‘ମୁଁ ଜଣେ ଲେଡିଙ୍କ ପରି ବସେ ନାହିଁ’ ବୋଲି କହି ଫଟୋ ଶେୟାର୍ କଲେ ଅଭିନେତ୍ରୀ ଇଲିଆନା ଡି’କୃଜ୍

ଇନଷ୍ଟାଗ୍ରାମରେ ନିଜର ହଟ୍ ବିକିନି ଫଟୋ ଲଗାଉଥିବା ଯୋଗୁଁ ଜଣାଶୁଣା ଏହି ୩୩ ବର୍ଷୀୟା ଚୁଲବୁଲି ଅଭିନେତ୍ରୀ ନିଜର ଏକ କୌତୁକିଆ ଫଟୋ ସେୟାର କରି ଲୋକଙ୍କୁ କଥୋପକଥନର ଅଂଶ ହୋଇଛନ୍ତି ।

‘ମୁଁ ଜଣେ ଲେଡିଙ୍କ ପରି ବସେ ନାହିଁ’ ବୋଲି କହି ଫଟୋ ଶେୟାର୍ କଲେ ଅଭିନେତ୍ରୀ ଇଲିଆନା ଡି’କୃଜ୍
ଇଲିଆନା ସେୟାର୍‌ କରିଥିବା ଫଟୋ
  • News18 Odia
  • Last Updated: March 10, 2020, 8:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡି’କୃଜ କହିଛନ୍ତି ଯେ ସେ ଜଣେ ମହିଳାଙ୍କ ପରି ବସନ୍ତି ନାହିଁ! ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଏକ କାରରେ କୌତୁକିଆ ଭଙ୍ଗୀରେ ବସିଥିବାର ଦେଖାଯାଉଛି । ସେ ନିଜ ଜିଭ ବାହାରକୁ କାଢ଼ି ଆରାମଦାୟକ ଢଙ୍ଗରେ ବସିଥିବାର ଏହି ଫଟୋରେ ଦେଖାଯାଉଛି ।

‘‘ସେମାନେ: ଜଣେ ମହିଳାଙ୍କ ପରି ବସନ୍ତି। ମୁଁ: (ମଜାଳିଆ ଇମୋଜି)," ଇଲିଆନା ନିଜ ଇନଷ୍ଟାଗ୍ରାମ୍‌ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି।

ବଲିଉଡର ୩୩ ବର୍ଷୀୟା ଏହି ଚୁଲବୁଲି ଅଭିନେତ୍ରୀ ସାଧାରଣତଃ ଇନଷ୍ଟାଗ୍ରାମରେ ନିଜର ହଟ୍‌ ବିକିନି ଫଟୋ ଲଗାନ୍ତି । ପ୍ରଶଂସକମାନେ ତାଙ୍କ ବିକିନି ଫଟୋକୁ ଭଲ ପାଉଥିବାବେଳେ ଭାରତୀୟ ପୋଷାକରେ ଥିବା ଏହି ଫଟୋଟି ଏକ ସତେଜତାଭରା ପରିବର୍ତ୍ତନ ଆଣିଛି, ଆଉ ସେମାନେ ଏହାକୁ ସ୍ୱାଗତ କରିଛନ୍ତି ।

ଇଲିଆନାଙ୍କ କାମ ବିଷୟରେ କହିବାକୁ ଗଲେ, ସେ ଅଭିଷେକ ବଚ୍ଚନଙ୍କ ସହ ଅଜୟ ଦେବଗନଙ୍କ ପ୍ରଡକ୍ସନ୍ ‘ବିଗ୍ ବୁଲ୍‌’ରେ ଦେଖିବାକୁ ମିଳିବେ । ଏହି ଫିଲ୍ମଟି ୧୯୯୨ ମସିହାରେ ହୋଇଥିବା ଭାରତର ସବୁ ଠୁ ବଡ଼ ସିକ୍ୟୁରିଟି (ଷ୍ଟକ୍‌ ଏକ୍ସଚେଞ୍ଜ୍‌) ସ୍କାମ ଉପରେ ଆଧାରିତ । ଏହି ଫିଲ୍ମ ଅକଟୋବର ୨୩ରେ ମୁକ୍ତିଲାଭ କରିବ ।

ଇଲିଆନା ୨୦୧୨ରେ ଅନୁରାଗ ବସୁଙ୍କ ‘ବର୍ଫି’ ଫିଲ୍ମରେ ନିଜ ହିନ୍ଦୀ ଚଳଚ୍ଚିତ୍ର କରିଅର୍‌ ଆରମ୍ଭ କରିଥିଲେ । ସେହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ମହିଳା ଡେବ୍ୟୁ କ୍ୟାଟେଗୋରୀର ଫିଲ୍ମଫେୟାର ପୁରସ୍କାର ମିଳିଥିଲା । ତା’ପରେ ସେ ‘ମେଁ ତେରା ହିରୋ’ (୨୦୧୪), ରୁସ୍ତମ୍ (୨୦୧୬), ଓ ରେଡ୍ (୨୦୧୮) ରେ ଅଭିନୟ କରିଥିଲେ ।

ଇଲ୍ଆନା ଗୋଆର ଏକ କ୍ୟାଥୋଲିକ୍‌ ପରିବାରର ଝିଅ ।


ଏହି ଅଭିନେତ୍ରୀ ମୁମ୍ବାଇର ମହୀମରେ ଏକ ଗୋଆନ୍ କ୍ୟାଥୋଲିକ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ମୁମ୍ବାଇ ଏବଂ ଗୋଆରେ ବଢ଼ିଥିଲେ । ସେ ଦଶ ବର୍ଷର ହୋଇଥିବା ବେଳେ ତାଙ୍କ ପରିବାର ଗୋଆର ପାରାକୁ ସ୍ଥାନାନ୍ତରିତ ହୋଇଥିଲା । ତାଙ୍କ ମାତୃଭାଷା ହେଉଛି କୋଙ୍କଣୀ ।

ଇଲିଆନାଙ୍କ ମାତୃଭାଷା କୋଙ୍କଣୀ ।


ସେହି ସମୟରେ ତାଙ୍କ ମା’ କାମ କରୁଥିବା ହୋଟେଲର ମ୍ୟାନେଜର କହିଥିଲେ ଯେ ଇଲିଆନାଙ୍କ ହସ ଖୁବ୍‌ ସୁନ୍ଦର ଆଉ ସେ ମଡେଲିଂ ଆରମ୍ଭ କରିବା ଉଚିତ୍ । ସେହି ମ୍ୟାନେଜର ମାର୍କ ରବିନସନଙ୍କ ସହିତ ଏକ ସାକ୍ଷାତ ବି ସ୍ଥିର କରିଦେଇଥିଲେ । ସେ ଫଟୋ ସୁଟ୍ ଓ ରେମ୍ପ ସୋ’ରେ କାମ କରିବା ଆରମ୍ଭ କରିଥିଲେ ଓ ତାହା ଦ୍ୱାରା ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲେ । ପରେ ସେ ଇଲେକ୍ଟ୍ରୋଲକ୍ସ, ଇମାମି ଟଲ୍କ ଓ ଫେୟାର ଆଣ୍ଡ ଲଭଲି ବିଜ୍ଞାପନରେ କାମ କରିଥିଲେ ।

ଇଲିଆନା ଅଷ୍ଟ୍ରେଲୀୟ ଫଟୋଗ୍ରାଫର ଆଣ୍ଡ୍ରିୟୁ କନିବୋନଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଶୁଣିବାକୁ ମିଳିଥିଲା ​​ଯେ ଦୁହେଁ ବିବାହ କରିସାରିଛନ୍ତି । ହେଲେ ଅଗଷ୍ଟ ୨୦୧୯ରେ ସୋସିଆଲ ମିଡିଆ ରିପୋର୍ଟକୁ ଆଧାର କରି ଗଣମାଧ୍ୟମ ଖବର ପ୍ରସାରଣ କରିଥିଲା ​​ଯେ ସେମାନେ ଅଲଗା ହୋଇଯାଇଛନ୍ତି ।
First published: March 10, 2020, 8:55 PM IST
corona virus btn
corona virus btn
Loading