ସାନ ଭାଇ ସହ ବିକିନି ପୋଜରେ ଫଟୋ ଉଠେଇ ସାରା ଅଲୀ ଖାନ୍ ଇଣ୍ଟରନେଟରେ ସମାଲୋଚ଼ିତ ହେଉଛନ୍ତି

ବଲିଉଡ୍ ଅଭିନେତ୍ରୀ ସାରା ନିଜ ସାନ ଭାଇ ସହିତ ଯେମିତି ପୋଜରେ ଠିଆହୋଇ ଫଟୋ ଉଠେଇଛନ୍ତି ତାହା ବିରୁଦ୍ଧରେ ତାଙ୍କର ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ଆପତ୍ତି ଉଠେଇଛନ୍ତି ।

ସାନ ଭାଇ ସହ ବିକିନି ପୋଜରେ ଫଟୋ ଉଠେଇ ସାରା ଅଲୀ ଖାନ୍ ଇଣ୍ଟରନେଟରେ ସମାଲୋଚ଼ିତ ହେଉଛନ୍ତି
ସାନ ଭାଇ ଇବ୍ରାହିମ୍ ସହ ପୋଜ୍ ଦେଇଛନ୍ତି ସାରା ଅଲି ଖାନ୍ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲୀ ଖାନ ତାଙ୍କ ସାନ ଭାଇ ଇବ୍ରାହିମଙ୍କ ସହ ଏକ ବିକିନି ଫଟୋ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିଛନ୍ତି, ମାତ୍ର ତାହା ଦେଖି ଇଣ୍ଟରନେଟରେ ଲୋକେ ଖୁସି ହୋଇନାହାନ୍ତି ।

ସୋସିଆଲ ମିଡ଼ିଆରେ ସାରାଙ୍କ ଅଧିକାଂଶ ପ୍ରଶଂସକ ଏହି ଫଟୋଗ୍ରାଫ୍‌ ଉପରେ ଆପତ୍ତି ଉଠାଇଛନ୍ତି । ସେମାନେ ସାରାଙ୍କ ବିଚ୍‌ୱିଅର୍‌ (ବେଳାଭୁମି କପଡ଼ା) ରେ କିଛି ଅସୁବିଧା ଦେଖୁନାହାନ୍ତି, କିନ୍ତୁ ଅଭିନେତ୍ରୀ ଜଣକ ନିଜ ଭାଇ ସହିତ ଯେମିତି ପୋଜରେ (ଭଙ୍ଗୀରେ) ଠିଆହୋଇ ଫଟୋ ଉଠେଇଛନ୍ତି ତାହା ସେମାନଙ୍କୁ ଦ୍ବନ୍ଦ୍ୱରେ ପକେଇଛି ।

ସାରା ନିଜ ସାନ ଭାଇଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପାଇଁ ଏହି କେତେକ ଫଟୋ ପୋଷ୍ଟ କରିଥିଲେ । ଗୋଟେ ଫଟୋରେ ସାରା ଇବ୍ରାହିମଙ୍କ ସହ ଚ଼ାପିହୋଇ ଫଟୋ ଉଠାଇଛନ୍ତି । ଏହି ପୋଜରେ ଇବ୍ରାହିମ୍‌ ଅସହଜ ଅନୁଭବ କରୁଥିବା ପରି ଦିଶୁଛନ୍ତି ବୋଲି ଅଧିକାଂଶ ନେଟିଜେନ୍ସ ମତ ଦେଇଛନ୍ତି।ସେମାନେ ଏହି ଫଟୋରେ ଇବ୍ରାହିମଙ୍କ ଶରୀରର ଭଙ୍ଗୀକୁ (ବଡି ଲାଙ୍ଗୁଏଜକୁ) ଲକ୍ଷ୍ୟ କରିଛନ୍ତି, ବିଶେଷତଃ ତାଙ୍କ ହାତର ଭଙ୍ଗୀ ଓ ମୁହଁର ଛବି ଏହି କିଶୋରଙ୍କ ଅସହଜ ଭାବକୁ ଅଭିବ୍ୟକ୍ତ କରୁଛି ବୋଲି ସାମାନେ ମତ ଦେଇଛନ୍ତି ।

‘‘ତାଙ୍କ (ସାରାଙ୍କ) ଭାଇ ଏହି ଫଟୋରେ ସହଜ ଅନୁଭବ କରୁନାହାଁନ୍ତି… ତାଙ୍କ ହାତକୁ ଦେଖନ୍ତୁ… ଏହା ଠିକ ନୁହେଁ, ସାରା । ଆପଣଙ୍କ ଠାରୁ ଏହା ଆଶା କରାଯାଉ ନ ଥିଲା,’’ ଲେଖିଛନ୍ତି ଜଣେ ଇଣ୍ଟରନେଟ୍‌ ବ୍ୟବହାରକାରୀ ।

ଇବ୍ରାହିମଙ୍କ ସହ ସାରାଙ୍କର ଆଉ ଏକ ଫଟୋ ।


ଅନ୍ୟମାନେ ଇଙ୍ଗିତ କରିଛନ୍ତି ଯେ ଷ୍ଟାରଡମ୍ ସାରାଙ୍କୁ ପ୍ରଭାବିତ କରିବା ଆରମ୍ଭ କରିଦେଇଛି । ସେମାନେ ତାଙ୍କ ପିତାମାତାଙ୍କୁ ବି ଏଥି ପାଇଁ ଦାୟୀ କରିଛନ୍ତି । ’’ଖ୍ୟାତି ଓ ଅର୍ଥ ଯେ ଲୋକଙ୍କୁ ଏଭଳି ନିମ୍ନ ସ୍ଥିତିକୁ ନେଇଯାଏ ଯାହା କଳ୍ପନା କରିବା ସହଜ ନୁହେଁ । ଯଦି ପିଲାମାନେ ଠିକ୍‌ ଭୁଲ୍‌ ଜାଣି ପାରୁନାହାନ୍ତି ଅନ୍ତତଃ ବଡ଼ମାନେ ସେମାନଙ୍କୁ କହିଦେବା ଉଚ଼ିତ । ସଂସ୍କୃତି ଖରାପ ଆଡ଼କୁ ଗତି କରୁଛି,’’ ଲେଖିଛନ୍ତି ଆଉ ଜଣେ ଇଣ୍ଟରନେଟ୍‌ ବ୍ୟବହାରକାରୀ ।

ଅନ୍ୟ ଜଣେ ବ୍ୟବହାରକାରୀ କହିଛନ୍ତି ଯେ ଏହି ପୋଜ ଭାଇଭଉଣୀଙ୍କ ପାଇଁ ଅନୁପଯୁକ୍ତ । ସେ ଲେଖିଛନ୍ତି: ‘‘ମୁଁ ପ୍ରଥମେ ଭାବିଲି ଇଏ ବୋଧହୁଏ ସାରାଙ୍କ ପାର୍ଟନର୍‌, ତା’ ପରେ ହୃଦୟଙ୍ଗମ କଲି ଯେ ସେ ତାଙ୍କ ସାନ ଭାଇ । ସେ ଯେମିତି ପୋଷାାକ ପିନ୍ଧିଛନ୍ତି ସେଥିରେ କିଛି ଭୁଲ ନାହିଁ, କିନ୍ତୁ ପୋଜଟି ଭାରି ଭୁଲ୍‌ । ତାଙ୍କ (ଇବ୍ରାହିମଙ୍କ) ମୁହଁର ସ୍ଥିତିକୁ ଦେଖନ୍ତୁ, ଦୟାକରି ତାଙ୍କ ହାତ ଉପରେ ଧ୍ୟାନ ଦିଅନ୍ତୁ ।’’
First published: March 7, 2020, 7:32 PM IST
corona virus btn
corona virus btn
Loading