ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
Actress Pooja Hegde Insta Account Hacked | ହ୍ୟାକିଂର ଖବର ଜାଣିବା ମାତ୍ରେ ପୂଜା ବହୁତ ବିବ୍ରତ ହୋଇଥିଲେ । ରାତି ଗୋଟେରେ ଟ୍ୱିଟରରେ ନିଜ ପ୍ରଶଂସକଙ୍କୁ ହ୍ୟାକିଂ ବିଷୟରେ ଜଣେଇଥିଲେ ଓ କୌଣସି ବ୍ୟକ୍ତିଗତ ସୂଚନା ନ ଦେବାକୁ ଅନୁରୋଧ କରିଥିଲେ ।

ଅଭିନେତ୍ରୀ ପୂଜା ହେଗଡ଼େ
- News18 Odia
- Last Updated: May 28, 2020, 8:38 PM IST
#ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରି (South Film Industry)ର ଜଣାଶୁଣା ଅଭିନେତ୍ରୀ ପୂଜା ହେଗଡ଼େ (Pooja Hegde)ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଛି । ଏହି ହ୍ୟାକିଂ ଖବର ଜାଣିବା ପରେ ପୂଜା ବହୁତ ବିବ୍ରତ ହୋଇଯାଇଥିଲେ । ଶେଷରେ ସେ ଡିଜିଟାଲ୍ ଟିମର ସାହାଯ୍ୟ ନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପୁଣି ଥରେ ଫେରିପାଇଲେ । କିନ୍ତୁ 'ହାଉସଫୁଲ ୪' (Housefull 4)ର ଅଭିନେତ୍ରୀ ପୂଜା ହେଗଡ଼େ ରାତି ପ୍ରାୟ ଗୋଟେ ସମୟରେ ଟ୍ୱିଟର ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ହ୍ୟାକିଂ ବିଷୟରେ ଜଣେଇଥିଲେ ଓ କୌଣସି ବ୍ୟକ୍ତିଗତ ସୂଚନା ନ ଦେବାକୁ ଅନୁରୋଧ କରିଥିଲେ ।
ପୂଜା ହେଗଡ଼େ ବୁଧବାର ମଧ୍ୟରାତ୍ରିରେ ଟ୍ୱିଟ୍ କରି କହିଥିଲେ, ‘‘ବନ୍ଧୁଗଣ, ମୋ’ ଦଳ ମୋତେ କହିଛନ୍ତି ଯେ ମୋ’ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଛି ଓ ମୋ’ ଡିଜିଟାଲ୍ ଟିମ୍ ମୋତେ ଏଥିରେ ସାହାଯ୍ୟ କରୁଛନ୍ତି । ଏହି ସମୟରେ ଆପଣମାନେ ଦୟାକରି କୌଣସି ନିମନ୍ତ୍ରଣ ଗ୍ରହଣ କରନ୍ତୁ ନାହିଁ ଓ କେହି ପଚାରିଲେ ବି କୌଣସି ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ । ଧନ୍ୟବାଦ ।’’

ଏପ୍ରିଲ୍ ୫ରେ କରୋନା ଯୋଦ୍ଧାଙ୍କ ପାଇଁ ଦୀପ ଜାଳୁଛନ୍ତି ପୂଜା ହେଗଡ଼େ ।
ଫିଲ୍ମ ‘ମୋହେଞ୍ଜୋଦାରୋ’ରେ ହ୍ରିତିକ ରୋଶନଙ୍କ ସହ ନିଜ ଚଳଚ୍ଚିତ୍ର କରିୟର ଆରମ୍ଭ କରିଥିବା ପୂଜା ହେଗଡ଼େଙ୍କୁ ଅଭିନେତା ପ୍ରଭାସଙ୍କ ସହ ତାଙ୍କ ଫିଲ୍ମ ‘ଜାନ’ରେ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ସୁଟିଂ ଜର୍ଜିଆରେ ଚାଲିଥିଲା, କିନ୍ତୁ କରୋନା ଭାଇରସ୍ କାରଣରୁ ସୁଟିଂ ବନ୍ଦ ହୋଇଯାଇଥିଲା । ପୂଜା ଖୁବ୍ ଶୀଘ୍ର ସଲମାନ ଖାନଙ୍କ ସହ ତାଙ୍କ ଫିଲ୍ମ ‘କଭି ଇଦ୍ କଭୀ ଦିୱାଲି’ରେ ବି ନଜର ଆସିବେ ।
ଦୟାକରି ଦୁଇ ମିନିଟ୍ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍ ସର୍ଭେ
ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ