ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Taliban: ଆଫଗାନିସ୍ତାନରେ ଫସି ରହିଥିବା ୮୭ ଜଣ ଭାରତୀୟ ସୁରକ୍ଷିତ ଦିଲ୍ଲୀରେ ପହଞ୍ଚିଲେ

Taliban: ଆଫଗାନିସ୍ତାନରେ ଫସି ରହିଥିବା ୮୭ ଜଣ ଭାରତୀୟ ସୁରକ୍ଷିତ ଦିଲ୍ଲୀରେ ପହଞ୍ଚିଲେ

ବୈଦେଶିକ ମନ୍ତ୍ରଣାଳୟର ମୁଖ ପାତ୍ର ଅରିନ୍ଦମ ବାଗଚି ରବିବାର ଏକ ଟ୍ବିଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ ଯେ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟକୁ ନିରାପଦ ରୂପେ ଦେଶକୁ ଅଣାଯାଉଛି ।

Taliban: ଆଫଗାନିସ୍ତାନରେ ଫସି ରହିଥିବା ୮୭ ଜଣ ଭାରତୀୟ ସୁରକ୍ଷିତ ଦିଲ୍ଲୀରେ ପହଞ୍ଚିଲେ
ଆଫଗାନିସ୍ତାନରେ ଫସି ରହିଥିବା ୮୭ ଭାରତୀୟ ଦିଲ୍ଲୀରେ ପହଞ୍ଚିଲେ
  • News18 Odia
  • Last Updated: August 22, 2021, 9:08 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କାବୁଲ: ଆଫଗାନିସ୍ତାନରେ ଫସି ରହିଥିବା ୮୭ ଜଣ ଭାରତୀୟଙ୍କୁ ନେଇ ଦୁଇଟି ବିମାନ ରବିବାର ସକାଳେ ଦିଲ୍ଲୀରେ ପହଞ୍ଚିଥିଲା। ଏହି ବିମାନ ମଧ୍ୟରୁ ଗୋଟିଏ କତାରର ଦୋହାରେ ପହଞ୍ଚିଥିବା ବେଳେ ଅନ୍ୟଟି ତାଜିକିସ୍ତାନର ରାଜଧାନୀ ଦୁସାମବେରୁ ଏଠାରେ ପହଞ୍ଚିଛି। ଆଫଗାନିସ୍ତାନରୁ ଘରକୁ ଫେରୁଥିବା ଭାରତୀୟମାନେ ବିମାନ ଭିତରେ ‘ଭରତ ମାତା କି’ ଜୟ କହିଥିଲେ ।

ବୈଦେଶିକ ମନ୍ତ୍ରଣାଳୟର ମୁଖ ପାତ୍ର ଅରିନ୍ଦମ ବାଗଚି ରବିବାର ଏକ ଟ୍ବିଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ। ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ ବିମାନରେ ନେପାଳର ଦୁଇ ନାଗରିକ ମଧ୍ୟ ଉପସ୍ଥିତ ଥିଲେ । ମନ୍ତ୍ରଣାଳୟ କହିଥିଲା ଯେ ଅନ୍ୟ ଭାରତୀୟଙ୍କୁ ସ୍ଥାନାନ୍ତର କରିବାର ପ୍ରକ୍ରିୟା ମଧ୍ୟ ଚାଲିଛି। ରବିବାର ରାତି ସୁଦ୍ଧା ଅନ୍ୟ ୫୦୦ ଭାରତୀୟ ମଧ୍ୟ ନିରାପଦରେ ନିଜ ଦେଶକୁ ଫେରିବେ।

ଆଫଗାନିସ୍ତାନରେ ଭାରତୀୟ ସମ୍ପ୍ରଦାୟର ଉପସ୍ଥିତି ବହୁତ ଅଧିକ । ଏଭଳି ପରିସ୍ଥିତିରେ ଭାରତ ସରକାର ନାଗରିକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିଛନ୍ତି। ଭାରତୀୟ ବାୟୁସେନା ଏହାର ରାଷ୍ଟ୍ରଦୂତଙ୍କ ସମେତ ୧୮୦ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିସାରିଛି।

ବର୍ତ୍ତମାନ ସମୁଦାୟ ୨୫ଟି ବିମାନ ଚଳାଚଳ କରୁଛି। ମଙ୍ଗଳବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ଉପରେ କ୍ୟାବିନେଟ କମିଟିର ଏକ ବୈଠକ କରି ଆଫଗାନିସ୍ତାନରୁ ଆସୁଥିବା ଭାରତୀୟମାନଙ୍କୁ ନିରାପଦ ସ୍ଥାନାନ୍ତର ପ୍ରକ୍ରିୟା ନିଶ୍ଚିତ କରିବାକୁ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଥାଉକି ରବିବାର ସକାଳେ ଆଫଗାନିସ୍ତାନରୁ ବିଭିନ୍ନ ସ୍ଥାନରୁ ୫୦୦ ଭାରତୀୟ ନିଜ ଦେଶକୁ ଫେରୁଛନ୍ତି।
Published by: Lipina Das
First published: August 22, 2021, 9:03 AM IST