News18 Odia Digital
ନୂଆ ଦିଲ୍ଲୀ: ମନ ଖୁସି ଥିଲେ ଓ ଦେହ ଭଲ ଥିଲେ ଆପଣ ଅନେକ ଅସମ୍ଭବ ଓ ସୁଖଦ କାମ କରିପାରିବେ । ନିକଟରେ ଜିମ୍ନାଷ୍ଟ ପାରୁଲ ଆରୋରାଙ୍କୁ (Parul Arora) ଶାଢ଼ୀ ପିନ୍ଧି ଟ୍ରିପଲ୍ ଫ୍ଲିପ୍ କରୁଥିବା (ତିନି ଥର ଡିଆଁ ମାରିବା) ଆମେ ଦେଖିଥିଲେ । ସେହି ଭିଡିଓ ଭାଇରାଲ୍ ହୋଇଥିଲା । ଏବେ ବଲିଉଡ୍ ଅଭିନେତ୍ରୀ ଅଦା ଶର୍ମାଙ୍କର (Adah Sharma) ଏପରି କିଛି କରୁଥିବା ଏକ ଭିଡିଓ ଚର୍ଚ୍ଚାରେ ଅଛି ।
‘କମାଣ୍ଡୋ ୨’ ଫିଲ୍ମର ଅଭିନେତ୍ରୀ ଅଦା ଶର୍ମା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶେୟାର କରିଥିବା ଭିଡିଓ କ୍ଲିପରେ ସମୁଦ୍ର କୂଳରେ ଏମିତି ଅଦ୍ଭୁତ ଡିଆଁ ମାରୁଥିବା ଦେଖାଯାଇଛି । ହଁ, ଆପଣ ସେହି ଭିଡିଓଟି ଏଇଠି ଦେଖିପାରିବେ ।
ଏହା ବି ପଢ଼ନ୍ତୁ | ଗଞ୍ଜାମ: ନବ ବଧୂର ହାତ ଗୋଡ଼ ବାନ୍ଧି ପଡ଼ିଶା ଘର ଡୋଲିରେ ଫିଙ୍ଗିଦେଲେ ଶାଶୁଘର ଲୋକେଅଦା ଶର୍ମା ଏହି ଭିଡିଓରେ ଏକ ପାରମ୍ପରିକ ମହାରାଷ୍ଟ୍ରୀୟ ଢଙ୍ଗରେ ଏକ ଗୋଲାପୀ ରଙ୍ଗର ପ୍ରିଣ୍ଟ୍ ଶାଢ଼ୀ ପିନ୍ଧିଛନ୍ତି । ଶାଢ଼ୀର କାନି (ପଲ୍ଲୁ) ପଛ ପଟକୁ ଆସି ଅଣ୍ଟାରେ ପିନରେ ଲଗାଯାଇଛି । ଅଦା ଏହି ପୋଷାକରେ ଚମତ୍କାର ଦେଖାଯାଉଛନ୍ତି । ସେ ସମୁଦ୍ର କୂଳରେ ଏହି ଅଦ୍ଭୁତ ଡିଆଁ ମାରି (କାର୍ଟହ୍ୱିଲ୍ କରି) ଏକ ଭିଡିଓ ବନେଇଛନ୍ତି ଓ ତାକୁ ଶେୟାର କରିଛନ୍ତି ।
ଏହି ଭିଡିଓରେ ଅଭିନେତ୍ରୀ ଅଦା ଏକ ସାଧାରଣ ଧୂସର ରଙ୍ଗର ବ୍ଲାଉଜ୍ ସହିତ ଗୋଲାପୀ ଶାଢ଼ୀପିନ୍ଧିଛନ୍ତି ଓ କୌଣସି ମେକଅପ୍ ବିନା ଉଜ୍ଜ୍ୱଳ ଦେଖାଯାଉଛନ୍ତି । ସେ ନିଜ କେଶକୁ ମୁହଁରୁ ଦୂରେଇ ରଖିବା ପାଇଁ ଏକ ଜଟରେ ବାନ୍ଧିଦେଇଛନ୍ତି ।
ଏହା ବି ପଢ଼ନ୍ତୁ | ପରୀ ହତ୍ୟାକାଣ୍ଡ: SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପାଦ ତଳେ ଲୋଟିଗଲେ ଅଭିଯୁକ୍ତ ସରୋଜର ମାଆଏହି ଭିଡିଓ କ୍ଲିପଟି ଅଦା କାର୍ଟହ୍ୱିଲ୍ କରିବା ପାଇଁ ସମୁଦ୍ର କୂଳରେ ଠିଆ ହୋଇଥିବା ଓ ପ୍ରସ୍ତୁତ ହୋଇଥିବା ଦୃଶ୍ୟରୁ ଆରମ୍ଭ ହେଉଛି । ଅଦା ସମୁଦାୟ ଚାରିଟି କାର୍ଟହ୍ୱିଲ କରିଛନ୍ତି ଓ ଶେଷରେ ଖୋଲା ହାତରେ ପାଣି ଆଡ଼କୁ ଦୌଡ଼ିଯାଉଥିବା ଦେଖାଯାଉଛି ।
ଦେଖନ୍ତୁ ଭିଡିଓ:
ଯେଉଁ ସହଜତା ସହିତ ଅଦା କାର୍ଟହ୍ୱିଲଗୁଡ଼ିକୁ ଗୋଟିଏ ପରେ ଗୋଟିଏ (ବ୍ୟାକ୍-ଟୁ-ବ୍ୟାକ୍) କରିବାରେ ଅଦା ସକ୍ଷମ ହୋଇଛନ୍ତି ତାହା ଅନେକଙ୍କୁ ଚକିତ କରିଦେଇଛି । ତାଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ଖୁବ୍ ଲାଇକ୍ କରିଛନ୍ତି । ଏହି ଭିଡିଓରୁ ଅନେକଙ୍କୁ ଏମିତି ବ୍ୟାୟାମ କରିବା ପାଇଁ ପ୍ରେରଣା ବି ମିଳିଛି ।
ଅଦା ଶର୍ମା ନିଜ ଚୁଲବୁଲି ଷ୍ଟାଇଲ୍ ପାଇଁ ଭାରି ପ୍ରସିଦ୍ଧ । ଲକଡାଉନ୍ ସମୟରେ ସେ ଘର ଧୋଉଥିବା (ଲିପୁଥିବା, ଛୁଞ୍ଚ ଦେଉଥିବା) ଏକ ଭିଡିଓ ଶେୟାର୍ କରିଥିଲେ । ସେଥିରେ ତାଙ୍କ ଶୈଳୀ ଦେଖି ପ୍ରଶଂସକମାନେ ବିମୋହିତ ହୋଇଥିଲେ । ଆପଣ ସେହି ଭିଡିଓ ବି ଏଇଠି ଦେଖି ପାରିବେ ।
ଦେଖନ୍ତୁ ସେହି ଭିଡିଓ:
ଏହି ଭିଡିଓଟି ଦେଖି ଅଦାଙ୍କ ପ୍ରଶଂସକମାନେ ଖୁବ୍ ହସିଥିଲେ । ଆପଣଙ୍କୁ ଏହି ଦୁଇଟି ଭିଡିଓ ବି ଭଲ ଲାଗିଥିବ ବୋଲି ଆଶା କରୁଛୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।