ବାତ୍ୟା ପରେ ମୁମ୍ବାଇ କାନ୍ଦୁଥିଲା, ହେଲେ ଏହି ଅଭିନେତ୍ରୀ ବର୍ଷାରେ ନାଚୁଥିଲେ! VIDEO ଦେଖି ଲୋକେ ଖପା

ଅଭିନେତ୍ରୀ କହିଛନ୍ତି ଯେ ବାତ୍ୟାରେ ଭାଙ୍ଗିପଡ଼ିଥିବା ଗଛଟିକୁ ସେ ପାଞ୍ଚ ବର୍ଷ ତଳେ ଲଗାଇଥିଲେ । ବାତ୍ୟା ବେଳେ ଗଛଟି ଚେର ପାଖରୁ ଭାଙ୍ଗି ପଡ଼ିଥିଲା ଓ ତାଙ୍କ କାର୍ ଉପରେ ତାଙ୍କ ଆଖି ସାମ୍ନାରେ ପଡି଼ଥିଲା ।

ଅଭିନେତ୍ରୀ କହିଛନ୍ତି ଯେ ବାତ୍ୟାରେ ଭାଙ୍ଗିପଡ଼ିଥିବା ଗଛଟିକୁ ସେ ପାଞ୍ଚ ବର୍ଷ ତଳେ ଲଗାଇଥିଲେ । ବାତ୍ୟା ବେଳେ ଗଛଟି ଚେର ପାଖରୁ ଭାଙ୍ଗି ପଡ଼ିଥିଲା ଓ ତାଙ୍କ କାର୍ ଉପରେ ତାଙ୍କ ଆଖି ସାମ୍ନାରେ ପଡି଼ଥିଲା ।

ଅଭିନେତ୍ରୀ କହିଛନ୍ତି ଯେ ବାତ୍ୟାରେ ଭାଙ୍ଗିପଡ଼ିଥିବା ଗଛଟିକୁ ସେ ପାଞ୍ଚ ବର୍ଷ ତଳେ ଲଗାଇଥିଲେ । ବାତ୍ୟା ବେଳେ ଗଛଟି ଚେର ପାଖରୁ ଭାଙ୍ଗି ପଡ଼ିଥିଲା ଓ ତାଙ୍କ କାର୍ ଉପରେ ତାଙ୍କ ଆଖି ସାମ୍ନାରେ ପଡି଼ଥିଲା ।

  • Share this:
News18 Odia Digital

ମୁମ୍ବାଇ: ପୂରା ମୁମ୍ବାଇ (Mumbai) ସହର ବାତ୍ୟା ତାଉକ୍ତେ (Cyclone Tauktae) ପରେ ସ୍ୱାଭାବିକ ଜୀବନ ଶୈଳୀ ଫେରିପାଇବାକୁ ସଙ୍ଘର୍ଷ କରୁଥିବା ବେଳେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଏ ସବୁକୁ ଅଣଦେଖା କରି ବର୍ଷାରେ ନୃତ୍ୟ କରୁଥିବା ଦେଖାଯାଇଥିଲା । ଅଭିନେତ୍ରୀ ସେହି ଭିଡିଓକୁ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିବା ପରେ ଅନେକ ଲୋକ ତାକୁ ନାପସନ୍ଦ କରି କଠୋର ମନ୍ତବ୍ୟ ଦେଇଥିଲେ ।

ଟେଲିଭିଜନ୍‌ ସିରିଏଲ୍‌ ‘ଦୀୟା ଔର୍‌ ବାତି ହମ୍’ର ଅଭିନେତ୍ରୀ ଦୀପିକା ସିଂ ଗୋୟଲ (Deepika Singh Goyal), ଯିଏ ଏହି ଶୋ’ର ସନ୍ଧ୍ୟା ରାଠୀ ଭାବରେ ପ୍ରସିଦ୍ଧ, ସୋସିଆଲ୍‌ ମିଡ଼ିଆରେ ସେ ବର୍ଷାରେ ଏକ ଭଙ୍ଗା ଗଛ ପାଖରେ ଠିଆ ହୋଇ ପୋଜ୍‌ ଦେଉଥିବାର କେତେକ ଫଟୋ ପୋଷ୍ଟ କରିଥିଲେ । ସେ ବର୍ଷାରେ ନାଚୁଥିବାର ଏକ ଭିଡିଓ ବି ପୋଷ୍ଟ କରିଥିଲେ । ବାତ୍ୟା ତାଉକ୍ତେ ଭାରତର ପଶ୍ଚିମ ତଟକୁ ପିଟୁଥିବା ବେଳେ ଓ ଅନେକ ଧନ ଜୀବନ ଏହା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଦୀପିକାଙ୍କ ଏହି ପୋଷ୍ଟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଦୀପିକା ସିଂ ଗୋୟଲ ପୋଷ୍ଟ କରିଥିବା ନିଜ ଫଟୋ


ଏହା ବି ପଢ଼ନ୍ତୁ | , , … : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତାପରେ ସାନ ପୁଅ, ଆଉ ଏବେ ବଡ଼ ପୁଅ

ମୁମ୍ବାଇର କଷ୍ଟ ସମୟରେ ଏମିତି କରି ଦୀପିକା ଏକ ଭୁଲ ମେସେଜ୍‌ ଦେଉଛନ୍ତି ବୋଲି ଅନୁଭବ କରି ତାଙ୍କ ଫ୍ୟାନମାନେ ତାଙ୍କ ଉପରେ ବିରକ୍ତ ହୋଇଥିଲେ । ହେଲେ ଏତେ ଟ୍ରୋଲ୍‌ ହୋବା ପରେ ବି ଦୀପିକାଙ୍କର ସେଥି ପ୍ରତି କୌଣସି ନିଘା ନ ଥିବା ପରି ଲାଗୁଥିଲା ।

ଦୀପିକା ସିଂ ଗୋୟଲ ପୋଷ୍ଟ କରିଥିବା ନିଜ ଫଟୋ


ଏହା ବି ପଢ଼ନ୍ତୁ | ବଲାଙ୍ଗିରର ଏହି କୋଭିଡ୍ ନର୍ସ ମାସର ଗର୍ଭବତୀ ହୋଇ ବି ସାହସର ସହ ରୋଗୀ ସେବା କରିଚାଲିଛନ୍ତି

‘‘ମୁଁ ମୋ’ ପୋଷ୍ଟ ଉପରେ କୌଣସି ଘୃଣାପୂର୍ଣ୍ଣ କମେଣ୍ଟ୍‌ ଦେଖି ନାହିଁ । ମୁଁ ପାଇଥିବା କମେଣ୍ଟ ମଧ୍ୟରୁ ୯୯ ପ୍ରତିଶତ ମନ୍ତବ୍ୟ ପଜିଟିଭ୍‌ । ବାକି ୧ ପ୍ରତିଶତ ଖରାପ ମନ୍ତବ୍ୟ ତ ସବୁ ପୋଷ୍ଟରେ ଆସେ । ଏପରିକି ମୋ’ ପାରମ୍ପରିକ ନୃତ୍ୟ ପୋଷ୍ଟରେ ବି ସେମିତିମୁଁ ନେଗେଟିଭ୍‌ ମନ୍ତବ୍ୟ ଆସେ,’’ ଇ-ଟାଇମ୍ସକୁ ଏକ ସାକ୍ଷାତକାରରେ କହିଥିଲେ ଦୀପିକା ।

ଏଇଠି ଦେଖନ୍ତୁ ତାଙ୍କ ବର୍ଷାରେ ନାଚର ଭିଡିଓ:




ଦୀପିକା କହିଥିଲେ ଯେ ବାତ୍ୟାରେ ଭାଙ୍ଗିପଡ଼ିଥିବା ଗଛଟିକୁ ସେ ପାଞ୍ଚ ବର୍ଷ ତଳେ ଲଗାଇଥିଲେ । ବାତ୍ୟା ବେଳେ ଗଛଟି ଚେର ପାଖରୁ ଭାଙ୍ଗି ପଡ଼ିଥିଲା ଓ ତାଙ୍କ କାର୍‌ ଉପରେ ତାଙ୍କ ଆଖି ସାମ୍ନାରେ ପଡି଼ଥିଲା । ଗଛଟି ରାସ୍ତା ଅବରୋଧ ନ କରୁ ବୋଲି ତାକୁ ଗୋଟେ ପାଖକୁ ରଖାଯାଇଥିଲା । ଅଭିନେତ୍ରୀ କହିଥିଲେ ଯେ ସେ ବି.ଏମ୍‌.ସି.କୁ ଏହି ଗଛ ଗଡ଼ିପଡ଼ିବା ସୂଚନା ଏକ କଲ୍‌ କରି ଦେଇଥିଲେ ।



‘‘ମୁଁ ଟ୍ରୋଲମାନଙ୍କ ଦ୍ୱାରା ପ୍ରଭାବିତ ହୁଏ ନାହିଁ । ଏହି ବାତ୍ୟା ପ୍ରକୃତରେ ବହୁତ ଭୟାନକ ଥିଲା । ମୋ’ ହୃଦୟ ପ୍ରଭାବିତ ସବୁ ଲୋକଙ୍କ ପ୍ରତି ସମବେଦନାରେ ଭରା । ମୋ’ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଯେତେ ପାରିବି ସେତେ ଗଛ ଲଗାଇବି… ମୁଁ ଦର୍ଶକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ବର୍ଷାରେ ବାହାରକୁ ନ ଯାଆନ୍ତୁ ।ମୁଁ ମାତ୍ର ପାଞ୍ଚ ମିନିଟ୍ ପାଇଁ ବାହାରକୁ ବାହାରିଥିଲି,’’ କହିଥିଲେ ଦୀପିକା ।
Published by:Anand S.T. Das
First published: