ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କାବୁଲ ଏୟାରପୋର୍ଟରେ ଦୟନୀୟ ଅବସ୍ଥା: ଗୋଟିଏ ପାଣି ବୋତଲ ଦାମ ୩୦୦୦ ଟଙ୍କା; ଗୋଟେ ପ୍ଲେଟ ଭାତର ଦାମ ୭୫୦୦ ଟଙ୍କା

କାବୁଲ ଏୟାରପୋର୍ଟରେ ଦୟନୀୟ ଅବସ୍ଥା: ଗୋଟିଏ ପାଣି ବୋତଲ ଦାମ ୩୦୦୦ ଟଙ୍କା; ଗୋଟେ ପ୍ଲେଟ ଭାତର ଦାମ ୭୫୦୦ ଟଙ୍କା

କାବୁଲ ଏୟାରପୋର୍ଟରେ ପାଣି ଗୋଟିଏ ବୋତଲ କିଣିବାକୁ ହେଲେ ୪୦ ଡଲାର ଅର୍ଥାତ ୩ ହଜାର ଟଙ୍କା ଓ ଗୋଟିଏ ପ୍ଲେଟ ଭାତ କିଣିବାକୁ ହେଲେ ୧୦୦ ଡଲାର ଅର୍ଥାତ ୭୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।

କାବୁଲ ଏୟାରପୋର୍ଟରେ ଦୟନୀୟ ଅବସ୍ଥା: ଗୋଟିଏ ପାଣି ବୋତଲ ଦାମ ୩୦୦୦ ଟଙ୍କା; ଗୋଟେ ପ୍ଲେଟ ଭାତର ଦାମ ୭୫୦୦ ଟଙ୍କା
କାବୁଲ ଏୟାରପୋର୍ଟରେ ଦୟନୀୟ ଅବସ୍ଥାରେ ଅଛନ୍ତି ଲୋକ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 26, 2021, 11:39 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କାବୁଲ: ତାଲିବାନ କବଜାକୁ ଆସିବା ପରେ ଆଫଗାନିସ୍ଥାନ ସ୍ଥିତି ସଙ୍ଗୀନ ହୋଇ ଯାଇଛି। ତାଲିବାନିଙ୍କ ଭୟରେ ଅଧିକାଂଶ ଲୋକ ଦେଶ ଛାଡ଼ି ପଳାଇ ଯିବାକୁ ବସିଛନ୍ତି। ତେବେ ଆଫଗାନିସ୍ତାନରୁ ବାହାରିବା ପାଇଁ ଗୋଟିଏ ରାସ୍ତା ହେଉଛି କାବୁଲ ଏୟାର ପୋର୍ଟ। କାବୁଲ ଏୟାର ପୋର୍ଟର ସୁରକ୍ଷା ଆମେରିକା ସୈନ୍ୟଙ୍କ ହାତରେ। ତେଣୁ ସେଠାରେ ତାଲିବାନିଙ୍କ ପ୍ରବେଶ ନ ଥିବାରୁ ଲୋକେ ଆପାତତଃ ସୁରକ୍ଷିତ। କାବୁଲ ଏୟାରପୋର୍ଟରେ ଏବେ ପାଖାପାଖି ଅଢେଇ ଲକ୍ଷ ଲୋକଙ୍କ ଭିଡ଼। ଏମାନେ ଦେଶ ଛାଡ଼ି ଚାଲିଯିବାକୁ ବସିଛନ୍ତି। ହେଲେ ଏଠାରେ ତାଲିବାନି ଭୟ ସିନା ନାହିଁ, ହେଲେ ଭୋକ ଉପାସରେ ଦେଶ ଛାଡ଼ିବା ପାଇଁ ଅପେକ୍ଷା କରିଥିବା ଲୋକେ ଭୋକ ଉପାସରେ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି ।

ଏଥି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କାବୁଲ ଏୟାରପୋର୍ଟରେ ଖାଦ୍ୟ ଓ ପାଣି ଦାମ ଆକାଶଛୁଆଁ ହୋଇଛି। ଏଠାରେ ପାଣି ଗୋଟିଏ ବୋତଲ କିଣିବାକୁ ହେଲେ ୪୦ ଡଲାର ଅର୍ଥାତ ୩ ହଜାର ଟଙ୍କା ଓ ଗୋଟିଏ ପ୍ଲେଟ ଭାତ କିଣିବାକୁ ହେଲେ ୧୦୦ ଡଲାର ଅର୍ଥାତ ୭୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏୟାରପୋର୍ଟରେ ଖାଦ୍ୟ ବା ପାଣି ଯାହା ବି କିଣିଲେ ଆଫାଗାନିସ୍ତା କରେନ୍ସି ନେଉ ନାହାଁନ୍ତି। କେବଳ ଡଲାର ପେମେଣ୍ଟକୁ ହିଁ ଗ୍ରହଣ କରାଯାଉଛି। ଏପରି ସ୍ଥିତିରେ ଏୟାରପୋର୍ଟରେ ଅଢ଼େଇ ଲକ୍ଷ ଲୋକ କେମିତି ଥିବେ ଚିନ୍ତା କଲେ ମନରେ ଭୟ ଆସିଯାଉଛି ।

ଆଫଗାନିସ୍ତାନରୁ ଆସିଥିବା ଲୋକଙ୍କ କହିବା ଅନୁଯାୟୀ, କାବୁଲରେ ଘରୁ ଏୟାରପୋର୍ଟକୁ ଆସିବା ପାଇଁ ଲୋକଙ୍କୁ ୫ରୁ ୬ ଦିନ ଲାଗିଥିଲା। ସହରରୁ ଏୟାରପୋର୍ଟ ପର୍ଯ୍ୟନ୍ତ ସବୁଆଡ଼େ ତାଲିବାନି ପହରା ଦେଉଛନ୍ତି। ତାଲିବାନିଙ୍କ ଗୁଳିଗୁଳା ଶବ୍ଦ ଯେମିତି ଆତଙ୍କ ଖେଳାଇ ଦେଇଛି। ଏପରି ସ୍ଥିତିରେ ଭିଡ଼ ଭିତରେ ପଶି ଏୟାରପୋର୍ଟରେ ପହଞ୍ଚିବା କିଛି ସହଜ କଥା ନୁହେଁ। ଦୁର୍ଦ୍ଦଶା ସେତିକିରେ ବି ସରୁନି। ଏୟାରପୋର୍ଟରେ ପଶିଗଲେ ବି ୫ରୁ ୬ ଦିନ ଲାଗିଯାଉଛି ବିମାନ ଧରିବା ପାଇଁ। କେବଳ ବିସ୍କୁଟରେ ଜୀବନ ବଞ୍ଚାଇବାକୁ ପଡ଼ୁଛି। ସବୁଠାରୁ ଦୁଃଖଦ ଦୃଶ୍ୟ ହେଉଛି, ପିଲାମାନେ ମାତା-ପିତାଙ୍କ ବିନା ଦେଶ ଛାଡୁଥିବା ଦେଖିବାକୁ ମିଳୁଛି।

ଖାଦ୍ୟପେୟର ଦରଦାମ ବୃଦ୍ଧି ଯୋଗୁଁ ଲୋକଙ୍କୁ ଓପାସରେ ଜୀବନ ବିତାଇବାକୁ ପଡ଼ୁଛି। ଖାଦ୍ୟାଭାବରୁ ଅନେକ ଲୋକ ଶରୀର ଦୁର୍ବଳ ହୋଇଗଲାଣି । କେହି କେହ ଅଚେତ ହୋଇ ଯାଉଥିବା ଦେଖିବାକୁ ମିଳିଛି। ତାଲିବାନମାନେ ଲୋକଙ୍କୁ ସହାୟତା କରିବା ବଦଳରେ ଧମକଚମକ ଦେଇ ଭୟଭୀତ କରାଉଛନ୍ତି। ମାରପିଟ ବି କରୁଛନ୍ତି। କାବୁଲ ଏୟାରପୋର୍ଟ ବାହାରେ ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଏବେ ସୁଦ୍ଧା ୮୨, ୩୦୦ ଲୋକଙ୍କୁ କାବୁଲରୁ ସୁରକ୍ଷିତ ବାହାର କରାଯାଇ ସାରିଲାଣି। କାବୁଲରେ ଥିବା ୬ ହଜାର ଆମେରିକୟଙ୍କ ମଧ୍ୟରୁ ୪ ହଜାର ୫ ଶହ ଲୋକ ଦେଶ ଛାଡ଼ି ସାରିଲେଣି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ତାର ଅଭିଯାନ ଶେଷ ନ କଲେ ପରିସ୍ଥିତି ଖରାପ ହେବ ବୋଲି ତାଲିବାନ ଧମକ ଦେଇ ସାରିଲାଣି।
Published by: Soumya Das
First published: August 26, 2021, 11:39 AM IST