ଆଫଗାନିସ୍ତାନରେ ୪୦୦ଟି ପ୍ରକଳ୍ପ ସ୍ଥାପନ କରିଛି ଭାରତ; ଚିନ୍ତା ବଢ଼େଇଛି ତାଲିବାନ ଶାସନ

ଆଫଗାନିସ୍ତାନରେ ଭାରତ ତିଆରି କରିଥିବା ୪୦୦ଟି ପ୍ରକଳ୍ପକୁ ନେଇ ଚିନ୍ତା ବଢ଼ିଛି । ତାଲିବାନଙ୍କ ଶାସନ ପରେ ସେହିସବୁ ପ୍ରକଳ୍ପର କାର୍ଯ୍ଯକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଫଗାନିସ୍ତାନରେ ଭାରତ ୪୦୦ଟି ପ୍ରକଳ୍ପ ନିର୍ମାଣ କରିଥିଲା (ପ୍ରତୀକାତ୍ମକ ଛବି)

ଆଫଗାନିସ୍ତାନରେ ଭାରତ ୪୦୦ଟି ପ୍ରକଳ୍ପ ନିର୍ମାଣ କରିଥିଲା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କାବୁ କରିବା ପରେ ଆଫଗାନିସ୍ତାନରେ ଭାରତର ୪୦୦ଟି ପ୍ରକଳ୍ପକୁ ନେଇ ଚିନ୍ତାରେ ଅଛି ଦେଶ। ଆଫଗାନିସ୍ତାନର ଲୋକଙ୍କ ସୁବିଧା ପାଇଁ ଭାରତ ଏପର୍ଯ୍ୟନ୍ତ ୨୧ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ତାଲିବାନର ଆତଙ୍କ ପରେ ନୂଆ ଆଫଗାନିସ୍ତାନରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆତଙ୍କବାଦର ଛାୟା ପରେ ଲୋକମାନେ ସାହାଯ୍ୟ ଆଶାରେ ଥିଲେ। ସେତେବେଳେ ଭାରତ ଗୋଟିଏ ପରେ ଗୋଟିଏ ନୂତନ ପ୍ରକଳ୍ପ ସ୍ଥାପନ ଆରମ୍ଭ କଲା।

ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ହେଉ କିମ୍ବା ସଡ଼କ ନିର୍ମାଣ ପାଇଁ ହେଉ, ସଂସଦ ହେଉ କିମ୍ବା ପିଲାମାନଙ୍କ ପାଇଁ ବିଦ୍ୟାଳୟ-କଲେଜ ଯୋଗାଇବା ହେଉ କିମ୍ବା ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ହେଉ ସବୁ କ୍ଷେତ୍ରରେ ସାହାଯ୍ୟ କରିବାରେ ଭାରତ କେବେ ପଛଘୁଞ୍ଚା ଦେଇନାହିଁ।  ଯଦି ସମସ୍ତ ଛୋଟ ବଡ଼ ପ୍ରକଳ୍ପ ଗୋଟିଏ ପରେ ଗୋଟିଏର ତାଲିକା ପ୍ରସ୍ତୁତ କରାଯାଏ ତେବେ ଭାରତ ପ୍ରାୟ ୪୦୦ଟି ପ୍ରକଳ୍ପ ଆଫଗାନିସ୍ତାନ ଲୋକଙ୍କ ପାଇଁ ଉତ୍ସର୍ଗ କରିଥିଲା। ଏହି ପ୍ରକଳ୍ପ ସେମାନଙ୍କ ଜୀବନରେ ଏକ ପରିବର୍ତ୍ତନ ମଧ୍ୟ ଆଣିଥିଲା। ଏହା ଦୁଇ ଦେଶ ମଧ୍ୟରେ ରାଜନୈତିକ, ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିଥିଲା।

ଆଫଗାନିସ୍ତାନରେ ଭାରତ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ

୧- ଆଫଗାନିସ୍ତାନର ସଂସଦ

୨- କାବୁଲରେ ଷ୍ଟୋର ମହଲ

୩-ହାବିବିଆ ବିଦ୍ୟାଳୟର ନିର୍ମାଣ

୪-ପୁଲ-ଇ-ଖୁମ୍ରିରୁ କାବୁଲ ପର୍ଯ୍ୟନ୍ତ ବିଦ୍ୟୁତ ପରିବହନ ଲାଇନ ପ୍ରତିଷ୍ଠା

୫-ଇନ୍ଦିରା ଗାନ୍ଧୀ ଶିଶୁ ଡାକ୍ତରଖାନା

୬-କାନ୍ଦାହାରରେ ଆଫଗାନିସ୍ତାନ ଜାତୀୟ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟ

୭-ଚିମଟାଲା ପାୱାର ଷ୍ଟେସନ

୮-କାନ୍ଦାହାରରେ କ୍ରିକେଟ ଷ୍ଟାଡିୟମ

୯-ଅନେକ ପ୍ରଦେଶରେ ଟେଲିଫୋନ ସୁବିଧା

୧୦- ଜାତୀୟ ଟେଲିଭିଜନ ନେଟୱାର୍କ

୧୧- ଅନେକ ଜଳଭଣ୍ଡାର

୧୨-କାବୁଲରେ ପରିବହନ ବ୍ୟବସ୍ଥା ପାଇଁ ବସ

୧୩-ଆଫଗାନିସ୍ତାନ ସେନା ପାଇଁ ବସ

୧୪- ବାୟୁସେନା ପାଇଁ MI25 ଏବଂ MI35 ହେଲିକପ୍ଟର

୧୫-ଜାତୀୟ ବିମାନ ସେବା ପାଇଁ ଏୟାରବସ୍ ବିମାନ

୧୬- ଆଫଗାନିସ୍ତାନ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି

ଭାରତ ସରକାର ଏହିପରି ୪୦୦ଟି ପ୍ରକଳ୍ପ କରି ଆଫଗାନିସ୍ତାନବାସୀଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ ଶିକ୍ଷା ଓ ମହିଳା ଦୃଷ୍ଟିରୁ ତାଲିବାନ ଚିନ୍ତାଧାରାର ପୃଥକ ହେତୁ ଭାରତ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଦ୍ୟାଳୟ ଓ ମହିଳାମାନଙ୍କୁ ନିଯୁକ୍ତି ଯୋଗାଇଦେବା ଯୋଜନା ବନ୍ଦ ହୋଇଯିବା ନେଇ ସନ୍ଦେହ କରୁଛି ଭାରତ।

ତାଲିବାନ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସରକାରକୁ ସ୍ୱୀକୃତି ଦିଏ ନାହିଁ। ତେଣୁ ଆଫଗାନିସ୍ତାନ ସଂସଦ ବିପଦରେ ରହିଛି।  ନିକଟରେ ତାଲିବାନଙ୍କ ଅଧୀନରେ ଥିବା MI25 ଓ MI35 ହେଲିକପ୍ଟରର ଚିତ୍ର ସାମ୍ନାକୁ ଆସିଛି।  ଯେପର୍ଯ୍ୟନ୍ତ ଆଇନ ଓ ଶୃଙ୍ଖଳା ସଠିକ ନହୁଏ, ସେପର୍ଯ୍ୟନ୍ତ ଭାରତ ସହିତ ରୋଜଗାର-ବ୍ୟବସାୟର ସମ୍ଭବ ନୁହେଁ। ଗତ ୧୫-୨୦ ବର୍ଷ ଧରି ଆଫଗାନିସ୍ତାନ ସହିତ ଶୁଖିଲା ଫଳ, କାର୍ପେଟ କିମ୍ବା ପଶୁପାଳନ ବ୍ୟବସାୟ କରୁଥିବା ଲୋକମାନଙ୍କ ଚିନ୍ତା ବଢ଼ି ଯାଇଛି। ଆଫଗାନିସ୍ତାନରେ ପ୍ରାୟ ଚାରି ହଜାର ଭାରତୀୟ କାମ କରନ୍ତି ଯେଉଁମାନେ କି ଦୁଗ୍ଧ ବ୍ୟବସାୟ ଓ ଅନ୍ୟାନ୍ୟ ରୋଜଗାର ସହିତ ଜଡ଼ିତ ଅଛନ୍ତି। ଏହି ପରିସ୍ଥିତିରେ ସେମାନଙ୍କୁ ଭାରତକୁ ଆଣିବା ଏକ ବଡ଼ ଆହ୍ୱାନ ପାଲଟିଛି।
Published by:Soumya Das
First published: