ନୀତିଶ କୁମାର ଓ ତେଜସ୍ୱୀ ଯାଦବଙ୍କ ନାମରେ ରହିଛି ମାମଲା (ପ୍ରତୀକାତ୍ମକ ଛବି)
News18 Odia Digital
ପାଟନା: ନୀତିଶ କ୍ୟାବିନେଟରେ ୭୨ ପ୍ରତିଶତ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ବେସରକାରୀ ସଂଗଠନ 'ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍' (ଏଡିଆର) ଏହି ସୂଚନା ଦେଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ମଧ୍ୟ ମାମଲା ରହିଛି। ନିକଟରେ ୩୧ ଜଣ ମନ୍ତ୍ରୀଙ୍କୁ ନେଇ କ୍ୟାବିନେଟ ଗଠନ କରିଛନ୍ତି ନୀତିଶ କୁମାର।
ବିହାର କ୍ୟାବିନେଟ ସମ୍ପ୍ରସାରଣ ପରେ, ଏଡିଆର ଓ 'ବିହାର ଇଲେକ୍ସନ ୱାଚ୍' ୨୦୨୦ ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୩୩ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୩୨ ଜଣଙ୍କ ଦ୍ୱାରା ଦାଖଲ ହୋଇଥିବା ପ୍ରମାଣପତ୍ରକୁ ବିଶ୍ଳେଷଣ କରିଛନ୍ତି। ଏଡିଆର ରିପୋର୍ଟ ଅନୁଯାୟୀ, ଜନତା ଦଳ (ୟୁନାଇଟେଡ) ନେତା ତଥା କ୍ୟାବିନେଟ ମନ୍ତ୍ରୀ ଅଶୋକ ଚୌଧୁରୀ ବିଧାନ ପରିଷଦର ମନୋନୀତ ସଦସ୍ୟ ହୋଇଥିବାରୁ ତାଙ୍କ ଆଫିଡେଭିଟ ଦାଖଲ କରିବା ଆବଶ୍ୟକ ନାହିଁ। ତେଣୁ ତାଙ୍କର ଅପରାଧିକ, ଆର୍ଥିକ ତଥା ଅନ୍ୟାନ୍ୟ ବିବରଣୀ ସମ୍ବନ୍ଧୀୟ ସୂଚନା ସର୍ବସାଧାରଣରେ ଉପଲବ୍ଧ।
ରିପୋର୍ଟ ଅନୁଯାୟୀ, ୨୩ ମନ୍ତ୍ରୀ (୭୨ ପ୍ରତିଶତ) ବିରୋଧରେ ଅପରାଧିକ ମାମଲା ଥିବାବେଳେ ୧୭ ମନ୍ତ୍ରୀ (୫୩ ପ୍ରତିଶତ)ଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ଏଥି ସହିତ, ୩୨ ମନ୍ତ୍ରୀଙ୍କ ମଧ୍ୟରୁ ୨୭ଜଣ (୮୪ ପ୍ରତିଶତ) କୋଟିପତି ଅଟନ୍ତି। ଏହି ଅନୁଯାୟୀ, ସର୍ବାଧିକ ସମ୍ପତ୍ତି ଥିବା ମନ୍ତ୍ରୀ ହେଉଛନ୍ତି ମଧୁବନୀ ଆସନକୁ ପ୍ରତିନିଧିତ୍ୱ କରୁଥିବା ସମୀର କୁମାର ମହାସେଠ। ସମୀରଙ୍କ ସମ୍ପତ୍ତି ମୂଲ୍ୟ ୨୪.୪୫ କୋଟି ଟଙ୍କା। ଏଥି ସହିତ ସର୍ବନିମ୍ନ ସମ୍ପତ୍ତି ଥିବା ମନ୍ତ୍ରୀ ହେଉଛନ୍ତି ମୁରାରୀ ପ୍ରସାଦ ଗୌତମ, ଯାହାର ସମ୍ପତ୍ତି ମୂଲ୍ୟ ୧୭.୬୬ ଲକ୍ଷ ଟଙ୍କା। ଏଡିଆର ଅନୁଯାୟୀ, ଆଠ ଜଣ ମନ୍ତ୍ରୀ (୨୫ ପ୍ରତିଶତ) ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅଷ୍ଟମରୁ ଦ୍ୱାଦଶ ଥିବା ବେଳେ ୨୪ ଜଣ ମନ୍ତ୍ରୀଙ୍କର (୭୫ ପ୍ରତିଶତ) ସ୍ନାତକତ୍ତୋର କିମ୍ବା ତା’ଠାରୁ ଅଧିକ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ରହିଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।