ପିଆଜର ଚମତ୍କାରୀ ପ୍ରଭାବ: ଓଜନ ହ୍ରାସ ସହ ପେଟର ଚର୍ବି ମଧ୍ୟ ହୋଇଯିବ କମ୍

ଆପଣ ଜାଣନ୍ତି କି, ରୋଷେଇ ଘରେ ସହଜରେ ଉପଲବ୍ଧ ପିଆଜ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ପିଆଜର ଚମତ୍କାରୀ ଗୁଣ

ପିଆଜର ଚମତ୍କାରୀ ଗୁଣ

  • Share this:
News 18 Odia Digital

Weight Loss Tips: ଆପଣ ଜାଣନ୍ତି କି, ରୋଷେଇ ଘରେ ସହଜରେ ଉପଲବ୍ଧ ପିଆଜ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପିଆଜରେ କ୍ୱେରସେଟିନ୍ ନାମକ ଏକ ଫ୍ଲେବୋନାଏଡ୍ ଥାଏ, ଯାହା ଶରୀରରେ ଚର୍ବି ଜମା ହେବାକୁ ଦେଇନଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।  ସେହି ସମୟରେ, ଏହା ମଧ୍ୟ ତୁମର ମେଟାବୋଲିଜିମ୍ ପ୍ରକ୍ରିୟାକୁ ସଠିକ କରିଥାଏ । ଏହାର ପ୍ରୋବାୟୋଟିକ୍ ଗୁଣ ଅଛି ଓ ଏହା କ୍ୟାଲୋରୀରେ ମଧ୍ୟ କମ୍, ଯାହା ଶରୀରରେ ମେଦ ବହୁଳତା ଉପରେ ପ୍ରଭାବ ପକାଇବା ବ୍ୟତୀତ ଅନ୍ୟାନ୍ୟ ବି ଲାଭ ଦେଇଥାଏ ।

ମୋଟାପଣକୁ ନିୟନ୍ତ୍ରଣ କରିବା କେତେ କଷ୍ଟକର ତାହା ସମସ୍ତେ ଜାଣନ୍ତି । ଏହା ଏକ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ଲୋକମାନେ ଓଜନ ହ୍ରାସ କରିବା ପାଇଁ କେତେ କ’ଣ ନକରନ୍ତି, କିନ୍ତୁ କଠିନ ପରିଶ୍ରମ ପରେ ବି ସାମାନ୍ୟ ପାର୍ଥକ୍ୟ ଦେଖାଯାଏ । ଏଭଳି ପରିସ୍ଥିତିରେ ଅନେକ ଥର ଘରୋଇ ପଦ୍ଧତି କାମ କରିଥାଏ । ଆସନ୍ତୁ ଜାଣିବା ମେଦ ବହୁଳତା ହ୍ରାସ କରିବା ପାଇଁ ଆପଣ କିପରି ପିଆଜ ବ୍ୟବହାର କରିପାରିବେ ।

ସାଲାଡ ଭାବରେ ଖାଆନ୍ତୁ ପିଆଜ

ପେଟର ଚର୍ବି କମାଇବା ପାଇଁ କଞ୍ଚା ପିଆଜ ଉପଯୁକ୍ତ । ଯଦିଓ କଞ୍ଚା ପିଆଜ ଖାଇବା ଦ୍ୱାରା ମୁହଁରୁ ଦୁର୍ଗନ୍ଧ ବାହାରେ, କିନ୍ତୁ ଅନେକ ଉପାୟରେ ଏହି ସମସ୍ୟାକୁ ଦୂର ମଧ୍ୟ କରିହେବ । ଓଜନ ହ୍ରାସ କରିବାକୁ, ଆପଣ ଲେମ୍ବୁ ଲୁଣ ମିଶାଇ ସାଲାଡ ଆକାରରେ କଞ୍ଚା ପିଆଜ ଖାଇପାରିବେ ।

ପିଆଜ ରସ

ମୋଟାପଣ ହଟାଇବା ପାଇଁ ପିଆଜ ରସ ମଧ୍ୟ ଉପକାରୀ । ଏଥିପାଇଁ ଦୁଇଟି ପିଆଜକୁ ଫୁଟାନ୍ତୁ, ଥଣ୍ଡା କରନ୍ତୁ ଏବଂ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ,  ତାପରେ ଛାଣି ରସକୁ ଅଲଗା କରନ୍ତୁ । ସ୍ୱାଦକୁ ଠିକ୍ କରିବା ପାଇଁ ଅଳ୍ପ ଲୁଣ ଏବଂ ଲେମ୍ବୁ ମଧ୍ୟ ମିଶାଇ ପାରିବେ, ଯାହା ଆପଣଙ୍କୁ ପିଇବାକୁ ସ୍ୱାଦିଷ୍ଟ ଲାଗିବ ।

ଓଜନ ହ୍ରାସ ପାଇଁ ପିଆଜ ସୁପ୍ ମଧ୍ୟ ଉପକାରୀ

ଆପଣ ପିଆଜ ଏବଂ ଅନ୍ୟାନ୍ୟ ପନିପରିବା ଦ୍ୱାରା ସୁପ୍ ତିଆରି କରି ମଧ୍ୟ ନେଇପାରିବେ । ଏହା କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ଲାଭଦାୟକ । ସୁପ୍ ତିଆରି କରିବା ପାଇଁ ଚାରିରୁ ପାଞ୍ଚଟି ପିଆଜ ଓ ପନିପରିବା ମୋଟା ମୋଟା ଖଣ୍ଡ କରି କାଟି ଦିଅନ୍ତୁ । ପ୍ୟାନରେ ତେଲ ଗରମ କରନ୍ତୁ, ତା’ପରେ ରସୁଣ ଓ ଅଦା ପେଷ୍ଟ ମିଶାଇ କିଛି ସମୟ ପରଜନ୍ତୁ ଏହା ପରେ ସେଥିରେ ସମସ୍ତ ପନିପରିବା ମିଶାଇ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ । ଭଲ ଭାବରେ ସିଝିଯିବା ପରେ ହଳଦୀ, କଞ୍ଚା ଲଙ୍କା, ଲୁଣ ଇତ୍ୟାଦି ମିଶାଇ ଏହାକୁ ଖାଆନ୍ତୁ ।
Published by:Soubhagya Mishra
First published: