ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଇଶା ଗୁପ୍ତା କହିଛନ୍ତି ଯେ ସେ ଏ ପର୍ଯ୍ୟନ୍ତ କେବଳ ଦୁଇ ଜଣଙ୍କୁ ହିଁ ଚୁମ୍ବନ ଦେଇଛନ୍ତି । ଏଥିରେ ଇମ୍ରାନ ହାଶମୀ ଜଣେ । କିନ୍ତୁ ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ତାଙ୍କୁ ସବୁ କିଛି ଠିକ୍ ଲାଗୁ ନ ଥିଲା ବୋଲି ସେ କହିଛନ୍ତି ।

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଇମ୍ରାନ ହାଶମୀଙ୍କ ସହ ଇଶା ଗୁପ୍ତା
  • News18 Odia
  • Last Updated: January 19, 2021, 1:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

#ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା (Esha Gupta) ଇମ୍ରାନ ହାଶମୀଙ୍କ (Emraan Hashmi) ସହ କରିଥିବା ଏକ ଚୁମ୍ବନ ଦୃଶ୍ୟ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଫିଲ୍ମରେ ଇମ୍ରାନ ହାଶମୀଙ୍କ ସହ ଚୁମ୍ବନ ଦୃଶ୍ୟ କରିବା ବିଷୟରେ ତାଙ୍କ ମଥାରେ କ୍ରମାଗତ ଚିନ୍ତା ରହିଥିଲା । କାରଣ ତାଙ୍କୁ ବାରମ୍ବାର ଲାଗୁଥିଲା ଯେ ତାଙ୍କର ସେହି ଚୁମ୍ବନ ଦୃଶ୍ୟ ତାଙ୍କ ପିତାମାତା ଦେଖିବେ । ଏହି ଚୁମ୍ବନ ଦୃଶ୍ୟ ଦେଖିବା ପରେ ତାଙ୍କ ପିତାମାତା ତାଙ୍କୁ କ’ଣ କହିବେ ବୋଲି ସେ ସର୍ବଦା ଚିନ୍ତାରେ ରହୁଥିଲେ ।

‘ବଲିଉଡ ହଙ୍ଗାମା’କୁ ଦେଇଥିବା ଏକ ସାକ୍ଷାତକାରରେ ଇଶା ଗୁପ୍ତା କହିଛନ୍ତି, ‘‘ମୁଁ ଏ ପର୍ଯ୍ୟନ୍ତ କେବଳ ଦୁଇ ଜଣଙ୍କୁ ହିଁ ଚୁମ୍ବନ ଦେଇଛି । ଏଥିରେ ଇମ୍ରାନ ହାଶମୀ ଜଣେ ଓ ଦ୍ୱିତୀୟ ହେଉଛନ୍ତି ବିଦ୍ୟୁତ ଜାମୱାଲ । କିନ୍ତୁ ପ୍ରଥମ ଚୁମ୍ବନ ସମୟରେ ମୋତେ ସବୁ କିଛି ଠିକ୍ ଲାଗୁ ନ ଥିଲା ।’’

ଏହା ବି ପଢ଼ନ୍ତୁ | ମାହାଙ୍ଗା ଡବଲ୍ ମର୍ଡ଼ର: ‘‘ତାଙ୍କ ଦି ପୁଅ ମୋତେ ନଙ୍ଗଳା କରି ମାଇଲେ ବୋଲି ମୁଁ ତାଙ୍କୁ ମାରିଦେଲି’’

‘‘ମୋ’ ମନରେ ବାରମ୍ବାର ଏହି ଚିନ୍ତା ଥିଲା ଯେ ଏ ଦୃଶ୍ୟକୁ ମୋ’ ପିତାମାତା ବି ଦେଖିବେ,’’ କହିଛନ୍ତି ଇଶା । ଇଶା ‘ଜନ୍ନତ୍ ୨’ ଫିଲ୍ମରେ ଇମ୍ରାନ୍ ହାଶମୀଙ୍କ ସହ ଏକ ଚୁମ୍ବନ ଦୃଶ୍ୟ କରିଥିଲେ । ତା’ପରେ ଇମ୍ରାନଙ୍କ ଭାବମୂର୍ତ୍ତି ଏକ କ୍ରମିକ କିସର (serial kisser)ର ହୋଇଯାଇଥିଲା । ସେ ତାଙ୍କ ଚଳଚ୍ଚିତ୍ରରେ ଜୋରଦାର୍‌ ଚୁମ୍ବନ ଦୃଶ୍ୟ କରିବା ପାଇଁ ଜଣାଶୁଣା ।

ଇମ୍ରାନ ହାଶମୀ ଓ ଇଶା ଗୁପ୍ତା


ଅବଶ୍ୟ ଇଶା ଇମ୍ରାନଙ୍କ ସହ କାମ କରିବା ତାଙ୍କ ଚଳଚ୍ଚିତ୍ର ଯାତ୍ରାର ସର୍ବୋତ୍ତମ ସମୟରୁ ଗୋଟିଏ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ‘‘ମୁଁ ତାଙ୍କ ସହ ସୁଟିଂ କରିବାରେ ସବୁ ଠାରୁ ଚମତ୍କାର ସମୟ ଅତିବାହିତ କରିଛି । ଯେତେବେଳେ ଆମେ ଏକାଠି ହେଉ ଆମେ ସ୍ମରଣୀୟ ମୂହୁର୍ତ୍ତ ବିତାଉ । ସେତେବେଳେ ସେ ଡାଏଟିଂ କରୁଥିଲେ, ବ୍ୟାୟାମ କରୁଥିଲେ ଓ ତାଙ୍କ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେଉଥିଲେ । କିନ୍ତୁ ଏ ସବୁ ଭିତରେ ମୁଁ ତାଙ୍କ ହସକଥା (ଜୋକ୍‌) ପାଇଁ ତାଙ୍କୁ ସବୁ ଠୁ ବେଶୀ ମନେ ପକାଏ ।’’

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ୯୪,୦୦୦

ଇମ୍ରାନ ହାଶମୀଙ୍କ ବିଷୟରେ ଇଶା ଆହୁରି କହିଛନ୍ତି, ‘‘ସେ ଜଣେ ଆଶ୍ଚର୍ଯ୍ୟ ପ୍ରକାରର ମଜାଳିଆ ବ୍ୟକ୍ତି । ସବୁ ଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେ ଜଣେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି । ମୁଁ ତାଙ୍କ ସହ କାମ କରିବାକୁ ପସନ୍ଦ କରେ ।’’



‘ଜନ୍ନତ୍‌ ୨’ ପରେ ଇମରାନ ଇଶମୀ ଓ ଇଶା ଗୁପ୍ତା ‘ରାଜ୍‌ ୩’ରେ ଏକାଠି କାମ କରିଥିଲେ । ଇଶା ଗୁପ୍ତାଙ୍କୁ ଶେଷ ଥର ପାଇଁ ‘ଟୋଟାଲ୍‌ ଧମାଲ୍‌’ରେ ଦେଖିବାକୁ ମିଳିଥିଲା । ତାଙ୍କର ‘ଦେଶୀ ମ୍ୟାଜିକ୍’ର ଏବେ ପୋଷ୍ଟ ପ୍ରଡକ୍ସନ୍ ଚାଲିଛି । ଗତ ବର୍ଷ ମେ’ ମାସରେ  ‘ଜନ୍ନତ୍ ୨’ର ଆଠ ବର୍ଷ ପୂରା ହୋଇଥିଲା ।
Published by: Anand Shankar Thankur Das
First published: May 24, 2020, 9:15 PM IST