ଶୃତି ହାସନ୍‌ ପ୍ଲାଷ୍ଟିକ୍‌ ସର୍ଜରୀ କରିଥିବା ସ୍ବୀକାର କରି ଟ୍ରୋଲ୍‌ମାନଙ୍କ ମୁହଁ ବନ୍ଦ୍‌ କରିଛନ୍ତି

କିଛି ଦିନ ତଳେ ଅଭିନେତ୍ରୀ ଶୃତି ହାସନଙ୍କୁ ନିଜ ମୁହଁରେ ପ୍ଲାଷ୍ଟିକ୍ ସର୍ଜରୀ କରିଥିବାକୁ ନେଇ ସୋସଲ୍ ମିଡ଼ିଆରେ ଟ୍ରୋଲ କରାଯାଇଥିଲା । ସେ ପ୍ଲାଷ୍ଟିକ ସର୍ଜରୀ କରିଥିବା ସ୍ବୀକାର କରି ନିଜ ଜୀବନ ସେମିତି ହିଁ ଜୀଇଁବାକୁ ଚ଼ାହାନ୍ତି ବୋଲି କହିଛନ୍ତି ।

ଶୃତି ହାସନ୍‌ ପ୍ଲାଷ୍ଟିକ୍‌ ସର୍ଜରୀ କରିଥିବା ସ୍ବୀକାର କରି ଟ୍ରୋଲ୍‌ମାନଙ୍କ ମୁହଁ ବନ୍ଦ୍‌ କରିଛନ୍ତି
ଅଭିନେତ୍ରୀ ଶୃତି ହାସାନ ଓ ସେ ନିଜେ ପୋଷ୍ଟ୍‌ କରିଥିବା ଦୁଇଟି ଫଟୋ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଯଦିଓ ସମସ୍ତେ ସାମ୍ନାରୁ ସୁନ୍ଦର ଓ ଗ୍ଲାମରସ୍‌ ଦେଖାଯିବାକୁ ଚ଼େଷ୍ଟା କରନ୍ତି, ଜୀବନ ଏତେ ସେତେଟା ସରଳ ଓ ସହଜ ହୋଇ ନ ଥାଏ । ଭୀଷଣ ବ୍ୟସ୍ତ ସୁଟିଙ୍ଗ ସିଡୁଲ ଠାରୁ ଆରମ୍ଭ କରି ଶକ୍ତ ଡାଏଟିଙ୍ଗ ଓ କାର୍ଯ୍ୟ-ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବନେଇ ରଖିବା ପର୍ଯ୍ୟନ୍ତ ଜଣେ ଜଣେ କଳାକାରକୁ ବହୁତ କିଛି କରିବା ପାଇଁ ପଡ଼ିଥାଏ । ଏକ ନିର୍ଦ୍ଦିଷ୍ଟ ରୂପରେ ନିଜକୁ ସର୍ବସମ୍ମୁଖରେ ଉପସ୍ଥାପିତ କରିବା ପାଇଁ ସେମାନଙ୍କୁ ବହୁତ କିଛି କରିବା ପାଇଁ ବି ପଡ଼ିଥାଏ । କିଛି ଦିନ ତଳେ ଅଭିନେତ୍ରୀ ଶୃତି ହାସନଙ୍କୁ ନିଜ ମୁହଁରେ ପ୍ଲାଷ୍ଟିକ୍‌ ସର୍ଜରୀ କରିଥିବାକୁ ନେଇ ସୋସଲ୍‌ ମିଡ଼ିଆରେ ଟ୍ରୋଲ କରାଯାଇଥିଲା ।

ହେଲେ ଏକ ବଳିଷ୍ଠ ପୋଷ୍ଟ୍‌ ଲେଖି ଏହି ଅଭିନେତ୍ରୀ ତାଙ୍କୁ କ୍ରିଟିସାଇଜ କରିଥିବା ଓ ବଡ଼ି-ସେମିଙ୍ଗ୍ କରିଥିବା ପାଇଁ ଟ୍ରୋଲମାନଙ୍କୁ ଜବରଦସ୍ତ ପ୍ରତ୍ତ୍ୟୁତ୍ତର ଦେଇଛନ୍ତି । ଅଭିନେତ୍ରୀ ନିଜ ଲମ୍ବା ପୋଷ୍ଟର ଏକ କୋଲାଜ ସେୟାର କରିଛନ୍ତି ଓ ସ୍ବୀକାର କରିଛନ୍ତି ଯେ ସେ ପ୍ଲାଷ୍ଟିକ ସର୍ଜରୀ କରେଇଛନ୍ତି । ସେ ନିଜ ଜୀବନ ସେମିତି ହିଁ ଜୀଇଁବାକୁ ଚ଼ାହାନ୍ତି ବୋଲି ଜୋର୍‌ ଦେଇ କହିଛନ୍ତି ।

‘‘ମୁଁ ନିଜ ଗତ ପୋଷ୍ଟ୍‌ ପରେ ଏହି ପୋଷ୍ଟଟି ସାର୍ବଜନୀନ କରିବା ପାଇଁ ସ୍ଥିର କଲି, ଆଉ ମୁଁ ଆପଣଙ୍କୁ କହିବି କାହିଁକି ଏମିତି କଲି । ମୁଁ ମୋ’ ବିଷୟରେ ଅନ୍ୟ ଲୋକଙ୍କ ମତ ଉପରେ ନିର୍ଭର କରେ ନାହିଁ, କିନ୍ତୁ ମୁଁ ମୋଟି ହୋଇଯାଉଛି ବା ପତଳୀ ହୋଇଯାଉଛି ବୋଲି ଲଗାତର ଟିପ୍ପଣୀ ହେବା ଉଚ଼ିତ ନୁହେଁ । ଏହି ଫଟୋ ଦୁଇଟି ଦୁଇ ଦିନର ଅନ୍ତରରେ ନିଆଯାଇଛି । ମୋ’ର ବିଶ୍ବାସ ଯେ ଅନେକ ମହିଳା ଅଛନ୍ତି ଯେଉଁମାନେ ଜାଣିପାରୁଥିବେ ମୁଁ କ’ଣ କହିବାକୁ ଚ଼ାହୁଁଛି । ମୁଁ ଅଧିକାଂଶ ସମୟରେ ମାନସିକ ଓ ଶାରିରୀକ ରୂପେ ନିଜ ହରମୋନର ଦୟାରେ ରହେ, ଆଉ ବିଗତ ବର୍ଷମାନଙ୍କରେ ମୁଁ ଏହି ସ୍ଥିତି ସହ ଏକ ସୁସମ୍ପର୍କ ତିଆରି କରିବା ପାଇଁ ଚ଼େଷ୍ଟା କରିଆସୁଛି । ଏହା ସହଜ ନୁହେଁ । ଏହି କଷ୍ଟ ସେତେ ସହଜ ନୁହେଁ, ଶାରିରୀକ ପରିବର୍ତ୍ତନ ସେତେ ସହଜ ନୁହେଁ, କିନ୍ତୁ ମୋ’ ପାଇଁ ନିଜ ଯାତ୍ରା ବିଷୟରେ କହିବା ଏବେ ସହଜ ଲାଗୁଛି,’’ ନିଜ ପୋଷ୍ଟରେ ଲେଖିଛନ୍ତି ଶୃତି ହାସାନ୍‌ ।

ଅଭିନେତ୍ରୀ ଶୃତି ହାସନ


ଲୋକମାନଙ୍କୁ ପ୍ରେମ ବାଣ୍ଟିବା ପାଇଁ ଅନୁରୋଧ କରି ଶୃତି ଲେଖିଛନ୍ତି: ‘‘କେହି ପ୍ରସିଦ୍ଧ ହେଉ ବା ନ ହେଉ, ସେ ଅନ୍ୟ କୌଣସି ବ୍ୟକ୍ତିଙ୍କ ବିଷୟରେ ଏକ ନିର୍ଦ୍ଦିଷ୍ଟ ଭାବନା ରଖିବା ଉଚ଼ିତ ନୁହେଁ । ତାହା କରିବା ଆଦୌ ଉଚ଼ିତ ନୁହେଁ । ମତେ ଏହା କହିବାରେ ଖୁସି ମିଳୁଛି ଯେ ଏଇଟା ମୋ’ ଜୀବନ ଓ ମୋ’ ମୁହଁ । ଆଉ ହଁ, ମୁଁ ପ୍ଲାଷ୍ଟିକ ସର୍ଜରୀ କରିଛି । ସେ କଥା ସ୍ବୀକାର କରିବାରେ ମୋତେ ଲଜ୍ଜା ଅନୁଭବ ହେଉନାହିଁ ।’’

‘‘ମୁଁ କଣ ଏହାକୁ (ପ୍ଲାଷ୍ଟିକ୍‌ ସର୍ଜରୀକୁ) ସମର୍ଥନ କରେ ଓ ଅନ୍ୟମାନେ କରନ୍ତୁ ବୋଲି କହେ? ମୁଁ କଣ ଏହାର ବିରୋଧ କରେ? ନା, ନା, ମୋ’ର କେବଳ ଏମିତି ଜୀବନ ଜୀଇଁବା ପସନ୍ଦ । ଆମେ ନିଜ ପାଇଁ ଓ ଅନ୍ୟମାନଙ୍କ ପାଇଁ ସବୁ ଠୁ ବଡ଼ ଯେଉଁ ଉପକାରଟି କରିପାରିବା ତାହା ହେଉଛି ଏହା ଯେ ଆମେ ନିଜ ଦେହ ଓ ମନର ପରିବର୍ତ୍ତନକୁ ସ୍ବୀକାର କରିବାକୁ ଶିଖିବା ଉଚି଼ତ୍ । ପ୍ରେମ ବିସ୍ତାର କରନ୍ତୁ ଓ ଖୁସିରେ ରହନ୍ତୁ । ମୁଁ ସବୁଦିନ ମୋ ନିଜକୁ ଭଲପାଇବା ଶିଖୁଛି କାରଣ ମୋ’ ଜୀବନର ସବୁ ଠାରୁ ବଡ଼ ପ୍ରେମ କାହାଣୀଟି ମୋ’ ନିଜ ସହିତ । ମୁଁ ଆଶା କରୁଛି ଆପଣଙ୍କର ବି ତାହା ହୋଇଥିବ,’’ ଲେଖିଛନ୍ତି ଶୃତି ହାସାନ ।

ପ୍ରଖ୍ୟାତ ଅଭିନେତା କମଲ୍‌ ହାସାନଙ୍କ ଝିଅ ଶୃତି ନିକଟରେ ନିଜ ଇଟାଲିୟନ ବୟଫ୍ରେଣ୍ଡ୍‌ ମାଇକେଲ କୋର୍ଶେଲଙ୍କ ସହିତ ସମ୍ବନ୍ଧ ଭାଙ୍ଗିବାର ଘୋଷଣା ଯୋଗୁଁ ଚ଼ର୍ଚ୍ଚାରେ ଥିଲେ । କୋର୍ଶେଲ ଟ୍ବିଟରରେ ଏହି ଖବର ଘୋଷଣା କରି କହିଥିଲେ ଯେ ଶୃତି ସବୁ ବେଳେ ତାଙ୍କ ପାଇଁ ‘‘ସର୍ବଶ୍ରେଷ୍ଠ ସାଥୀ’’ ହୋଇ ରହିବେ ।

ପରେ ଲକ୍ଷ୍ମୀ ମାଞ୍ଚୁ ହୋଷ୍ଟ କରିଥିବା ଷ୍ଟାର୍ସ ତେଲୁଗୁ କାର୍ଯ୍ୟକ୍ରମରେ ଶୃତି କହିଥିଲେ ଯେ ସେ ସାରା ଜୀବନ ‘‘କେବଳ ଜଣେ’’ ବାଲା ସମ୍ପର୍କରେ ରହିଆସିଛନ୍ତି, ଆଉ ତାହା ଏକ ଭଲ ଅନୁଭବ ପ୍ରମାଣିତ ହୋଇଛି । ଶୃତି ଆଗାମୀ ହିନ୍ଦୀ ଫିଲ୍ମ ‘ପାୱାର’ ଓ ତାମିଲ ଫିଲ୍ମ ‘ଲାବମ’ ରେ ଅଭିନୟ କରୁଛନ୍ତି ।
First published: March 1, 2020, 8:29 PM IST
corona virus btn
corona virus btn
Loading