ଭୂକମ୍ପରେ ନଷ୍ଟ ହେଇଗଲା ଆଫଗାନିସ୍ତାନ
News18 Odia Digital
Afghanistan Earthquake: ବୁଧବାର ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ ଏଯାଏ ୯୨୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୬୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେହିପରି ପ୍ରାୟ ୫୦୦ ଲୋକଙ୍କର କୌଣସି ପତ୍ତା ମିଳୁନି।
ଆଫଗାନିସ୍ତାନର ଅଧିକାଂଶ ସହର ଭୂକମ୍ପ ପରେ କେବଳ ଧ୍ୱଂସ ହୋଇଯାଇଛି। ତାଲିବାନ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଦକ୍ଷିଣ-ପୂର୍ବ ସହର ଖୋସ୍ତଠାରୁ ପ୍ରାୟ ୪୪ କିଲୋମିଟର ଦୂରରେ ଏହି ଭୂକମ୍ପ ଘଟିଥିଲା। ରଏଟର୍ସ କହିଛି ଯେ, ୟୁରୋପୀୟନ ମେଡିଟେରିୟନ ସିସମୋଲୋଜିକାଲ ସେଣ୍ଟର କହିଛି କି ଭୂକମ୍ପର ଝଟକା ପାକିସ୍ତାନର ୫୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଓ ଏହାର କମ୍ପନ ପାକିସ୍ତାନ ଓ ଭାରତରେ ଅନୁଭୂତ ହୋଇଛି।
ସେପଟେ ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଇସଲାମାବାଦ ସମେତ ଅନ୍ୟ ସହରରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଛି । ଲୋକମାନେ ସୋସିଆଲ ମିଡିଆରେ ଭୂକମ୍ପ ବିଷୟରେ ମଧ୍ୟ ଚର୍ଚ୍ଚା କରୁଛନ୍ତି। ଲୋକମାନେ ଲେଖିଛନ୍ତି ଯେ, ଏହି ଭୂକମ୍ପର କମ୍ପନ କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା। କିନ୍ତୁ ଏହି କାରଣରୁ ଲୋକମାନେ ଭୟଭୀତ ହୋଇ ଏଠାକୁ ସେଠାକୁ ଦୌଡ଼ିବାକୁ ଲାଗିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।