ମଙ୍କିପକ୍ସ ଭୟ ଯାଇନି ଆଫ୍ରିକାନ ସ୍ୱାଇନ ଫ୍ଲୁ ଘରେ ପସିଲାଣି; ଆସାମରେ ଚିହ୍ନଟ ହେଲା ଭାଇରସ

ଆସାମରେ ଚିହ୍ନଟ ହେଲା ଆଫ୍ରିକାନ ସ୍ୱାଇନ ଫ୍ଲୁ

ଆସାମରେ ଚିହ୍ନଟ ହେଲା ଆଫ୍ରିକାନ ସ୍ୱାଇନ ଫ୍ଲୁ

  • Share this:
News 18 Odia Digital


ନୂଆଦିଲ୍ଲୀ: ଦୁଇଦିନ ତଳେ କେରଳରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ହୋଇଥିବାବେଳେ ଆଜି ଆସାମରେ ଆଫ୍ରିକାନ ସ୍ୱାଇନ ଫ୍ଲୁ ଚିହ୍ନଟ ହୋଇଛି । ଆସାମର ଦିବୃଗଡ଼ ଭୋଗାଲି ଗ୍ରାମରେ ଏକ ଘୁଷୁରିର ନମୁନାରୁ ଏହା ସ୍ପଷ୍ଟ ହୋଇଛି । ଦିବୃଗଡ଼ ଅଞ୍ଚଳର ପ୍ରାଣୀ ଚିକିତ୍ସାଧିକାରୀ ହିମାନ୍ଦୁ ବରୁଆ ଭୁତାଣୁ ଚିହ୍ନଟ ସମ୍ପର୍କରେ ସୂଚନା ଦେଇଛନ୍ତି । ଭୁତାଣୁ ଚିହ୍ନଟ ହେବା ପରେ ଘୁଷୁରିଟିକୁ ଜୀବନରୁ ମାରିଦିଆଯାଇଛି ।  ଯାହାଦ୍ୱାରା ସ୍ଥାନିୟ ଅଞ୍ଚଳର ଲୋକଙ୍କ ମନରେ ଏବେ ଚିନ୍ତା ପଶିଛି ।


ଭୁତାଣୁ ଚିହ୍ନଟ ହୋଇଥିବା ଅଞ୍ଚଳରୁ ଏକ କିଲୋମିଟର ପର୍ଯ୍ୟନ୍ତ ସଂକ୍ରମିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିଲା ।ଘୁଷୁରିକୁ ମାରିବା ପରେ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି ବୋଲି ପ୍ରାଣୀ ଚିକିତ୍ସକ କହିଛନ୍ତି ।

ଆଫ୍ରିକାନ ସ୍ୱାଇନ୍ ଫ୍ଲୁ କେବଳ ଘୁଷୁରି ପାଇଁ ମାରାତ୍ମକ । ଏହା ଘୁଷୁରିର ଜୀବନ ନେଇଯାଇପାରେ । କିନ୍ତୁ ଏହା ମଣିଷ ପାଇଁ ଏତେଟା କ୍ଷତିକାରକ ନୁହେଁ । ଘୁଷୁରିଙ୍କୁ ଏହି ରୋଗ ବ୍ୟାପିବା ଦ୍ୱାରା ସଂକ୍ରମଣ ବୃଦ୍ଧି ହୋଇ ଅନେକ ଘୁଷୁରିଙ୍କ ପ୍ରାଣ ହାନି ହୋଇପାରେ । ତେଣୁ ଘୁଷୁରି ଚାଷୀ କ୍ଷତିଗ୍ରସ୍ତରେ ପଡ଼ିପାରନ୍ତି ।
Published by:Soubhagya Mishra
First published: