News18 Odia Digital
ମୁମ୍ୱାଇ: ଟେଲିଭିଜନ୍ ଦୁନିଆର ବହୁଚର୍ଚ୍ଚିତ ତଥା ବିବାଦୀୟ ରିଆଲିଟି ଶୋ’ ‘ବିଗ୍ ବସ୍’ରେ (Big Boss) ଭାଗ ନେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ଅର୍ଶୀ ଖାନ୍ (Arshi Khan) କୌଣସି ନା କୌଣସି କାରଣରୁ ସବୁବେଳେ ଖବରରେ ରହିଥା’ନ୍ତି । ନିଜ ପ୍ରଶଂସକମାନଙ୍କ ସହ ଯୋଡ଼ି ରହିବାକୁ ଓ ସେମାନଙ୍କ ମନୋରଞ୍ଜନ ଜାରି ରଖିବାକୁ ଅର୍ଶୀ ଖାନ୍ ସବୁବେଳେ ସୋସିଆଲ ମିଡି଼ଆର ସାହାଯ୍ୟ ନିଅନ୍ତି । କିନ୍ତୁ ନିକଟରେ ତାଙ୍କ ସହିତ ଏମିତି କିଛି ଘଟିଲା ଯାହା ପରେ ସେ ଭୟଭୀତ ହୋଇପଡ଼ିଥିଲେ ।
ଇଣ୍ଟରନେଟରେ ଅର୍ଶୀ ଖାନଙ୍କ ଏକ ଭିଡିଓ (Arshi Khan viral video) ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କୁ ଏକ ବିମାନ ବନ୍ଦରରେ ଦେଖିବାକୁ ମିଳିଛି । ଅର୍ଶୀ ବିମାନ ବନ୍ଦରରୁ ବାହାରକୁ ଆସିବା ପରେ ଏହି ଘଟଣା ଘଟିଥିଲା । ଏହା ଅର୍ଶୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଓ ତାଙ୍କ ଫ୍ୟାନମାନଙ୍କୁ ବି ଆଶ୍ଚର୍ଯ୍ୟ କରିଥିଲା ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ କରୋନା ଭାଇରସର ଦ୍ରୁତ ସଂକ୍ରମଣ ଉପରେ ବ୍ରେକ୍ ଲାଗିଛି, ହେଲେ ଆଗକୁ କ’ଣ ହେବ?ଅଭିନେତ୍ରୀଙ୍କର ଜଣେ ପ୍ରଶଂସକ ତାଙ୍କ ପାଖକୁ ଆସି ତାଙ୍କ ସହ ସେଲଫି ନେବାର ଇଚ୍ଛା ପ୍ରକାଶ କରିଥିଲେ । ଅର୍ଶୀ ସେହି ଯୁବ ପ୍ରଶଂସକଙ୍କୁ ନିରାଶ ନ କରି ତାଙ୍କ ସହିତ ଫଟୋ ଉଠେଇବାକୁ ପୋଜ୍ ଦେବା ଆରମ୍ଭ କରିଥିଲେ । ସେହି ଯୁବକ ଜଣକ ସେଲଫି କ୍ଲିକ୍ କରିବା ପରେ ସେଠାରୁ ଚାଲିଯିବାକୁ ଆରମ୍ଭ କରିଥିଲେ । ହେଲେ ତା’ପରେ ସେ ହଠାତ୍ ବୁଲିପଡି଼ ଅର୍ଶୀ ଖାନଙ୍କ ହାତକୁ ଧରିପକାଇଥିଲେ ଓ ତାଙ୍କୁ ଚୁମ୍ବନ କରିଥିଲେ । ଏହି ଘଟଣା ପରେ ଅର୍ଶୀଙ୍କ ଅଭିବ୍ୟକ୍ତିରୁ ଜଣା ପଡ଼ୁଥିଲା ଯେ ଏହି ଯୁବକଙ୍କ କାର୍ଯ୍ୟ ଯୋଗୁଁ ସେ ବହୁତ ନର୍ଭସ ହୋଇଯାଇଥିଲେ ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଲା: ମଦ ପିଆଇବା ପରେ ଅଣନିଶ୍ୱାସୀ କରି ମାରିଥିଲା ‘ବନ୍ଧୁ’ହେଲେ ନିଜ ପ୍ରଶଂସକଙ୍କ ଏହି କାର୍ଯ୍ୟ ପରେ ଅର୍ଶୀ ଖାନ୍ କହିଥିଲେ, ‘‘ଚାଲ, ଚାଲ ଏବେ ଏଠୁ ।’’ ତାଙ୍କ ସହ କ’ଣ ଘଟିଥିଲା ତେକୁ ଅର୍ଶୀ ବିଶ୍ୱାସ କରିପାରୁ ନ ଥିଲେ । ତାଙ୍କର ଏହି ଭିଡିଓକୁ ସେଲିବ୍ରିଟି ଫଟୋଗ୍ରାଫର ଭିରଲ୍ ଭୟାନୀ ଶେୟାର୍ କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ଅଛି କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ; କେମିତି ଅଛି?ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଇଣ୍ଟରନେଟରେ ଉପଭୋକ୍ତାମାନେ ଅର୍ଶୀଙ୍କ ପ୍ରଶଂସକଙ୍କ ଚୁମ୍ବନ ଦେବା ଘଟଣା ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଅନେକ ଲୋକ କହୁଛନ୍ତି ଯେ ଅଭିନେତ୍ରୀ ଅର୍ଶୀଙ୍କ ବିନା ଅନୁମତିରେ ଯୁବକ ଜଣକ ତାଙ୍କ ହାତକୁ ଚୁମ୍ବନ କରିବା ଉଚିତ୍ ନ ଥିଲା ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।