ବିଶ୍ୱାସ ଲାଗୁନଥିଲେ ବି ସତ; ନିଶା ପାଇଁ କଣ୍ଡୋମ କିଣୁଛନ୍ତି ଯୁବକ ।
- News18 Odia
- Last Updated :
- Durgapur
News 18 Odia Digital
ନୂଆଦିଲ୍ଲୀ; ଦୁର୍ଗାପୁରରେ ରହୁଥିବା କିଛି ଯୁବକଙ୍କୁ ଏବେ ଘାରିଛି ଭୟଙ୍କର ନିଶା । ପାନ, ବିଡି, ସିଗାରେଟ, ଗୁଟଖା କିଣିବା ପରି କିଛି ଯୁବକ କଣ୍ଡୋମକୁ ନିଶା ଭାବେ ଗ୍ରହଣ କରିଛନ୍ତି । କିଛିଦିନ ହେବ ଦୁର୍ଗାପୁରର ବିଭିନ୍ନ ସ୍ଥାନ ଯଥା, ଦୁର୍ଗାପୁର ସିଟି ସେଣ୍ଟର, ବିଦ୍ଧ ନଗର, ବେନାଚିଟି, ମୁଚିପାରା, ସି ଜୋନ୍, ଏ ଜୋନ୍ ଭଳି ଯାଗାରେ ସୁଗନ୍ଧିତ କଣ୍ଡୋମର ବିକ୍ରି ବହୁମାତ୍ରାରେ ବୃଦ୍ଧି ପାଇଛି । ଏହି ଅଜବ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଧିକ କଣ୍ଡୋମ କିଣିବାର କାରଣ ସମ୍ପର୍କରେ ଜାଣିବା ପାଇଁ ଜଣେ ଦୋକାନୀ ତାଙ୍କର ନିୟମିତ ଯୁବ ଗ୍ରାହକଙ୍କୁ ପ୍ରଶ୍ନ ପଚାରିଥିଲେ । ଯୁବକଙ୍କ ଉତ୍ତର ଶୁଣି ଦୋକାନୀ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଯୁବକଙ୍କ ଉତ୍ତର ଥିଲା ସେ ମଦ୍ୟପାନ କରିବା ପାଇଁ ନିୟମିତ କଣ୍ଡୋମ କିଣୁଛନ୍ତି ।
ଏହି ନୂଆ ନିଶା ବିଷୟରେ ଶୁଣିବା ପରେ ଦୁର୍ଗାପୁରର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଦୁର୍ଗାପୁର ଡିଭିଜନାଲ ହସ୍ପିଟାଲର ମୁଖ୍ୟ ଧିମାନ ମଣ୍ଡଳ କହିଛନ୍ତି, କିଛି କଣ୍ଡୋମରେ ସୁଗନ୍ଧିତ କେମିକାଲ ଥାଏ ଯାହା ନିଶାକୁ ବଢାଇଥାଏ । ନିଶା ପାଇଁ ଅନେକ ଲୋକ ଡେଣ୍ଡ୍ରାଇଟ୍ ମଧ୍ୟ ବ୍ୟବହାର କରନ୍ତି । ଦୁର୍ଗାପୁର ଆରଏ କଲେଜ ମଡେଲ ସ୍କୁଲ ରସାୟନ ବିଜ୍ଞାନ ଶିକ୍ଷକ ନୁରୁଲ ହକ ଏହାକୁ ଅଧିକ ବିଶ୍ଳେଷଣ କରି କହିଛନ୍ତି ଯେ, ଦୀର୍ଘ ସମୟ ଧରି ଗରମ ପାଣିରେ କଣ୍ଡୋମ ଭିଜାଇବା ଦ୍ୱାରା କାର୍ବନିକ ଅଣୁଗୁଡ଼ିକରେ ଥିବା ଆଲକହଲିକ ଉପାଦାନ ଭାଙ୍ଗିଯାଇଥାଏ । ଫଳରେ ଏହା ନିଶା ହୋଇଥାଏ ।
ଦୁର୍ଗାପୁରର କିଛି ଔଷଧ ଦୋକାନୀମାନେ କୁହନ୍ତି, ପୂର୍ବରୁ ଦିନକୁ ପ୍ରତି ଦୋକାନରେ ୩ରୁ ୪ ପ୍ୟାକେଟ କଣ୍ଡୋମ ବିକ୍ରି ହେଉଥିଲା । କିନ୍ତୁ ଏବେ ଦୋକାନ ଗୁଡ଼ିକରୁ କଣ୍ଡୋମ ଉଭାନ ହୋଇଯାଉଛି । ପୂର୍ବରୁ ନାଇଜେରିଆରେ କିଛି ଲୋକ ନିଶା ପାଇଁ ଟୁଥପେଷ୍ଟ ଏବଂ ଜୋତା ଇଙ୍କ୍ ବ୍ୟବହାର କରୁଥିଲେ ତେଣୁ ବ୍ୟବସାୟ ୬ ଗୁଣ ବଢ଼ିଯାଇଥିଲା । ବର୍ତ୍ତମାନ ଦୁର୍ଗାପୁରରେ ଯୁବଗୋଷ୍ଠୀ କଣ୍ଡୋମକୁ ନିଶା ଭାବେ ଗ୍ରହଣ କଲେଣି । ଯେଉଁ କାରଣରୁ ଦିନେ କି ଦୁଇଦିନରେ ପୁରା ଷ୍ଟକ ସରିଯାଉଛି । ଏହି କାରଣ ପାଇଁ ପ୍ରଶାସନର ଚିନ୍ତା ମଧ୍ୟ ବଢିବାରେ ଲାଗିଛି । କାରଣ ଏହି ନିଶା ଯୁବଗୋଷ୍ଠୀଙ୍କ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।