୨୦୨୨ରେ ଟେଲିଭିଜନ୍‌ ହୋଷ୍ଟିଂରୁ ବିଦାୟ ନେବେ ଚର୍ଚ୍ଚିତ ହୋଷ୍ଟ୍‌ ଆଦିତ୍ଯ ନାରାୟଣ

ନିଜର ହୋଷ୍ଟିଂ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଆଦିତ୍ଯ ନାରାୟଣ ଆଉ ହୋଷ୍ଟିଂ କରିବେନି । ସେ ଏକ ଗେମ୍ ଶୋ’ରେ ଅଂଶଗ୍ରହଣକାରୀ କିମ୍ବା ଜଜ୍‌ ହେବାକୁ ଚାହାଁନ୍ତି ।

୨୦୨୨ରେ ଟେଲିଭିଜନ୍‌ ହୋଷ୍ଟିଂରୁ ବିଦାୟ ନେବେ ଚର୍ଚ୍ଚିତ ହୋଷ୍ଟ୍‌ ଆଦିତ୍ଯ ନାରାୟଣ
ପ୍ରଖ୍ଯାତ ଟିଭି ସୋ ଆଙ୍କର ଆଦିତ୍ଯ ନାରାୟଣ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଟେଲିଭିଜନ ଦୁନିଆର ସବୁଠାରୁ ଚର୍ଚ୍ଚିତ ହୋଷ୍ଚ ବା ଆଙ୍କର ହେଉଛନ୍ତି ଆଦିତ୍ଯ ନାରାୟଣ । ନିଜର ବାକ୍ ଚତୁରତା ଏବଂ ସୁନ୍ଦର ଉପସ୍ଥାପନା ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଆଦିତ୍ୟ । ବର୍ତ୍ତମାନ ଇଣ୍ଡିଆନ୍ ଆଇଡଲର ଦ୍ୱାଦଶ ସିଜନ୍ ହୋଷ୍ଚିଂ କରୁଥିବା ଆଦିତ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ 12 ଟି ରିଅଲିଟି ସୋ ଆୟୋଜନ କରିଛନ୍ତି ।  ବର୍ତ୍ତମାନ ଗାୟକ ତଥା ଅଭିନେତା ଆଦିତ୍ଯ ହୋଷ୍ଟିଂରୁ ବିଦାୟ ନେବା ପାଇଁ ପାଇଁ ନିଷ୍ପତ୍ତି ନେଇଛନ୍ତି। ଜୀବନରେ ବଡ଼ ଦାୟିତ୍ୱ ଗ୍ରହଣ କରିବାର ସମୟ ଆସିଛି। କେବଳ ଏତିକି ନୁହେଁ, ସେ ଛୋଟ ପରଦାରୁ ବିରତି ନେବାକୁ ମଧ୍ୟ ଚାହାଁନ୍ତି; କିନ୍ତୁ ସେ କେବଳ ଇଣ୍ଡିଆନ ଆଇଡଲ ସହ କରିଥିବା ଚୁକ୍ତି ସମାପ୍ତ କରିବା ପରେ ଟେଲିଭିଜନରୁ ବିଦାୟ ନେବେ ବୋଲି ଯୋଜନ ରଖିଛନ୍ତି । ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଆଦିତ୍ୟଙ୍କର ସମସ୍ତ ଚୁକ୍ତି ସମାପ୍ତ ହେବ।

ଆଦିତ୍ୟ ଇ ଟାଇମ୍ସ ପତ୍ରିକାକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, 2022 ମସିହା ଶେଷ ପର୍ଯ୍ଯନ୍ତ ସେ ଟିଭିରେ ହୋଷ୍ଟ କରିବେ। ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ତାଙ୍କର ଅନେକ ସୁନ୍ଦର ଏବଂ ଚମତ୍କାର ସଙ୍ଗଠନ ଅଛି ଏବଂ ଯଦି ସେ ବର୍ତ୍ତମାନ ଜିନିଷ ଛାଡ଼ିଦେବେ ତେବେ ଏହା ଏକ ଜାହାଜକୁ ଅଧା ରାସ୍ତାରେ ଛାଡ଼ିବା ଭଳି ହେବ। ସେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ତାଙ୍କୁ କାମ କରିବା ପାଇଁ ଭଲ ଲାଗେ, କିନ୍ତୁ କେବେ କେବେ କ୍ଲାନ୍ତ ଅନୁଭବ କରନ୍ତି ବୋଲି କହିଛନ୍ତି ଆଦିତ୍ଯ ନାରାୟଣ ।

ସେ ଗତ 15 ବର୍ଷ ଧରି ଟେଲିଭିଜନରେ କାମ କରିଆସୁଛନ୍ତି ଏବଂ ଏଥିପାଇଁ ସେ କୃତଜ୍ଞ ବୋଲି କୁହନ୍ତି ଆଦିତ୍ଯ । ସେ କିଶୋର ଅବସ୍ଥାରୁ ଟେଲିଭିଜନରୁ କାମ ଆରମ୍ଭ କରିଥିଲେ ।  ସେ ଆହୁରି ମଧ୍ୟ କହିଛନ୍ତି, ଟେଲିଭିଜନ ଛାଡ଼ିବା ବେଳକୁ ସେ ବୋଧହୁଏ ପିତା ହେବେ । ତାଙ୍କୁ ନାମ, ଖ୍ୟାତି ଏବଂ ସଫଳତା ପାଇଁ ସବୁକିଛି ଦେଇଥିବାରୁ ସେ ଇଣ୍ଡଷ୍ଟ୍ରିକୁ ଶ୍ରେୟ ଦେଇଥିଲେ । ହୋଷ୍ଟିଂ  ତାଙ୍କୁ ମୁମ୍ବାଇରେ ଘର, କାର ଏବଂ ଭଲ ଜୀବନ ଧାରଣ କରିବାରେ ସକ୍ଷମ କରିପାରିଛି ।

ଆଦିତ୍ଯ ଟିଭିରୁ ବିଦାୟ ନେବାର କୌଣସି କରିବାର ଯୋଜନା ନାହିଁ । କିନ୍ତୁ ସେ ଏକ ଗେମ ଶୋ’ରେ ଅଂଶଗ୍ରହଣକାରୀ କିମ୍ବା ଜଜ ହେବାକୁ ଚାହାଁନ୍ତି । ଆଦିତ୍ଯ ଥଟ୍ଟା କରି କହିଛନ୍ତି, ଏତେ ବର୍ଷ ଧରି ହୋଷ୍ଟିଂ ହେତୁ ପାଦରେ ଠିଆ ହୋଇଥିଲେ । କିନ୍ତୁ ସେ ଏବେ ଥକି ଯାଇଛନ୍ତି ଓ ସେ ବର୍ତ୍ତମାନ ବସିବାକୁ ଚାହୁଁଛନ୍ତି । ଆଦିତ୍ୟ ଖୁବ୍ ଶୀଘ୍ର ଇଣ୍ଡିଆନ୍ ଆଇଡଲରେ ତାଙ୍କ ନିଷ୍ପତ୍ତି ଘୋଷଣା କରିବାକୁ ଯାଉଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ଥର କିଛି ନୂଆ କଥା ତାଙ୍କୁ ହୋଷ୍ଟ କରି ଗଢ଼ି ତୋଳିବାରେ ସଫଳ ହୋଇଛି । ଆଦିତ୍ୟ ସବୁବେଳେ ଭଳି ମଞ୍ଚରେ ନାଚିବା, ଡେଇଁବା, ଗୀତ ଗାଇବା ଓ ଅଭିନୟ କେବେ ଶେଷ କରିବାକୁ ଚାହୁଁ ନାହାଁନ୍ତି ।
Published by: Soumya Das
First published: July 21, 2021, 1:14 PM IST