News18 Odia Digital
ଇସଲାମାବାଦ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛି। ଗୁପ୍ତ ସୂତ୍ର ଅନୁଯାୟୀ, ପାକିସ୍ତାନ ଅଧିକୃତ କାଶ୍ମୀରରେ (POK) ଗୁପ୍ତଚର ଏଜେନ୍ସି ଆଇଏସଆଇ, ସାଇବର ୟୁନିଟ୍, ତାଲିବାନ, ଜୈଶ-ଏ-ମହମ୍ମଦ ଓ ଲଶ୍କର-ଏ-ତାଇବା ଆତଙ୍କବାଦୀମାନେ ଆଫଗାନିସ୍ତାନ ସିମ କାର୍ଡ଼ ବ୍ୟବହାର କରୁଛନ୍ତି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ, ଆଫଗାନିସ୍ତାନ ନମ୍ବର ସହିତ ପ୍ରାୟ ୩,୦୦୦ ସିମ୍ କାର୍ଡ଼ PoKରେ ସକ୍ରିୟ ଥିବା ଦେଖାଯାଉଛି ।
ଯେଉଁଠାରେ ଗୋଟିଏ ପଟେ ଆଇଏସଆଇର ସାଇବର ପ୍ରଚାର ପ୍ରସାର ୟୁନିଟର ଲୋକେ କାଶ୍ମୀର ଉପତ୍ୟକାରେ ହିଂସା ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି । ସେହିଠାରେ ଗୁଜବ ମାଧ୍ୟମରେ ନୂଆ ଆତଙ୍କବାଦୀଙ୍କୁ ପୁନଃ ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ଏଥି ସହିତ ବରଫ ପଡ଼ିବା ପୂର୍ବରୁ ଜାମ୍ମୁ କାଶ୍ମୀରରେ ଏକ ବଡ଼ ଆକ୍ରମଣ ପାଇଁ ଏହି ଆତଙ୍କବାଦୀଙ୍କୁ ବ୍ୟବହାର କରିବାକୁ ପ୍ରସ୍ତୁତି ଚାଲିଛି।
ଗୁପ୍ତଚର ସୂତ୍ର ଅନୁଯାୟୀ, ସେମାନେ ସୂଚନା ପାଇଛନ୍ତି ଯେ ଆଫଗାନିସ୍ତାନରେ ଯୁଦ୍ଧରୁ ଫେରିଥିବା ବରିଷ୍ଠ ଲଶ୍କର କମାଣ୍ଡର ଅବୁ ମୁନାଜିଲଙ୍କୁ ଜାମ୍ମୁ କାଶ୍ମୀରର ବାରୀ ବ୍ରାହ୍ମଣା ଓ ସାମ୍ବା ସେକ୍ଟର ମଧ୍ୟରେ କିଛି ସମ୍ବେଦନଶୀଳ ଟାର୍ଗେଟ ଉପରେ IED ବିସ୍ଫୋରଣ କରିବାର ଦାୟିତ୍ବ ଦିଆଯାଇଛି ।
Pokରେ ଉପସ୍ଥିତ ଥିବା ଆଇଏସଆଇର ସାଇବର ପ୍ରଚାର ୟୁନିଟ୍ ଆଫଗାନିସ୍ତାନରେ ତାଲିବାନକୁ ସମର୍ଥନ କରିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଥିଲା । ଆଫଗାନିସ୍ତାନରେ ତାଲିବାନର କ୍ଷମତା ହାସଲ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ ବିବେଚନା କରାଯାଏ। ଏହି ୟୁନିଟରେ ୨୦୦ ଲୋକ ଅଛନ୍ତି, ଯେଉଁମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର ଯୁଦ୍ଧରେ ନିୟୋଜିତ ଅଛନ୍ତି ।
ଏହି ୟୁନିଟ୍ ହ୍ବାଟସଆପ୍ ଓ ଟେଲିଗ୍ରାମରେ ୩୦୦ ରୁ ଅଧିକ ହ୍ବାଟସଆପ୍ ସୃଷ୍ଟି କରିଛି, ଯାହା ମାଧ୍ୟମରେ ସେମାନେ କାଶ୍ମୀର ଉପତ୍ୟକାରେ ହିଂସା ଓ ଲୋକଙ୍କ ଭାବନାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।