ ସେ ଏକାସାଙ୍ଗରେ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବେ।
Published by:Soumya Das
First published: