ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁ

ଲାଲ୍ ଗୋଲାପରେ ଭରା ଏକ ଟ୍ରକ୍ ସେ ଜୁହିଙ୍କ ପାଖକୁ ତାଙ୍କ ଜନ୍ମ ଦିନରେ ପଠାଇଥିଲେ । ‘‘ଟ୍ରକେ ଫୁଲରେ ଜଣେ କରିବ କଣ?’’ ଜୁହି ଆଶ୍ଚର୍ଯ୍ୟ ହୋଇ ଭାବିଥିଲେ ।

ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁ
ଜୁହି ଚାୱଲା
  • News18 Odia
  • Last Updated: March 17, 2020, 3:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ନବେ ଦଶକର ସଫଳ ଓ ଚୁଲବୁଲି ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ଯେତେବେଳେ ୧୯୯୬ ମସିହାରେ ବ୍ୟବସାୟୀ ଜୟ ମେହେଟାଙ୍କ ସହ ଗୁପ୍ତରେ ବିବାହ କଲେ, ଅନେକ ଯୁବକଙ୍କ ହୃଦୟ ଭାଙ୍ଗିଯାଇଥିଲା । ଜୁହି ସେତେବେଳେ ନିଜ କ୍ୟାରିୟରର ଶିଖରରେ ଥିଲେ । ନିକଟରେ ରାଜୀବ ମାସନ୍ଦଙ୍କ ସହ ଏକ ସାକ୍ଷାତକାରରେ କାହିଁକି ନିଜ ବିବାହକୁ ପ୍ରଥମେ ଲୁଚ଼ାଇ ରଖିଥିଲେ ସେ ବିଷୟରେ ଜୁହି ମନ ଖୋଲି କହିଛନ୍ତି।

ଜୁହି ମନେ ପକାଇ କହିଛନ୍ତି ଯେ ସେ ଯେତେବେଳେ ପ୍ରଥମେ ଜୟଙ୍କୁ ଭେଟିଥିଲେ ସେ ଫିଲ୍ମରେ ଯୋଗ ଦେଇ ନ ଥିଲେ । ‘‘ଏହା ସାଙ୍ଗମାନଙ୍କ ସହିତ ହୋଇଥିବା ଏକ ସଂକ୍ଷେପ ସାକ୍ଷାତ ଥିଲା,’’ ଜୁହି କହିଛନ୍ତି । ତା’ ପରେ ଦୁହେଁ ଆଉ ସମ୍ପର୍କରେ ରହିଲେ ନାଙିଁ, ଆଉ ଢେର୍‌ ବର୍ଷ ପରେ ଏକ ପାରସ୍ପରିକ ବନ୍ଧୁ ଆୟୋଜନ କରିଥିବା ଏକ ରାତ୍ରୀ ଭୋଜନରେ ସେମାନଙ୍କର ପୁନଃ ସାକ୍ଷାତ ହୋଇଥିଲା ।

୧୯୯୮ ମସିହାରେ ‘ଡୁପ୍ଲିକେଟ୍’ ଫିଲ୍ମର ସୁଟିଂ କରୁଥିବା ସମୟରେ ଜୁହିଙ୍କୁ ଏକ ଖରାପ ଖବର ମିଳିଥିଲା – ତାଙ୍କ ମା’ ମୋନା ଚାୱଲାଙ୍କର ଏକ ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଥିଲା । ୧୯୯୦ରେ ଏକ ବିମାନ ଦୁର୍ଘଟଣାରେ ନିଜ ପ୍ରଥମ ପତ୍ନୀ ସୁଜାତା ବିର୍ଲାଙ୍କୁ ହରାଇ ନିଜ ଭାଗ୍ୟରେ ଥିବା ଦୁଃଖଦ ଅଂଶ ଦେଖିଥିବା ଜୟ ସେହି ସମୟରେ ଜୁହିଙ୍କୁ ସାନ୍ତ୍ୱନା ଦେଇଥିଲେ ଓ ତାଙ୍କୁ ସୁସ୍ଥ ହେବାରେ ସାହାଯ୍ୟ କରିଥିଲେ । ଜୁହି କହିଛନ୍ତି, “ଏହା ମୋ’ ପାଇଁ ଏକ ଅତ୍ୟନ୍ତ କଷ୍ଟସାଧ୍ୟ ସମୟ ଥିଲା, କାରଣ ମୁଁ ଅନୁଭବ କରୁଥିଲି ଯେ ମୁଁ ଭଲ ପାଉଥିବା ସମସ୍ତ ଜିନିଷ ମୁଁ ହରାଇବାକୁ ଯାଉଛି ।’’

‘‘ସେବେ ଠାରୁ ମୁଁ ଯେଉଁଆଡ଼େ ଗଲି, ସେ (ଜୟ) ସେଇଠି ଆସି ପହଁଚିଲେ । ମୁଁ ଯୁଆଡେ ଅନେଇଲି, ସେ ସେଇଠି ଫୁଲ, ନୋଟ୍ ଓ ଉପହାର ଧରି ଠିଆ ହୋଇଥିଲେ । ପ୍ରତି ଦିନ! ମୋ’ର ମନେ ଅଛି ମୋ’ ଜନ୍ମଦିନରେ ସେ ମୋତେ ଲାଲ୍ ଗୋଲାପରେ ଭରା ଏକ ଟ୍ରକ୍ ପଠାଇଥିଲେ । ମୁଁ ଭାବୁଥିଲି ଜଣେ ଫୁଲରେ ବରା ଏକ ଟ୍ରକରେ କ’ଣ କରିବ? ସେ ପ୍ରକୃତରେ ଯାହା ସବୁ କରିପାରିଥାନ୍ତେ ତାହା କରିଥିଲେ । ବର୍ଷକ ପରେ ସେ ପ୍ରସ୍ତାବ ଦେଇଥିଲେ (ପର୍ପୋଜ୍‌ କଲୋ),’’ ଜୁହି ସ୍ମରଣ କରି କହିଛନ୍ତି ।

ଜୁହି ଓ ଜୟ ଦୁହେଁ ଦୁଇ ଦଶନ୍ଧି ଓ ଅଧା, ମାନେ ଗଲା ପଚିଶି ବର୍ଷ ହେଲା, ବିବାହିତ ହୋଇ ଅଛନ୍ତି, ଆଉ ଦୁଇ ସନ୍ତାନ ଜାହ୍ନବି (୧୯) ଓ ଅର୍ଜୁନ (୧୬) ଙ୍କ ସେମାନେ ପିତାମାତା ।

ନିଜ ବିବାହକୁ ଲୁଚାଇ ରଖିବାରେ ସଫଳ ହେବା ବିଷୟରେ ଜୁହି କହିଛନ୍ତି, ‘‘ସେ ସମୟରେ ଇଣ୍ଟରନେଟ୍ ନ ଥିଲା ଓ କାହାରି ଫୋନରେ କ୍ୟାମେରା ନ ଥିଲା, ତେଣୁ ସେପରି କରିପାରିବା ସମ୍ଭବ ହୋଇଥିଲା । ମୁଁ ପ୍ରାୟ ପ୍ରତିଷ୍ଠିତ ହୋଇ ସାରିଥିଲା ଓ ଭଲ କାମ କରୁଥିଲି । ସେହି ସମୟରେ ଜୟ ମୋତେ ପ୍ରେମ କରି ହଇରାଣ କରୁଥିଲେ, ଆଉ ମୁଁ ଡରୁଥିଲା ଯେ ସଫଳତା ପାଖରେ ପହଞ୍ଚିବା ସମୟରେ ହିଁ ମୁଁ ମୋ’ କରିୟର ହରାଇ ପାରେ! ମୁଁ କରିଅରରେ ଆଗକୁ ଆଗେଇବାକୁ ଚାହୁଁଥିଲି, ଆଉ ଏଇଟା (ବିବାହ) ସେହି ସମୟର ମଝିରେ ଆସିଥିଲା ।’’
First published: March 17, 2020, 3:40 PM IST
corona virus btn
corona virus btn
Loading