ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ କଂଗ୍ରେସ ନେତା ଅଧିର ରଞ୍ଜନ; କହିଲେ ଭୁଲରେ ପାଟିରୁ ଖସି ଯାଇଥିଲା

କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ 'ରାଷ୍ଟ୍ରୀୟ ପତ୍ନୀ' ଶବ୍ଦକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ମାଗିଛନ୍ତି। ତାଙ୍କ ଚିଠିରେ ସେ କହିଛନ୍ତି ଯେ ଭୁଲରେ ସେହି ଶବ୍ଦ ମୋ ପାଟିରୁ ବାହାରି ଆସିଛି।

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ

  • Share this:
News 18 Odia Digital

କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ 'ରାଷ୍ଟ୍ରୀୟ ପତ୍ନୀ' ଶବ୍ଦକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ମାଗିଛନ୍ତି। ତାଙ୍କ ଚିଠିରେ ସେ କହିଛନ୍ତି ଯେ ଭୁଲରେ ସେହି ଶବ୍ଦ ମୋ ପାଟିରୁ ବାହାରି ଆସିଛି। ସଂସଦରେ ଅଧୀର ରଞ୍ଜ ନ ଚୌଧୁରୀଙ୍କ 'ରାଷ୍ଟ୍ରପତ୍ନୀ' ବକ୍ତବ୍ୟକୁ ନେଇ ଅନେକ ଗଣ୍ଡଗୋଳ ହୋଇଥିଲା। ଶାସକ ଦଳର ନେତାମାନେ କଂଗ୍ରେସ ନେତାଙ୍କ ଠାରୁ ଦାବି କରିଛନ୍ତି ଯେ ସେ ତାଙ୍କ ବିବୃତ୍ତି ପାଇଁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗନ୍ତୁ।

ଏପରି ରାଜ୍ୟ ବିଧାନସଭାରେ ମଧ୍ୟ ପ୍ରବଳ ହଙ୍ଗାମା ହୋଇଥିଲା । କଂଗ୍ରେସକୁ ଆଦିବାସୀ ଓ ମହିଳା ବିରୋଧୀ କହି ଅଧିର ରଞ୍ଜନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି । ତେବେ ଚାରିଆଡୁ ସମାଲୋଚିତ ହେବା ପରେ ଅଧିର ରଞ୍ଜନ କହିଥିଲେ, ତାଙ୍କ ଭୁଲ ପାଇଁ ସେ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବେ କିନ୍ତୁ ବିଜେପିକୁ ନୁହେଁ ।

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ କଲା ଭଳି ଶବ୍ଦ ପ୍ରୟୋଗ କରିି ତୀବ୍ର ସମାଲୋଚିତ ହୋଇଥିଲେ କଂଗ୍ରେସର ଏହି ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ପୁଣି ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗଣମାଧ୍ୟମରେ ଆପତ୍ତିଜନକ ସମ୍ବୋଧନ କରିବା ପରେ, ସଂସଦରୁ ସଡ଼କ ଯାଏ ବିଜେପି ଚିତ୍କାର କରିଥିଲା । ଏକ ଭିଡିଓ କ୍ଲିପ୍‌ରେ ଚୌଧୁରୀ ରାଷ୍ଟ୍ରପତିଙ୍କୁ “ରାଷ୍ଟ୍ରପତ୍ନୀ” ବୋଲି ଶୁଣିବା ପରେ ଲୋକସଭାରେ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ନେତୃତ୍ୱରେ ବିଜେପି ଗୁରୁବାର ଦିନ ରାଜ୍ୟସଭାରେ ନିର୍ମଳା ସୀତାରମଣ ଏହାକୁ ବିରୋଧ କରି ଉଭୟ ଚୌଧୁରୀ ଓ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ଠାରୁ କ୍ଷମା ମାଗିଛନ୍ତି।
Published by:Soumyashree Mishra
First published: