Afghanistan: ତାଲିବାନ ପାଇଁ ଛାରଖାର ଆଫଗାନିସ୍ତାନ; ସ୍ବପ୍ନ ଦେଖାଇ କଲା ବରବାଦ

Afghanistan Story: ମାତ୍ର ୭୦ ବର୍ଷ ଭିତରେ ଆଫଗାନିସ୍ତାନ ଯେ ଏମିତି ବଦଳିଯିବ, କେହି କେବେ କଳ୍ପନା କରିନଥିଲେ। ଯାହାକୁ ଅତି ସୁନ୍ଦର ଭାବେ ନିଜ ଉପନ୍ୟାସରେ ଉପସ୍ଥାପନ କରିଛନ୍ତି, ଲେଖକ ଖାଲିଦ ହୋସେନି।

ତାଲିବାନ ପାଇଁ ଛାରଖାର ଆଫଗାନିସ୍ତାନ

ତାଲିବାନ ପାଇଁ ଛାରଖାର ଆଫଗାନିସ୍ତାନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Afghanistan: ଆଫଗାନିସ୍ତାନ (Afghanistan) ଏମିତି ଏକ ଦେଶ ଯାହାକି ଆଜି ନିଜ ଅସ୍ତିତ୍ବକୁ ନେଇ ସଂଘର୍ଷ କରୁଛି। ଧର୍ମୀୟ ଢାଞ୍ଚାରେ ନୂଆ ଆଫଗାନିସ୍ତାନ ଗଠନ କରିବାକୁ ସ୍ବପ୍ନ ଦେଖାଇ ତାଲିବାନ,(Taliban) ଏହାକୁ କରିଦେଇଛି ଛାରଖାର।

ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଏଠିକାର ନାଗରିକଙ୍କ ପାଇଁ ସାତ ସପନ। ମହିଳାଙ୍କ ପାଇଁ ଏହା କୌଣସି ନର୍କ କହିଲେ ଭୁଲ୍‌ ହେବନି। ହେଲେ ସବୁ ଦିନ ଯେ ଆଫଗାନିସ୍ତାନ ଏମିତି ଥିଲା, ତା ନୁହେଁ।

ଦିନେ ଏହି ଦେଶ କୌଣସି ବିକଶିତ ରାଷ୍ଟ୍ରଠାରୁ କମ୍‌ ନଥିଲା। ମହିଳାଙ୍କୁ ଶିକ୍ଷା ନୁହେଁ, କେମିତି ଜୀବନ ବିତାଇବେ, ସେନେଇ ଥିଲା ସମ୍ପୂର୍ଣ୍ଣ ସ୍ବାଧୀନତା। ମାର୍କେଟକୁ ଯିବା ପାଇଁ ନଥିଲା କଟକଣା।

ଅନେକଙ୍କ ପାଇଁ ଏହା ଥିଲା ବିକାଶର ପ୍ରକୃତ ଉଦାହରଣ। ମହିଳାଙ୍କୁ ମିଳୁଥିଲା ସମାନ ଅଧିକାର। ଅର୍ଥନୀତି ହେଉ କି ଅନ୍ୟାନ୍ୟ ସୁବିଧା ସୁଯୋଗ। ଆଗକୁ ବଢ଼ିବା ପାଇଁ ନଥିଲା ପ୍ରତିବନ୍ଧକ। ହେଲେ ସମୟ ସହ ଆଫଗାନିସ୍ତାନକୁ ତାଲିବାନର ଏମିତି ଗ୍ରହଣ ଲାଗିଲା ଯେ ସବୁକିଛି ବରବାଦ ହୋଇଗଲା। ଏମିତି ବରବାଦ ହୋଇଗଲା ଯେ, ଆଜି ଏଠାରେ ଜନ୍ମ ନେଉଥିବା ମହିଳା, ନିଜକୁ ଅଭିଶପ୍ତ ବୋଲି ମନେ କରୁଛନ୍ତି।


ମାତ୍ର ୭୦ ବର୍ଷ ଭିତରେ ଆଫଗାନିସ୍ତାନ ଯେ ଏମିତି ବଦଳିଯିବ, କେହି କେବେ କଳ୍ପନା କରିନଥିଲେ। ଯାହାକୁ ଅତି ସୁନ୍ଦର ଭାବେ ନିଜ ଉପନ୍ୟାସରେ ଉପସ୍ଥାପନ କରିଛନ୍ତି, ଲେଖକ ଖାଲିଦ ହୋସେନି।

ତାଙ୍କର ଉପନ୍ୟାସ “A thousand splendid Suns”, ଯାହା ଆଫଗାନିସ୍ତାନ ମହିଳାଙ୍କ କାହାଣୀକୁ ଦର୍ଶାଇଛି। ତାଲିବାର ଶାସନ ପୂର୍ବ ଏବଂ ପରର ଏହି କାହାଣୀକୁ ନାଟକ ଭାବରେ ଉପସ୍ଥାପନ କରିଛନ୍ତି ସିଟଲ୍‌ ଓପେରା। କଳାକାରଙ୍କ ମାଧ୍ୟମରେ ନାଟକର ନିର୍ଦ୍ଦେଶିକା ରୋୟା ସାଦତ, ଏହାକୁ ଅତି ସୁନ୍ଦର ଭାବେ ଉଊପସ୍ଥାପନ କରିଥିଲେ। ଯାହାକୁ ଦର୍ଶଦ ଖୁବ ପସନ୍ଦ କରିଛନ୍ତି। ଆଫଗାନିସ୍ତାନ ମହିଳାଙ୍କ ଦରଦକୁ ନାଟକ ମାଧ୍ୟମରେ ପ୍ରଦର୍ଶନ କରିବାର ଏହି ପ୍ରୟାସ ସତରେ ପ୍ରଶଂସନୀୟ।

ବ୍ୟୁରୋ ରିପୋର୍ଟ, ନ୍ୟୁଜ୍‌ ୧୮ ଓଡ଼ିଆ
Published by:Lipina Das
First published: