ଫିଲ୍ମ ଷ୍ଟାରମାନେ ସାମାଜିକ ଦାୟିତ୍ବବୋଧ ରଖନ୍ତୁ, କହିଛନ୍ତି ‘ଥପ୍ପଡ଼’ ଫିଲ୍ମର ଅଭିନେତ୍ରୀ ତାପସୀ ପନ୍ନୁ

‘‘ଭାରତୀୟ ଦର୍ଶକ ହଲିଉଡର ଦର୍ଶକଙ୍କ ସହ ସମାନ ନୁହନ୍ତି । ସେମାନେ ସଲମାନ ଖାନଙ୍କ ‘ତେରେ ନାମ୍‘ ଦେଖିବା ପରେ ହେୟରଷ୍ଟାଇଲ୍ ବଦଳାନ୍ତି ନାହିଁ,’’ କହିଛନ୍ତି ତାପସୀ । ‘ଥପ୍ପଡ଼’ ସ୍ବାମୀ ଚ଼ାପୁଡ଼ା ମାରିବା ପରେ ତାଙ୍କୁ ଛାଡ଼ପତ୍ର ଦେବାକୁ ନିର୍ଣ୍ଣୟ କରିଥିବା ଜଣେ ମହିଳାଙ୍କ କାହାଣୀ ।

ଫିଲ୍ମ ଷ୍ଟାରମାନେ ସାମାଜିକ ଦାୟିତ୍ବବୋଧ ରଖନ୍ତୁ, କହିଛନ୍ତି ‘ଥପ୍ପଡ଼’ ଫିଲ୍ମର ଅଭିନେତ୍ରୀ ତାପସୀ ପନ୍ନୁ
ତାପସୀ ପନ୍ନୁ
  • News18 Odia
  • Last Updated: February 5, 2020, 1:01 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ତାପସୀ ପନ୍ନୁ ଦର୍ଶକମାନଙ୍କ ପ୍ରତି ଗଭୀର ଦାୟିତ୍ବବୋଧ‌ ଅନୁଭବ କରୁଥିବା ଯୋଗୁଁ ନିଜ ରାଜନୀତି ଓ ବିଶ୍ୱାସର ଅନୁକୁଳ ଫିଲ୍ମ ବାଛି ସେଥିରେ କାମ କରିବା ତାଙ୍କ ପାଇଁ ଭାରି ଜରୁରୀ । ‘ପିଙ୍କ୍’, ‘ମୁଲକ୍‌’, ‘ଗେମ୍ ଓଭର୍’ ଓ ‘ସାଣ୍ଡ୍ କି ଆଙ୍ଖଂ’ ଭଳି ଫିଲ୍ମ ମାଧ୍ୟମରେ ଏହି ଅଭିନେତ୍ରୀ କେତେକ ମହତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରେଇଛନ୍ତି । ତାଙ୍କର ଆଗାମୀ ଫିଲ୍ମ ‘ଥପ୍ପଡ଼୍’ ସ୍ବାମୀ ଚ଼ାପୁଡ଼ା ମାରିବା ପରେ ତାଙ୍କୁ ଛାଡ଼ପତ୍ର ଦେବାକୁ ନିର୍ଣ୍ଣୟ କରିଥିବା ଜଣେ ମହିଳାଙ୍କ କାହାଣୀ ।

ତାପସୀ ପନ୍ନୁଙ୍କ କହିବା କଥା ଯେ ଭାରତରେ ଲୋକେ ସିନେମା ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଭାରି ଉଚ୍ଚ ସ୍ଥାନ ଦେଇଥାନ୍ତି । ତେଣୁ ସିନେ ତାରକାମାନେ ବଡ଼ ପରଦାରେ ନିଜ କଳା ପ୍ରଦର୍ଶନ କଲା ବେଳେ କିଛି ଦାୟିତ୍ବବୋଧ ରଖିବା ଆବଶ୍ୟକ ।

‘‘ଭାରତର ଆମର ଦୁଇଟି ଧର୍ମ ଅଛି – କ୍ରିକେଟ୍ ଓ ସିନେମା । ଆମ ଫିଲ୍ମ ଆମ ଦର୍ଶକଙ୍କ ଉପରେ ଯେଉଁ ପ୍ରଭାବ ପକାଏ, ତାହା ହାଲୁକା ପ୍ରଭାବ ନୁହେଁ । ମୁଁ ଜାଣେ ଆମେ ଆମ ସିନେମାକୁ ହଲିଉଡ଼୍ ଫିଲ୍ମ ସହ ତୁଳନା କରୁ ଓ କହୁ ଯେ ହଲିଉଡ଼ରେ ବି ଏମିତି ଚ଼ରିତ୍ରବାଲା ଫିଲ୍ମ ନିର୍ମାଣ ହେଉଛି । କିନ୍ତୁ ଆମ ଦର୍ଶକ କ’ଣ ହଲିଉଡର ଦର୍ଶକଙ୍କ ସହ ସମାନ? ସେମାନେ ସଲମାନ ଖାନଙ୍କ ‘ତେରେ ନାମ୍‘ ଫିଲ୍ମ ଦେଖିବା ପରେ ନିଜ ହେୟରଷ୍ଟାଇଲ୍ ବଦଳାଇବା ଆରମ୍ଭ କରନ୍ତି ନାହିଁ । ଗୋଟେ ଫିଲ୍ମରେ ଶାହରୁଖ୍ ଖାନଙ୍କୁ ‘ପ୍ୟାର ଦୋସ୍ତି ହେ’ କହୁଥିବା ଶୁଣିବା ପରେ ସେମାନେ ସେହି କଥା କହିବା ଆରମ୍ଭ କରି ଦିଅନ୍ତି ନାହିଁ । ଆମ ଦେଶ ଏମିତି । ଏଠି ସିନେ ତାରକାମାନଙ୍କୁ ଭଗବାନ ବୋଲି ଲୋକେ ଭାବନ୍ତି ଓ ସେମାନଙ୍କୁ ଅନ୍ଧ ଭଳି ଅନୁସରଣ କରନ୍ତି,’’ କହିଛନ୍ତି ତାପସୀ ।

‘‘ସେଇଥି ପାଇଁ ଅଭିନେତାମାନଙ୍କର କିଛି ଦାୟିତ୍ବବୋଧ ରହିବା ଆବଶ୍ୟକ । ଯଦି ଆପଣ କୌଣସି ଅନ୍ୟ ଦେଶର ଫିଲ୍ମ ତାରକା ହୋଇଥାନ୍ତେ, ତାହେଲେ ବୋଧ ହୁଏ ଆପଣଙ୍କର ଏହି ଦାୟିତ୍ବ ନ ଥାନ୍ତା। କିନ୍ତୁ ଆମ ଦର୍ଶକ ସେଭଳି ନୁହନ୍ତି । ସେମାନେ ସିନେମା ଦ୍ୱାରା ଅତ୍ୟଧିକ ପ୍ରଭାବିତ ହୋଇଥାନ୍ତି । ତେଣୁ ଏହି ଭାବନା ମୋତେ କ‘ଣ କରିବା ଆବଶ୍ୟକ ଓ କ‘ଣ ନ କରିବା ଆବଶ୍ୟକ ତାହା ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ,’’ କହିଛନ୍ତି ତାପସୀ ।

ଇଣ୍ଟରନେଟ୍ ବ୍ୟବହାରକାରୀ ଜନତାଙ୍କର ଏକ ଅଂଶ ମତ ଦେଇଛନ୍ତି ଯେ ତାପସୀଙ୍କ ‘ଥପ୍ପଡ଼୍’ ଫିଲ୍ମ ଶାହିଦ୍ କପୁରଙ୍କ ଫିଲ୍ମ ‘କବୀର୍ ସିଂ’ର ‘ଉତ୍ତର’ । ଫିଲ୍ମ ସମୀକ୍ଷକମାନେ ‘କବୀର୍ ସିଂ’କୁ ସେଥିରେ ଥିବା ବିଷାକ୍ତ ସଂଳାପ ଓ ପ୍ରେମ ଉପରେ ଏକ ନାରୀ-ବିରୋଧୀ ଦୃଷ୍ଟିକୋଣ ଯୋଗୁଁ କଡ଼ା ସମାଲୋଚ଼ନା କରିଥିବା ସତ୍ତ୍ୱେ ଫିଲ୍ମଟି ବକ୍ସ ଅଫିସରେ ଖୁବ୍‌ ଭଲ ବ୍ୟବସାୟ କରିଥଲା ।

ତାପସୀ ‘ଥପ୍ପଡ଼’କୁ ‘କବୀର ସିଂ’ର ପ୍ରତ୍ୟୁତ୍ତର ଭାବେ ନ ଦେଖିବାକୁ ଦର୍ଶକମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ସନ୍ଦୀପ ରେଡ଼୍ଡୀ ‘ବାଙ୍ଗାଙ୍କ ଦ୍ୱାରା ନିର୍ଦ୍ଦେଶିତ ‘କବୀର ସିଂ’ର ବହୁତ ପୂର୍ବରୁ ‘ଥପ୍ପଡ଼’ର ସ୍କ୍ରିପ୍ଟ ଲେଖାଯାଇଥିଲା । ଅଶୋଭନୀୟ ବ୍ୟବହାରକୁ ଭଲ ବୋଲି ଭାବିବା ଓ ତାକୁ ସେଲିବ୍ରେଟ୍‌ କରିବା ଉଚ଼ିତ ନୁହେଁ ବୋଲି ସେ କହିଛନ୍ତି ।

‘‘ମୁଁ କହୁନାହିଁ ଯେ ବୃତ୍ତ ଚ଼ିତ୍ର (ଡକ୍ୟୁମେଣ୍ଟାରୀ) ହିଁ ନିର୍ମିତ ହେଉ । ଦୋଷ-ତୃଟି ଥିବା ଚ଼ରିତ୍ର ଉପରେ ଫିଲ୍ମ ତିଆରି ହେଉ; ସେମିତି ଚ଼ରିତ୍ରରେ ଅଭିନୟ କରିବାରେ ମଜା ଆସେ… ନେଗେଟିଭ୍‌ ଚ଼ରିତ୍ରରେ ଅଭିନୟ କରିବା ଭୁଲ୍‌ ନୁହେଁ, କିନ୍ତୁ ତାକୁ ଭଲ ବୋଲି କହିବା ଓ ସାଧାରଣ କଥା ବୋଲି ଭାବିବା ଅନୁଚ଼ିତ,’’ କହିଛନ୍ତି ତାପସୀ । ‘ଥପ୍ପଡ଼‘ ଫେବୃଆରୀ ୨୮ରେ ମୁକ୍ତିଲାଭ କରିବ ।
First published: February 4, 2020, 11:52 PM IST
corona virus btn
corona virus btn
Loading