LIC Share: ବୁଡିଯିବ ଏଲଆଇସି ପଇସା! ଏବେ ପର୍ଯ୍ୟନ୍ତ ଗଲାଣି ନିବେଶକଙ୍କ ୭୫ହଜାର କୋଟି

LIC Share: LICକୁ ବଡ଼ ଝଟକା! ବୁଡ଼ିଯିବ ସାଧାରଣ ଲୋକଙ୍କ LIC ପଇସା! ଗଲାଣି ନିବେଶକଙ୍କ ୭୫ହଜାର କୋଟି ।

ବୁଡିଯିବ ଏଲଆଇସି ପଇସା!

ବୁଡିଯିବ ଏଲଆଇସି ପଇସା!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ (Hindenburg Report) ପରେ ଥିବା ଆଦାନୀ ଗ୍ରୁପ(Adani Group) ସହ ଏଲଆଇସି(LIC)ର ମଧ୍ୟ ସମସ୍ୟା ବଢ଼ି ଚାଲିଛି। ବିବାଦ ପରେ କେବଳ ଏଲଆଇସିର ନିବେଶକୁ କ୍ଷତି ପହଞ୍ଚି ନାହିଁ ବରଂ ବୀମା କମ୍ପାନିର ସେୟାରରେ ମଧ୍ୟ ବଡ଼ ହ୍ରାସ ଘଟିଛି । ବିଏସଇ ଇଣ୍ଡେକ୍ସରେ ଶୁକ୍ରବାର ଏହାର ସେୟାର ଏକ ପ୍ରତିଶତ ହ୍ରାସ ହୋଇ ୫୮୪.୬୫ ଟଙ୍କାରେ ବନ୍ଦ ହୋଇଛି । ଫେବ୍ରୁଆରୀ ୧ ରେ ଏହି ସେୟାର ୫୮୨.୪୫ ଟଙ୍କାର ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଥିଲା।

ବର୍ତ୍ତମାନ ସୁଦ୍ଧା ଏଲଆଇସି(LIC Share)ର ସେୟାର ମୂଲ୍ୟରେ ୧୭ ପ୍ରତିଶତ ହ୍ରାସ ହୋଇସାରିଛି । ଅନ୍ୟପଟେ ଏଲଆଇସିର ମାର୍କେଟ୍ କ୍ୟାପ୍ ପ୍ରାୟ ୭୫ ହଜାର କୋଟି କମି ସାରିଛି । ଉଲ୍ଲେଖଯୋଗ୍ୟ ଯେ ଜାନୁଆରୀ ୨୪ରେ ଏଲଆଇସିର ମାର୍କେଟ୍ କ୍ୟାପ୍ ୪,୪୪,୧୪୧ କୋଟି ଟଙ୍କା ଥିଲା, ଯାହା ଫେବ୍ରୁଆରୀ ୨୪ ଶୁକ୍ରବାର ୩,୬୯,୭୯୦ କୋଟି ଟଙ୍କାରେ ପହଞ୍ଚିଛି ।

ADANI କମ୍ପାନୀ ସେୟାରରେ ଡୁବିଲା LICର ୧୮ହଜାର କୋଟି! ୨ ଦିନରେ ଅବସ୍ଥା ଶୋଚନୀୟ

ବିଏସଇକୁ ଏଲଆଇସି ଦେଇଥିବା ସୂଚନା ଅନୁସାରେ, ଆଦାନୀ ପୋର୍ଟ୍ସରେ ବୀମା କମ୍ପାନିର ନିବେଶ ସବୁଠୁ ଅଧିକ ଥିଲା । ଏହି କମ୍ପାନିରେ ୯.୧ ପ୍ରତିଶତ ଅଂଶଧନ ଥିଲା । ଅନ୍ୟପଟେ, ଆଦାନୀ ଗ୍ରୁପ(Adani Group)ର ଅନ୍ୟ ଛଅ କମ୍ପାନିରେ ଏହାର ୧.୨୫ ପ୍ରତିଶତରୁ ୬.୫ ପ୍ରତିଶତ ଯାଏଁ ଅଂଶଧନ ଥିଲା । ଗତ ଏକ ମାସରେ ଏଲଆଇସିର ସେୟାର ଭେଲ୍ୟୁ ପ୍ରାୟ ୧୭ ପ୍ରତିଶତ କମ ହୋଇସାରିଛି ।

ପୂର୍ବରୁ ଆଦାନୀ ଗ୍ରୁପ୍‌ର ସେୟାର(Adani Group Share) ହ୍ରାସ ଏବେ ନିବେଶକଙ୍କ ପାଇଁ ବଡ଼ କ୍ଷତ ସୃଷ୍ଟି କରିଛି। ଦେଶର ବୃହତ୍ତମ ଅନୁଷ୍ଠାନ ନିବେଶକ ଜୀବନ ବୀମା ନିଗମ (ଏଲଆଇସି) ମଧ୍ୟ ପ୍ରଭାବିତ ନିବେଶକମାନଙ୍କ ମଧ୍ୟରୁ ଅନ୍ୟତମ। ଆଦାନୀ ଗ୍ରୁପ୍ ସେୟାରରେ LIC ର ମିଳିତ ବିନିଯୋଗ ୨୭ ଜାନୁୟାରୀ ୬୨,୬୨୧ କୋଟି ଟଙ୍କାକୁ ଖସି ଆସିଥିଲା। ୨୪ ଜାନୁୟାରୀରେ ଏହା ୮୧,୨୬୮ କୋଟି ଟଙ୍କା ଥିଲା। ଅର୍ଥାତ୍ ଦୁଇଟି ବାଣିଜ୍ୟ ଅଧିବେଶନରେ LIC ୧୮,୬୪୭ କୋଟି ଟଙ୍କା କ୍ଷତି ସହିଥିଲା।
Published by:Soumya Das
First published: