ଅଭିନେତ୍ରୀ କଲକି କୋଚ଼ଲିନ ନିଜ ବୟଫ୍ରେଣ୍ଡଙ୍କ ସହିତ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି

କଲକିଙ୍କ ବୟଫ୍ରେଣ୍ଡ ଗାୟ ହର୍ସବର୍ଗ ହେଉଛନ୍ତି ଜଣେ ଇଜ୍ରାଏଲି ଶାସ୍ତ୍ରୀୟ ପିଆନୋବାଦକ । କଲକୀ ପୂର୍ବରୁ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କୁ ବିବାହ କରିଥିଲେ । ଏହି ଯୋଡ଼ି ୨୦୧୧ରେ ବିବାହ କରିଥିଲେ, କିନ୍ତୁ ଦୁଇ ବର୍ଷ ପରେ ଅଲଗା ହୋଇଯାଇଥିଲେ ।

ଅଭିନେତ୍ରୀ କଲକି କୋଚ଼ଲିନ ନିଜ ବୟଫ୍ରେଣ୍ଡଙ୍କ ସହିତ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି
ଅଭିନେତ୍ରୀ କଲକି କୋଚ଼ଲିନ
  • News18 Odia
  • Last Updated: February 11, 2020, 8:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅଭିନେତ୍ରୀ କଲକି କୋଚ଼ଲିନ ନିଜ ଗର୍ଭାବସ୍ଥା ବିଷୟରେ ସୋସିଆଲ ମିଡ଼ିଆରେ ପ୍ରେରଣାଦାୟକ ପୋଷ୍ଟସବୁ ଶେୟାର କରିଚ଼ାଲିଛନ୍ତି । ତାଙ୍କ କୋଳକୁ ଏବେ ତାଙ୍କ ବୟଫ୍ରେଣ୍ଡ୍‌ ଗାୟ ହର୍ସବର୍ଗଙ୍କ ଠାରୁ ଏକ କନ୍ୟା ସନ୍ତାନ ଆସିଛି ।

ବିଖ୍ୟାତ ବଲିଉଡ୍‌ ତାରକାଙ୍କ ଫଟୋ ନେଉଛିବା ଫଟୋଗ୍ରାଫର୍‌ ଭାଇରଲ ଭୟାନୀ କଲକିଙ୍କ ଗର୍ଭାବସ୍ଥାର କେତେକ ଫଟୋ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିବା ସହ କହିଛନ୍ତି ଯେ କଲକୀ ଶୁକ୍ରବାର ସନ୍ଧ୍ୟାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସେହିପରି ନବଭାରତଟାଇମ୍ସ.ମଧ୍ୟ ଏକ ରିପୋର୍ଟରେ ଖବର ଦେଇଛି ଯେ କଲକିଙ୍କର ପ୍ରଥମ ସନ୍ତାନଟି ଏକ କନ୍ୟା ।

କଲକିଙ୍କ ବୟଫ୍ରେଣ୍ଡ ଗାୟ ହର୍ସବର୍ଗ ହେଉଛନ୍ତି ଜଣେ ଇଜ୍ରାଏଲି ଶାସ୍ତ୍ରୀୟ ପିଆନୋବାଦକ । କଲକୀ ପୂର୍ବରୁ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କୁ ବିବାହ କରିଥିଲେ । ଏହି ଯୋଡ଼ି ୨୦୧୧ରେ ବିବାହ କରିଥିଲେ, କିନ୍ତୁ ଦୁଇ ବର୍ଷ ପରେ ଅଲଗା ହୋଇଯାଇଥିଲେ । କଲକି ସେପ୍ଟେମ୍ବରରେ ଘୋଷଣା କରିଥିଲେ ଯେ ସେ ନିଜର ପ୍ରଥମ ସନ୍ତାନକୁ ନେଇ ଗର୍ଭବତୀ ଅଛନ୍ତି ।

ଭାଇରଲ ଭୟାନୀ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିଥିବା କଲକିଙ୍କ ଗର୍ଭାବସ୍ଥାର ଫଟୋ


ମିଳିଥିବା ଖବର ଅନୁସାରେ କଲକି ଜିଜେ ଜଳ ପ୍ରସବ (water birthing) ପ୍ରଣାଳୀରେ ଜନ୍ମ ହୋଇଥିଲେ ଓ ସେ ସେଇଥି ପାଇଁ ନିଜ ସନ୍ତାନକୁ ସେହି ଉପାୟରେ ଜନ୍ମ ଦେବା ପାଇଁ ସ୍ଥିର କରିଥିଲେ । ଏହି ଅଭିନେତ୍ରୀ ଜଣକ ନିଜ ପିଲାର ନାମକରଣ ମଧ୍ୟ ସ୍ଥିର କରିସାରିଛନ୍ତି । ତାହା ଏମିତି ଗୋଟେ ନାମ ଯାହା ଉଭୟ ପୁରୁଷ ଓ ସ୍ତ୍ରୀ ପାଇଁ ବ୍ୟବହାର କରିହେବ ବୋଲି ଜଣାଯାଇଛି ।

କଲକି ପୋଷ୍ଟ କରିଥିବା ନିଜ ବୟଫ୍ରେଣ୍ଡଙ୍କ ଫଟୋ


ବର୍ତ୍ତମାନ କଲକି ଜି୫ (ZEE5) ର  ଅରିଜିନାଲ ୱେବ୍‌ ସିରିଜ୍‌ ‘ଭ୍ରମ୍‌’ରେ ଅଭିନୟ କରୁଛନ୍ତି । ନିକଟରେ ‘ନେରକୋଣ୍ଡା ପାରବାଇ’ ଫିଲ୍ମ ସହିତ ରେ ତାମିଲ ସିନେମାରେ ଡେବ୍ୟୁ କରିଥିବା କଲକି ଆଉ ଏକ ୱେବ୍‌ ସିରିଜ୍‌ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ।
First published: February 11, 2020, 8:32 PM IST
corona virus btn
corona virus btn
Loading