ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»‘କଜରା ରେ’ ଗୀତରେ ଜାହ୍ନବୀ କପୁରଙ୍କ ମଜାଳିଆ ନୃତ୍ୟର VIDEO କହୁଛି ସେ ଜଣେ ‘ଡ୍ରାମା କ୍ୱିନ୍’!

‘କଜରା ରେ’ ଗୀତରେ ଜାହ୍ନବୀ କପୁରଙ୍କ ମଜାଳିଆ ନୃତ୍ୟର VIDEO କହୁଛି ସେ ଜଣେ ‘ଡ୍ରାମା କ୍ୱିନ୍’!

୨୪ ବର୍ଷୀୟା ଅଭିନେତ୍ରୀ ଜାହ୍ୱବୀ କପୁର୍ ଏକ ଅଜ୍ଞାତ ସ୍ଥାନରେ ସାଙ୍ଗମାନଙ୍କ ସହିତ ଛୁଟି କଟାଉଥିବା ବେଳେ ଏହି ଭିଡିଓଟି ସୁଟ୍ ହୋଇଥିଲା । ଏଥିରେ ଜାହ୍ନବୀ ‘କଜରା ରେ’ ଗୀତର ଏକ ଛୋଟ ଓ ମଜାଦାର ଅଭିନୟ କରିଥିବା ଦେଖାଯାଇଛି ।

‘କଜରା ରେ’ ଗୀତରେ ଜାହ୍ନବୀ କପୁରଙ୍କ ମଜାଳିଆ ନୃତ୍ୟର VIDEO କହୁଛି ସେ ଜଣେ ‘ଡ୍ରାମା କ୍ୱିନ୍’!
ଜାହ୍ୱବୀ କପୁରଙ୍କ ‘କଜରା ରେ’ ଭିଡିଓର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଅଭିନେତ୍ରୀ ଜାହ୍ନବୀ କପୁର (Janhvi Kapoor) କ୍ୟାମେରା ସାମନାରେ ତ ଅଭିନୟ କରନ୍ତି, ହେଲେ ସେ କ୍ୟାମେରା ବାହାରେ ବି ଅଭିନୟ କରନ୍ତି । ତାଙ୍କୁ କୌଣସି ଗୀତ ଯଦି ଭଲ ଲାଗେ ତେବେ ସେ ତା’ର ଭାବକୁ ଅଭିନୟ ନ କରି ରହିପାରନ୍ତି ନାହିଁ । ସେଇଥି ପାଇଁ ତାଙ୍କୁ ‘ଡ୍ରାମା ରାଣୀ’ (drama queen) କୁହାଯାଏ!

ନିକଟରେ ଜାହ୍ନବୀ କପୁର ଇନଷ୍ଟାଗ୍ରାମରେ ନିଜ ବ୍ୟକ୍ତିଗତ ସମୟର ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରୁ ଜଣାପଡ଼ିଥିଲା ଯେ ସେ ନିଜ ବ୍ୟକ୍ତିଗତ ଜୀବନରେ ବି ଅଭିନୟ କରିବାକୁ ଭଲପାଆନ୍ତି । ୨୪ ବର୍ଷୀୟା ଅଭିନେତ୍ରୀ କୌଣସି ଏକ ଅଜ୍ଞାତ ସ୍ଥାନରେ ସାଙ୍ଗମାନଙ୍କ ସହିତ ଛୁଟି କଟାଉଥିବା ବେଳେ ଏହି ଭିଡିଓଟି ସୁଟ୍‌ ହୋଇଥିଲା । ସେହି ଭିଡିଓରେ ଜାହ୍ନବୀ ‘କଜରା ରେ’ (Kajra re) ଗୀତର ଏକ ଛୋଟ ଓ ମଜାଦାର ଅଭିନୟ କରିଥିବା ଦେଖାଯାଇଛି (Janhvi Kapoor Kajra Re dance video)।

ଏହା ବି ପଢ଼ନ୍ତୁ | , , … : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତାପରେ ସାନ ପୁଅ, ଆଉ ଏବେ ବଡ଼ ପୁଅ

ଭିଡିଓର କ୍ୟାପସନରେ ଜାହ୍ନବୀ ଲେଖିଥିଲେ, ‘‘ଯେତେବେଳେ ଆପଣ ଅନୁଭବ କରନ୍ତି ଯେ ଆପଣଙ୍କ ଫିଲ୍ମଫେୟାର୍‌ ରେଡ୍‌ କାର୍ପେଟ ଡ୍ରେସ୍‌ ଠିକ୍‌ ସେହି ଦିନ ଆପଣଙ୍କୁ ଫିଟ୍ ହେଉନି!’’ ଏହା ପରେ ସେ ଏକ କାନ୍ଦୁଥିବା ଇମୋଜି ପୋଷ୍ଟ କରିଥିଲେ । ଏହି ଭିଡିଓରେ ଜାହ୍ନଭୀ ଆଶ୍ଚର୍ଯ୍ୟାନ୍ନିତ ଓ ଚିନ୍ତିତ ଦେଖାଯାଉଛନ୍ତି ଓ ବ୍ୟାକଗ୍ରାଉଣ୍ଡରେ ୨୦୦୫ର ଫିଲ୍ମ ‘ବଣ୍ଟି ଔର୍‌ ବବଲି’ର ଗୀତ ‘କଜରା ରେ’ ବାଜୁଥିବା ବେଳେ ସେ ନିଜ ଓଠ ହଲାଉଛନ୍ତି (lip-sync) ।

ଏହା ବି ପଢ଼ନ୍ତୁ | ବଲାଙ୍ଗିରର ଏହି କୋଭିଡ୍ ନର୍ସ ମାସର ଗର୍ଭବତୀ ହୋଇ ବି ସାହସର ସହ ରୋଗୀ ସେବା କରିଚାଲିଛନ୍ତି

ଏହି ଭିଡିଓରେ ସ୍ୱର୍ଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ (Sridevi) ଝିଅ ଜାହ୍ନବୀ ଓକ ଧଳା କ୍ରପ୍‌-ଟପ୍ ଓ ଡେନିମ୍ ସର୍ଟସ୍‌ ପିନ୍ଧିଥିବା ନଜର ଆସିଛନ୍ତି । ଏହି ମଜାଳିଆ ଭିଡିଓକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି । ମନ୍ତବ୍ୟରେ ତାଙ୍କ ଫଲୋଅର୍ସମାନେ ହୃଦୟ ଇମୋଜି ପଠାଇଥିଲେ ଓ ସେମିତି ଆହୁରି ଭିଡିଓ ପୋଷ୍ଟ କରିବାକୁ ତାଙ୍କୁ ଅନୁରୋଧ କରିଥିଲେ ।




ଜାହ୍ନଭୀ ନିଜ ଛୁଟି କାଟୁଥିବା ସ୍ଥାନରୁ କିଛି ସୁନ୍ଦର ଫଟୋ ଓ ଭିଡିଓ ପୋଷ୍ଟ କରି ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିଛନ୍ତି । ନିକଟରେ ସେ ନିଜ ବନ୍ଧୁ ତଥା ପ୍ରଶିକ୍ଷକ ନମ୍ରତା ପୁରୋହିତଙ୍କ ସହ ଏକ ପୁଲରେ ନାଚୁଥିବାର କେତେକ ଫଟୋ ବି ଶେୟାର୍‌ କରିଥିଲେ । କାର୍ଡି ବିଙ୍କ ଗୀତ ‘ଅପ୍’ ଉପରେ ନୃତ୍ୟ କରୁଥିବା ବେଳର ସେହି ଭିଡିଓର କ୍ୟାପସନରେ ଜାହ୍ନଭୀ କପୁର ଲେଖିଥିଲେ, ‘‘ଫିଲ୍ମଫେୟାର ମଞ୍ଚକୁ ମୁଁ ବହୁ ମିସ୍‌ କରୁଛି, ତେଣୁ ଏହି ପୁଲ୍‌ ପାଖରେ ଏବେ କାମ ଚଳାଇବାକୁ ପଡ଼ିବ ।’’




ନିକଟରେ ଅଭିନେତ୍ରୀ ଜାହ୍ନବୀ ତାଙ୍କର ଏକ ପୂରା ନୃତ୍ୟ ସିକ୍ୱେନ୍ସର ଭିଡିଓ ବି ପୋଷ୍ଟ କରିଥିଲେ ଯେଉଁଥିରେ ସେ ନିଜ ସାଙ୍ଗମାନଙ୍କ ସହିତ ନାଚୁଥିବା ଦେଖାଯାଇଥିଲା । ତା’ କ୍ୟାପସନରେ ସେ ଲେଖିଥିଲେ, ‘‘ମୁଁ ପ୍ରକୃତରେ ଚାହୁଁଛି ଆମେ ଏହାଠାରୁ ଆହୁରି ସୁନ୍ଦର କରିଥାନ୍ତୁ, କିନ୍ତୁ ... ।’’ ଏହା ସହ ସେ କେତେକ ମଜାଳିଆ ଇମୋଜି ପୋଷ୍ଟ କରିଥିଲେ ।




ଜାହ୍ନବୀଙ୍କ ଏହି ପୁଲ୍‌ ସାଇଡ୍‌ ଡ୍ୟାନ୍ସକୁ ତାଙ୍କର ଅନେକ ଫ୍ୟାନ୍‌ ଖୁବ୍‌ ପସନ୍ଦ କରିଛନ୍ତି ।
Published by: Anand ST Das
First published: May 22, 2021, 6:30 PM IST